ETV Bharat / bharat

ତାମିଲନାଡୁରେ ଉଦଘାଟନ ହେଲା ଦେଶର ପ୍ରଥମ ଫୁଡ୍ ମ୍ୟୁଜିୟମ

author img

By

Published : Nov 16, 2021, 11:35 AM IST

ତାମିଲନାଡୁରେ ଦେଶର ପ୍ରଥମ ଫୁଡ୍ ମ୍ୟୁଜିୟମ ଉଦଘାଟନ କଲେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ । ଅଧିକ ପଢନ୍ତୁ

ତାମିଲନାଡୁରେ ଉଦଘାଟନ ହେଲା ଦେଶର ପ୍ରଥମ ଫୁଡ୍ ମ୍ୟୁଜିୟମ
ତାମିଲନାଡୁରେ ଉଦଘାଟନ ହେଲା ଦେଶର ପ୍ରଥମ ଫୁଡ୍ ମ୍ୟୁଜିୟମ

ଚେନ୍ନାଇ: ତାମିଲନାଡୁର ଥଞ୍ଜାଭୁରରେ ପ୍ରତିଷ୍ଠା ହେଲା ଦେଶର ପ୍ରଥମ ଫୁଡ୍ ମ୍ୟୁଜିୟମ(ଖାଦ୍ୟ ସଂଗ୍ରହାଳୟ) । ସୋମବାର ଦିଲ୍ଲୀରୁ ଭର୍ଚୁଆଲ ଯୋଗେ ମ୍ୟୁଜିୟମର ଉଦଘାଟନ କରିଛନ୍ତି ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ । ଭାରତ ବିଶ୍ବର ୫ମ ସର୍ବବୃହତ୍ କୃଷିଜାତ ଦ୍ରବ୍ୟ ରପ୍ତାନୀକାରୀ ରାଷ୍ଟ୍ର । ବର୍ତ୍ତମାନ ଦେଶକୁ ପଞ୍ଚମ ସ୍ଥାନରୁ ଉପର ପାହାଚକୁ ନେବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଉଦଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ ଗୋଏଲ କହିଛନ୍ତି ।

  • Discover the Journey of 'अन्न' in Our Lives!

    Do visit the Food Museum whenever you travel next to Thanjavur in Tamil Nadu to explore the evolution of our food habits & get a glimpse of:

    📜 History of Foragers

    🌾Food Storage

    🚚 Last-mile Distribution

    🏪 Operations of FCI pic.twitter.com/uDX1szRRfc

    — Piyush Goyal (@PiyushGoyal) November 15, 2021 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ କୃଷିଜାତ ଦ୍ରବ୍ୟର ଗୁଣବତ୍ତା ଏବଂ ଉତ୍ପାଦନ କ୍ଷମତା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଆମେ ପୂର୍ବରୁ ହିଁ ବିଶ୍ବର ପଞ୍ଚମ ସର୍ବବୃହତ କୃଷି ରପ୍ତାନୀକାରୀ(agricultural exporter) ରାଷ୍ଟ୍ର ଅଟୁ ଏବଂ ଏବେ ଆହୁରି ରପ୍ତାନୀ ବୃଦ୍ଧି କରିବାକୁ ଆଶା ରଖିଛୁ । ବିଭିନ୍ନ ବୈଶ୍ବିକ ଉନ୍ନତ ପଦକ୍ଷେପଗୁଡିକ ଆପଣାଇ ଆମେ ଆମ ଉତ୍ପାଦନ ପ୍ରକ୍ରିୟାରେ ସୁଧାର ଆଣିବା, ଉତ୍ପାଦନ ବୃଦ୍ଧି କରିବା ଏବଂ ଖର୍ଚ୍ଚ କମାଇ ପାରିବା ସଙ୍ଗେ ସଙ୍ଗେ ଆମ କୃଷକ ଏବଂ ଖାଉଟିଙ୍କୁ ଲାଭାନ୍ବିତ କରିପାରିବା ।

ବର୍ତ୍ତମାନ ବିଶ୍ବ ସମୁଦାୟ ଭାରତକୁ ଏକ ଭରସାଯୋଗ୍ୟ ପାର୍ଟନର ଭାବେ ଦେଖୁଛନ୍ତି । ଆତ୍ମନିର୍ଭର ଭାରତ ଦିଗରେ ଆମେ କାର୍ଯ୍ୟ ଜାରି ରଖିବା । ଏହି ମିଶନ ଅଧିନରେ ଭାରତ ସରକାର କୃଷକଙ୍କୁ ସୁଦୃଢ, ଆତ୍ମନିର୍ଭର ଏବଂ ସେମାନଙ୍କ ଆୟ ଦ୍ବିଗୁଣିତ କରିବାକୁ ଚେଷ୍ଟା କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଆହୁରିମଧ୍ୟ, ଫୁଡ୍ ମ୍ୟୁଜିୟମ ସମ୍ପର୍କରେ ସେ କହିଛନ୍ତି ଯେ, ଭାରତର 'ଜାହାଜରୁ ମୁହଁ ପର୍ଯ୍ୟନ୍ତ' ଖାଦ୍ୟ ସୁରକ୍ଷା କାହାଣୀକୁ ବାଖ୍ୟା କରୁଥିବା ଏବଂ ଭାରତକୁ ବୃହତ୍ ଖାଦ୍ୟଶସ୍ୟ ରପ୍ତାନୀକାରୀ ରାଷ୍ଟ୍ର ଭାବେ ପରିଚୟ ଦେଉଥିବା ଦେଶର ଏହା ପ୍ରଥମ ମ୍ୟୁଜିୟମ । ଅତୀତରେ ଆଦିମ ମନୁଷ୍ୟର ଖାଦ୍ୟ ସଂଗ୍ରହଠୁ ଆରମ୍ଭ କରି ଆଜିକା ସମୟରେ ଖାଦ୍ୟଶସ୍ୟ ଉତ୍ପାଦନର ପ୍ରତିଟି ଚିତ୍ର ତାମିଲନାଡୁର ପ୍ରତିଷ୍ଠିତ ଏହି ମ୍ୟୁଜିୟମରେ ବର୍ଣ୍ଣନା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.