ETV Bharat / bharat

Sambalpuri day: ଦିଲ୍ଲୀରେ ସମ୍ବଲପୁରୀ କ୍ରେଜ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ମୁଖ୍ୟ ପିନ୍ଧିଲେ ସମ୍ବଲପୁରୀ

author img

By

Published : Aug 1, 2023, 8:10 PM IST

ଆଜି ପାଳନ ହେଉଛି ସମ୍ବଲପୁରୀ ଦିବସ । ପଶ୍ଚିମରୁ ଉପକୂଳ, ପଲ୍ଲୀରୁ ଦିଲ୍ଲୀ ସବୁଠି ସମ୍ବଲପୁରୀ ପୋଷାକର କ୍ରେଜ । ଦିଲ୍ଲାରେ କେନ୍ଦ୍ରୀୟ ନେତା ପିନ୍ଧିଲେ ସମ୍ବଲପୁରୀ । ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

Sambalpuri day: ଦିଲ୍ଲୀରେ ସମ୍ବଲପୁରୀ କ୍ରେଜ, ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ମୁଖ୍ୟ ପିନ୍ଧିଲେ ସମ୍ବଲପୁରୀ

ହାଇଦ୍ରାବାଦ: ଆଜି ପାଳନ ହେଉଛି ‘ସମ୍ବଲପୁରୀ ଦିବସ’ । ସାରା ଦେଶରେ ପଶ୍ଚିମ ଓଡିଶାର ସମ୍ବଲପୁରୀ ବସ୍ତ୍ର ଓ ସଂସ୍କୃତିର ସ୍ବତନ୍ତ୍ର ପରିଚୟକୁ ମନେପକାଇ ପାଳନ କରାଯାଉଛି ଏହି ସମ୍ବଲପୁରୀ ଦିବସ । ପଶ୍ଚିମରୁ ଉପକୂଳ ସମସ୍ତେ ସମ୍ବଲପୁରୀ ପୋଷାକ ପରିଧାନ କରି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଦିଲ୍ଲୀରେ ଏକାଧିକ କେନ୍ଦ୍ରୀୟ ନେତା ମଧ୍ୟ ସମ୍ବଲପୁରୀ ପୋଷାକରେ ନଜର ଆସିଛନ୍ତି । ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ପରିଧାନ କରିଛନ୍ତି ସମ୍ବଲପୁରୀ ପୋଷାକ ପରିଧାନ କରିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସମ୍ବଲପୁରୀ ଶାଢୀ ପିନ୍ଧିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏକ ସମ୍ବଲପୁରୀ ଜ୍ୟାକେଟରେ ନଜର ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସମ୍ବଲପୁରୀ ପୋଷାକ ପରିଧାନ କରିଛନ୍ତି । ଏହି ସମସ୍ତଙ୍କ ଏକ ମିଳିତ ଫଟୋ ନିଜ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଆଜି ସମ୍ବଲପୁରୀ ଦିବସରେ ଓଡିଶାର ସସ୍କୃତିକୁ ସମ୍ମାନ ପ୍ରଦର୍ଶନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସମ୍ବଲପୁରୀ ଦିନ୍‌: ସମ୍ବଲପୁରୀ ପାଟରେ ଦର୍ଶନ ଦେଉଛନ୍ତି ସମଲେଶ୍ବରୀ

ଅନ୍ଯପଟେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମଧ୍ୟ ସମ୍ବଲପୁରୀ ପାଟଶାଢୀ ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । କେବଳ ମା’ ସମଲେଶ୍ବରୀ ନୁହନ୍ତି, ମନ୍ଦିରର ପାର୍ଶ୍ବ ଦେବାଦେବୀ ମଧ୍ୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଛନ୍ତି । ସମ୍ବଲପୁରୀ ଦିନ୍ ଅବସରରେ ମା’ ସମଲେଶ୍ବରୀ ମହିମା ପ୍ରଚାର ସମିତି ତରଫରୁ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଆବଶ୍ୟକ ସମ୍ବଲପୁରୀ ଶାଢ଼ୀ ଓ ଅନ୍ୟାନ୍ୟ ବସ୍ତ୍ର ପ୍ରଦାନ କରାଯାଇଛି ।

ସମ୍ବଲପୁରୀ ଦିବସର ଇତିହାସ:-

2013 ମସିହାରୁ ଅଗଷ୍ଟ ପହିଲାକୁ ସମ୍ବଲପୁରୀ ଦିବସ ବା ସ୍ଥାନୀୟ ଭାଷାରେ ‘ସମ୍ବଲପୁରୀ ଦିନ’ ଭାବେ ପାଳନ କରାଯାଉଛି l ମୁଖ୍ୟତଃ ସମ୍ବଲପୁରୀ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଶିଷ୍ଟ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଜୟନ୍ତୀ ଅବସରରେ 2013 ମସିହାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଆରମ୍ଭ ହୋଇଥିଲା ଏହି ଦିବସ ପାଳନ । ବର୍ତ୍ତମାନ ଏହି ଦିବସ ଏବେ ଦେଶ ସହ ସମଗ୍ର ବିଶ୍ବରେ ପାଳିତ ହେଉଛି l ସମ୍ବଲପୁରୀ ପୋଷାକ ଏବେ ଏକ ବ୍ରାଣ୍ଡରେ ପରିଣତ ହୋଇଛି । ଯୁବଠୁ ବୟସ୍କ ଓ ମହିଳା ସମସ୍ତ ବର୍ଗଙ୍କ ମଧ୍ୟରେ ଏହାର ଚାହିଦା ଓ ଆଦୃତି ଏବେ ବିଶ୍ବସ୍ତରରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.