ETV Bharat / bharat

ମାନସିକ ପୂରଣ ପାଇଁ ମନ୍ଦିର ଉପରକୁ ଫିଙ୍ଗିଲେ କୁକୁଡ଼ା ଚିଆଁ

କର୍ଣ୍ଣାଟକର ବୋଲଗାଭି ଜିଲ୍ଲାରେ ନିଆରା ପରମ୍ପରା । ଗ୍ରାମଦେବୀ ମଙ୍ଗାଇଦେବୀଙ୍କ ମେଳାରେ ମା'ଙ୍କ ମନ୍ଦିରର ଗର୍ଭଗୃହ ଉପରକୁ ଭକ୍ତ ଫିଙ୍ଗିଥାନ୍ତି କୁକୁଡ଼ା ଛୁଆ । ଅଧିକ ପଢ଼ନ୍ତୁ

Unique custom of throwing chicks in karnataka
ମାନସିକ ପୂରଣ ପାଇଁ ଗ୍ରାମଦେବୀଙ୍କ ମନ୍ଦିର ଉପରକୁ ଫିଙ୍ଗାହୁଏ କୁକୁଡ଼ା ଛୁଆ
author img

By

Published : Jul 12, 2023, 9:59 PM IST

କର୍ଣ୍ଣାଟକ: ଭାରତ ଏହାର ପରମ୍ପରାକୁ ନେଇ ସାରା ବିଶ୍ବରେ ବେଶ ପରିଚିତ । ଦେଶର ପ୍ରତି କୋଣ ଅନୁକୋଣରେ ଭିନ୍ନ ଭିନ୍ନ ପ୍ରକାରର ପରମ୍ପରା ଦେଖିବାକୁ ମିଳିଥାଏ । ଠିକ ସେହିପରି କର୍ଣ୍ଣାଟକର ବୋଲଗାଭି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ବୋଲଗାଭିରେ ଅନୁଷ୍ଠିତ ଦେବୀଙ୍କ ଯାତ୍ରାରେ ମନ୍ଦିରର ଗର୍ଭଗୃହ ଛାତକୁ କୁକୁଡ଼ା ଛୁଆ ଫିଙ୍ଗିବାର ନିଆରା ପ୍ରଥା ରହିଛି । ଭାଦାଗଭିର ଗ୍ରାମଦେବୀ ମଙ୍ଗାଇଦେବୀଙ୍କ ମେଳାରେ କୁକୁଡ଼ା ଛୁଆ ଫିଙ୍ଗିବାର ପ୍ରଥା କାହିଁ କେଉଁ କାଳରୁ ଚାଲିଆସୁଅଛି ।

ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣମୀ ତିଥିରେ ଭାଦାଗଭିର ଗ୍ରାମଦେବୀ ମଙ୍ଗାଇଦେବୀଙ୍କ ମେଳା ଅନୁଷ୍ଠିତ ହୋଇଥାଏ । ମଙ୍ଗଳବାର ଠାରୁ ମହାଡ଼ମ୍ବରେ ମଙ୍ଗାଇଦେବୀଙ୍କ ମେଳା ଆୟୋଜିତ ହୋଇଛି । ମଙ୍ଗଳବାର ଠାରୁ ଶୁକ୍ରବାର ଯାଏ ୪ ଦିନ ଧରି ମା'ଙ୍କ ମେଳା ହୋଇଥାଏ । ମା'ଙ୍କ ଦର୍ଶନ କରିବା ଲାଗି ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସିଥାନ୍ତି । ବିଶ୍ବାସ ରହିଛି ଯେ, ମଙ୍ଗାଇଦେବୀ ହେଉଛନ୍ତି ଶକ୍ତିମୟୀ । ତାଙ୍କ ନିକଟରେ ଯାହା ମାନସିକ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ । ତେଣୁ ପ୍ରତିବର୍ଷ ମା'ଙ୍କ ମେଳାରେ ମେଣ୍ଢା ଏବଂ କୁକୁଡ଼ା ବଳି ଦେଉଥିଲେ । ବଳି ପ୍ରଥା ଉଠିବା ପରେ ଭକ୍ତମାନେ ମନ୍ଦିରର ଗର୍ଭଗୃହର ଛାତ ଉପରକୁ ଛୋଟଛୋଟ କୁକୁଡ଼ା ଛୁଆଙ୍କୁ ଉଡ଼ାଇ ମାନସିକ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବାଳସନ୍ୟାସୀର ନିଆରା ପ୍ରଥା, ମାନସିକ ପୂରଣ ହେଲେ ଶୂନ୍ୟଦେହୀଙ୍କୁ ଟେକି ଦିଏ ମା’

ଭାଦାଗଭିର ଗ୍ରାମଦେବୀ ମଙ୍ଗାଇଦେବୀ 'ଗୃହ ଦେବତା' ଭାବେ ଜଣାଶୁଣା । ପ୍ରାୟତଃ ଝିଅ ଓ ମହିଳାମାନେ ମା'ଙ୍କ ମେଳାରେ ସାମିଲ ହୋଇଥାନ୍ତି । ମେଳା ୪ ଦିନ ଯାଏ ଚଳଚଞ୍ଚଳ ହୋଇଉଠେ ଭାଦାଗଭି ଗ୍ରାମ । ଏହି ସମୟରେ ଗ୍ରାମର ଯେଉଁ ଝିଅମାନେ ଅନ୍ୟ ଗ୍ରାମରେ ବିବାହ କରିଥାନ୍ତି ସେମାନେ ଗୋଟିଏ ମାସ ପାଇଁ ନିଜ ବାପା ଘରକୁ ଆସିଥାନ୍ତି ଏବଂ ମେଳା ଶେଷ ହେବା ପରେ ପୁଣି ନିଜ ଘରକୁ ଚାଲିଯାନ୍ତି । ତେଣୁ ମଙ୍ଗାଇଦେବୀଙ୍କ 'ଗୃହ ଦେବତା' ବୋଲି କୁହାଯାଏ । ଏଥିପାଇଁ ପ୍ରତ୍ୟେକଙ୍କ ଘରେ ଅତିଥିଙ୍କ ଗହଳି ଲାଗେ । ବିଶାଳ ଶୋଭାଯାତ୍ରା କରି ମା'ଙ୍କୁ ସହର ପରିକ୍ରମା କରାଯାଏ । ତେବେ ମନ୍ଦିର ଗର୍ଭଗୃହ ଉପରେ ପଡୁଥିବା କୁକୁଡ଼ା ଛୁଆଙ୍କ ମଧ୍ୟରୁ କିଛି କୁକୁଡ଼ା ମରିଯାଆନ୍ତି । ଯେଉଁମାନେ ଜୀବନ୍ତ ଥାନ୍ତି ମନ୍ଦିର ଦ୍ବାରା ସେମାନଙ୍କୁ ସଂଗ୍ରହ କରି ଅଞ୍ଚଳରେ ବିକ୍ରି କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.