ପୁଡୁଚେରୀ: ସାରା ଦେଶର ଚାରୋଟି ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆରମ୍ଭ ହୋଇଛି ବିଧାନସଭା ନିର୍ବାଚନ । ପୁଡୁଚେରୀରେ ୩୦ଟି ଆସନ ପାଇଁ ଆଜି ଭୋଟ ହେବ । ସକାଳ 7ରୁ ଆରମ୍ଭ ହୋଇ ସଂନ୍ଧ୍ୟାରେ 6 ରେ ଶେଷ ହେବ ନିର୍ବାଚନ ।
![union territotry punducherry assembly election](https://etvbharatimages.akamaized.net/etvbharat/prod-images/11294573_election.jpg)
କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନରେ ମୋଟ 324 ପ୍ରାର୍ଥୀ ଭାଗନେଇଛନ୍ତି । 324 ପ୍ରାର୍ଥୀ ମଧ୍ୟରୁ 290 ଜଣ ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ 34 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପୁଡୁରଚେରୀ ମୋଟ ଭୋଟର ସଂଖ୍ୟା 10,04,197 ରହିଛି । 4,7,650 ଜଣ ପୁରୁଷ ଭୋଟର ରହିଥିବାବେଳେ 5,31,431 ମହିଳା ଭୋଟର ରହିଛନ୍ତି । ସେହିପରି ଅନ୍ୟାନ୍ୟ ଭାବରେ 116 ଭୋଟର ରହିଛନ୍ତି । ମୋଟ 1559 ପୋଲିଂ ବୁଥ ରହିଛି । ଚଳିତଥର ଏଠାରେ କଂଗ୍ରେସ, ଡିଏମକେ, ଏଆଇଡିଏମକେ ବିଜେପି ସହ କମଲ ହାସନଙ୍କ ଏମଏନଏମ ମଧ୍ୟରେ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି ।
ପୂର୍ବରୁ କଂଗ୍ରେସ ଏଠାରେ କ୍ଷମତା ଦଖଲ କରିଥିଲା। କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଦିନ ପୂର୍ବରୁ କଂଗ୍ରେସର ଏକାଧିକ ବିଧାୟକ ଇସ୍ତଫା ଦେବାରୁ ସରକାର ଭାଙ୍ଗି ଯାଇଥିଲା। ତେଣୁ ଏଥର କଂଗ୍ରେସ କ୍ଷମତା ପୁଣି ଦଖଲ କରିପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।