ETV Bharat / bharat

ଦ୍ବାଦଶ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ ପୀୟୁଷ ଗୋଏଲ - ବିଶ୍ବ ବାଣିଜ୍ୟ ସଂଗଠନ

ଆଜିଠାରୁ ଜେନେଭାରେ ବିଶ୍ବ ବାଣିଜ୍ୟ ସଂଗଠନର (WTO) ଚାରି ଦିନିଆ ଦ୍ବାଦଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ । ଏହି ବୈଠକରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ସାମିଲ ହେବେ । ଅଧିକ ପଢ଼ନ୍ତୁ

union minister piyush goyal to attend 12th ministerial wto meet
12ଦଶ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେପୀୟୁଷ ଗୋଏଲ
author img

By

Published : Jun 12, 2022, 12:06 PM IST

ନୂଆଦିଲ୍ଲୀ: ଆଜିଠାରୁ ଜେନେଭାରେ ବିଶ୍ବ ବାଣିଜ୍ୟ ସଂଗଠନର (WTO) ଚାରି ଦିନିଆ ୧୨ଦଶ ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହେବ । ଏହି ବୈଠକରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ସାମିଲ ହେବେ । ସେ ରୁଦ୍ଧ ଦ୍ବାର ବୈଠକରେ ଯୋଗଦେବା ସହ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ଉପରେ ଅଭିଭାଷଣ ରଖିବେ ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କାଜାଖସ୍ତାନ ଦ୍ବାରା ଆୟୋଜିତ ଏକ ରିସେପ୍ସନରେ ଯୋଗ ଦେବେ । ଆସନ୍ତାକାଲି (ସୋମବାର) ଥିମେଟିକ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ଟ୍ରିପ୍ସ (TRIPS) ଛାଡ଼ ପ୍ରସ୍ତାବ ଏବଂ ମହାମାରୀ ନେଇ ଆଲୋଚନା ହେବ । ସେହିପରି ଦ୍ବିତୀୟ ଅଧିବେଶନରେ ଖାଦ୍ୟ ସୁରକ୍ଷା ମୁଖ୍ୟ ବିଷୟ ବସ୍ତୁ ରହିବ ।

ମଙ୍ଗଳବାର କୃଷକ ଏବଂ ମତ୍ସ ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ସ୍ଥାୟୀ ସମାଧାନ ଉପରେ ବୈଠକରେ ଆଲୋଚନା କରାଯିବ । ଏହାପରେ ବୁଧବାର WTO ସଂସ୍କାର ଓ ଇଲେକ୍ଟ୍ରୋନିକ୍ ଟ୍ରାନ୍ସମିଶନ ପାଇଁ କଷ୍ଟମ୍ସ ଡ୍ୟୁଟି ଉପରେ ଏକ ଅଧିବେଶନ ହେବ । ଚାରି ବର୍ଷର ବ୍ୟବଧାନ ପରେ WTOର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହେବାକୁ ଯାଉଛି । ଶେଷଥର ପାଇଁ ୨୦୧୭ରେ ଆର୍ଜେଣ୍ଟିନାରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.