ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ମଦ ଦୋକାନ ଚଳାଉଥିବା ଅଭିଯୋଗ କରିଥିଲେ କିଛି କଂଗ୍ରେସ ନେତା । ଏହାକୁ ନେଇ ସେହି ନେତାଙ୍କ ପାଖକୁ ଲିଗାଲ ନୋଟିସ୍ ପଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କଂଗ୍ରେସ ନେତା ପବନ ଖେଡ଼ା, ଜୟରାମ ରମେଶ, ନେଟା ଡିସୁଜା ଭଳି ନେତାଙ୍କ ନାମ ସାମିଲ ରହିଛି ।
-
Union Minister Smriti Irani sends legal notice to Congress leaders Pawan Khera, Jairam Ramesh, Netta D' Souza & Congress over remarks on her 18-year-old daughter & ask them to tender a written unconditional apology and withdraw the allegations with immediate effect
— ANI (@ANI) July 24, 2022 " class="align-text-top noRightClick twitterSection" data="
(file pic) pic.twitter.com/meHGyQKvBW
">Union Minister Smriti Irani sends legal notice to Congress leaders Pawan Khera, Jairam Ramesh, Netta D' Souza & Congress over remarks on her 18-year-old daughter & ask them to tender a written unconditional apology and withdraw the allegations with immediate effect
— ANI (@ANI) July 24, 2022
(file pic) pic.twitter.com/meHGyQKvBWUnion Minister Smriti Irani sends legal notice to Congress leaders Pawan Khera, Jairam Ramesh, Netta D' Souza & Congress over remarks on her 18-year-old daughter & ask them to tender a written unconditional apology and withdraw the allegations with immediate effect
— ANI (@ANI) July 24, 2022
(file pic) pic.twitter.com/meHGyQKvBW
ଲିଗାଲ ନୋଟିସରେ କଂଗ୍ରେସ ନେତାଙ୍କୁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା ସହ ନିଜ ଅଭିଯୋଗକୁ ତତ୍କାଳ ପ୍ରଭାବରେ ଫେରାଇ ନେବାକୁ କହିଛନ୍ତି ସ୍ମୃତି ଇରାନୀ । ଏହାପୂର୍ବରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସର ଝିଅ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ନେଇ ପ୍ରମାଣ ମାଗିଥିଲେ ସ୍ମୃତି । ସ୍ମୃତିଙ୍କ ୧୮ ବର୍ଷୀୟ ଝିଅ କଲେଜରେ ପ୍ରଥମ ବର୍ଷର ଛାତ୍ରୀ ବୋଲି ସେ କହିଛନ୍ତି ।
ଶନିବାର କଂଗ୍ରେସର କିଛି ନେତା ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଏକ ବେଆଇନ ହୋଟେଲ୍ ବାର୍ ଚଳାଇଥିବା ଅଭିଯୋଗ କରିଥିଲେ । ଏଥିପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅପିଲ୍ କରିଥିଲେ । ଏହାକୁ ନେଇ କିଛି ଦସ୍ତାବିଜ୍ ମଧ୍ୟ ଜାରି କରିଥିଲା କଂଗ୍ରେସ । ସେପଟେ ବେଆଇନ ବାର୍ ନେଇ ଅବକାରୀ ବିଭାଗ ପକ୍ଷରୁ ନୋଟିସ ମଧ୍ୟ କରାଯାଇଥିଲା । ଏହାପରେ ସମ୍ପୃକ୍ତ ଅଧିକାରୀଙ୍କୁ ବଦଳି କରାଯାଇଥିବା ଅଭିଯୋଗ ମଧ୍ୟ କରିଥିଲା କଂଗ୍ରେସ । ଏଭଳି ଅଭିଯୋଗ ପରେ ଆଜି କଂଗ୍ରେସ ନେତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି ସ୍ମୃତି ଇରାନୀ ।