ETV Bharat / bharat

Jammu And Kashmir Terrorist Attack: 50% ହ୍ରାସ ପାଇଛି ଆତଙ୍କବାଦୀ ଆକ୍ରମଣ

author img

By

Published : Apr 6, 2022, 5:02 PM IST

ଦିନକୁ ଦିନ ହ୍ରାସ ପାଉଛି ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ । ତେବେ ଜମ୍ମୁ ଏବଂ କାଶ୍ମୀରରେ ପ୍ରାୟ ୫୦ ପ୍ରତିଶତ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ଅଧିକ ପଢନ୍ତୁ

Jammu and Kashmir: ୫୦ ପ୍ରତିଶତ ହ୍ରାସ ପାଇଛି ଆତଙ୍କବାଦୀ କାର୍ଯ୍ୟକଳାପ

ନୂଆଦିଲ୍ଲୀ: ଦିନକୁ ଦିନ ହ୍ରାସ ପାଉଛି ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ । ତେବେ ଜମ୍ମୁ ଏବଂ କାଶ୍ମୀରରେ ପ୍ରାୟ ୫୦ ପ୍ରତିଶତ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ଏହି ସମ୍ପର୍କରେ ଆଜି(ବୁଧବାର) ରାଜ୍ୟସଭାରେ ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ସେହିପରି ସେ ଆଜି(ବୁଧବାର) ରାଜ୍ୟସଭାରେ ଏହି ତଥ୍ୟ ଉପସ୍ଥାପନ କରିବା ସହ କହିଛନ୍ତି, ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣା ହେଉ ଅବା କାର୍ଯ୍ୟକଳାପ ୫୦ ପ୍ରତିଶତ ଖସିଛି । ଏଥିସହ ଏହି ସଂଖ୍ୟା ୨୦୧୮ରେ ୪୧୭ ରହିଥିବା ବେଳେ ୨୦୨୧ରେ ୫୦ ପ୍ରତିଶତ ଖସି ଆସି ୨୨୯ ରହିଛି । ତେବେ କେନ୍ଦ୍ର ସରକାର ଏହି ସବୁ ସ୍ଥାନରେ ଆତଙ୍କୀ ଓ ତାଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ଜିରୋ ଟଲେରାନ୍ସ (zero-tolerance) ନୀତି ଗ୍ରହଣ କରିଛନ୍ତି ।

ସେହିଭଳି ଏହି ଜିରୋ ଟଲେରାନ୍ସ(zero-tolerance) ନୀତି କେନ୍ଦ୍ର ସରକାର ଲାଗୁ କରିବା ପରେ ୨୦୧୮ରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ୪୧୭ ଥିବା ବେଳେ ୨୦୧୯ରେ ଏହା ୨୪୪ ରହିଥିଲା । ଏଥିସହ ୨୦୨୦ରେ ଏହା ୨୪୪ ରହିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୨୨୯ରେ ପହିଞ୍ଚିଛି । ତେବେ କେନ୍ଦ୍ର ସରକାର ଜମ୍ମୁ ଏବଂ କାଶ୍ମୀରରେ ସମ୍ପୂର୍ଣ୍ଣ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଆତଙ୍କୀ ଲୋପ କରିବା ପାଇଁ ଏହି ନୀତି ଗ୍ରହଣ କରିଛନ୍ତି ।

ଏତଦ୍‌ବ୍ୟତିତ୍‌ ଆତଙ୍କବାଦୀ ଆକ୍ରମଣରେ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ତଥ୍ୟ ମଧ୍ୟ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ତେବେ ମଇ ୨୦୧୪ରୁ ଅଗଷ୍ଟ ୨୦୧୯ ମଧ୍ୟରେ ୧୭୭ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୪୦୬ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି । ସେହିପରି ଏହି ସଂଖ୍ୟା ୫ ଅଗଷ୍ଟ ୨୦୧୯ରୁ ନଭେମ୍ବର ୨୦୨୧ ମଧ୍ୟରେ ୮୭ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୯୯ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହା କେବେଳ ସମ୍ଭବ ହୋଇପାରିଛି, ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଅଧିକ ସୈନ୍ୟ ମୁତୟନ ଏବଂ ଗୁଇନ୍ଦା ତଥ୍ୟ ଆଧାରରେ । ଏଥିସହ ଦିନ ରାତି ଏହି ସବୁ ଅଞ୍ଚଳରେ ସେନାର କ୍ଷେତ୍ର ପରିଦର୍ଶନ, ନାକା ଲାଗିଥିବା ସ୍ଥାନରେ ରାଉଣ୍ଡ କ୍ଲକ୍‌ ଚେକିଙ୍ଗ୍‌, ପାଟ୍ରୋଲିଙ୍ଗ ଏବଂ ଆତଙ୍କବାଦୀ ବିରୋଧରେ ହେଉଥିବା ସର୍ଚ୍ଚ ଅପରେସନ ଫଳରେ ଏହାକୁ ହାସ୍ର କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ରାୟ କହିଛନ୍ତି ।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.