ETV Bharat / bharat

କୋରୋନାରେ ଆକ୍ରାନ୍ତ ଜାଭଡେକର, ଦ୍ବିତୀୟ ଥର ପଜିଟିଭ ୟେଦିୟୁରପ୍ପା

author img

By

Published : Apr 16, 2021, 7:08 PM IST

ଶୁକ୍ରବାର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଦ୍ବିତୀୟ ଥର ପାଇଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ହେଲେ ଜାଭଡେକର, ଦ୍ବିତୀୟ ଥର ପଜିଟିଭ ୟେଦିୟୁରପ୍ପା

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହମାରୀ କୋରୋନା ସଂକ୍ରମଣ । ଦୈନିକ 2 ଲକ୍ଷ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ବଡ ବଡ ରାଜନେତା ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଏହି କ୍ରମରେ ଶୁକ୍ରବାର କୋରୋନାରେ ଆକ୍ରାନ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

କୋରୋନା ପଜିଟିଭ ଚିହ୍ନଟ ହେବା ନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜାଭଡେକର । କେନ୍ଦ୍ରମନ୍ତ୍ରୀ ନିଜ ଟ୍ବିଟରରେ ଲେଖିଛନ୍ତି, ମୁଁ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତ 2ରୁ 3 ଦିନ ମଧ୍ୟରେ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ ପରୀକ୍ଷା କରାଇବାକୁ କହିଛନ୍ତି ଜାଭଡେକର ।

ସେପଟେ ଦ୍ବିତୀୟ ଥର ପାଇଁ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଟ୍ବିଟ କରି ଲେଖିଛନ୍ତି, ସାମାନ୍ୟ ଜ୍ବର ଆସିବା ପରେ ମୁଁ କୋଭିଡ ପରୀକ୍ଷା କରିଥିଲି । ତେବେ ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ୟେଦିୟୁରପ୍ପା । ସେହିପରି ଜନସେନା ପାର୍ଟି ମୁଖ୍ୟ ତଥା ସାଉଥ ଅଭିନେତା ପବନ କଲ୍ୟାଣ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.