ETV Bharat / bharat

କୋରୋନାରେ ପ୍ରାଣ ହରାଇଲେ କେନ୍ଦ୍ରମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କ ଝିଅ

author img

By

Published : May 3, 2021, 4:17 PM IST

କେନ୍ଦ୍ର ସାମାଜିକ ନ୍ୟାୟ ଓ ଶସକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କ ଝିଅ କୋରୋନାରେ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ସେ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ...

union minister Thawar chand gehlot daughter  succumbs on covid19
କୋରୋନାରେ ପ୍ରାଣ ହରାଇଲେ କେନ୍ଦ୍ରମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କ ଝିଅ

ଭୋପାଲ: ପ୍ରତିଦିନ କୋରୋନା ନେଇଛି ଜୀବନ । ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ଶସକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କ ଝିଅ ଯୋଗୀତା ସୋଲାଙ୍କି କୋରୋନାରେ ପ୍ରାଣ ହରାଇଛନ୍ତି । ଇନ୍ଦୋରରେ ମେଦାନ୍ତ ହସପିଟାଲରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ ଗତ ତିନିଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।

କେନ୍ଦ୍ରମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କ ଝିଅ 44 ବର୍ଷିୟ ଯୋଗୀତା ସୋଲାଙ୍କିଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଯିବା ଯୋଗୁଁ ତାଙ୍କୁ ତୁରନ୍ତ ଇନ୍ଦୋର ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଛନ୍ତି । ତାଙ୍କ ସ୍ବାମୀ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବାବେଳେ ଗୋଟିଏ ଝିଅ ଏବଂ ପୁଅ ରହିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ରାଜ୍ୟର ମନ୍ତ୍ରୀ ଓ ରାଜନୈତିକ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନାଥାଉକି ସାରା ଦେଶରେ କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଭୟଙ୍କର ରୂପ ଧାରଣ କରିଛି । କ୍ରମାଗତ ଭାବରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିିଦିନ ଦେଶରେ 4 ଲକ୍ଷରୁ ଉଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକି ଦେଶରେ କୋରୋନା ମୁକାବିଲାକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.