ETV Bharat / bharat

RS Election: ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ - ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

RS Election: ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ

author img

By

Published : May 31, 2022, 12:22 PM IST

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ନିର୍ବାଚନ ଅଧିକାରୀ ଏମ. କେ ବିଶ୍ବସାଲାକ୍ଷୀଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ସମୟରେ ପୂର୍ବତନ ସିଏମ ବି. ଏସ ୟେଦୁରପ୍ପା, ସିଏମ ବୋମ୍ମାଇ, ବିଜେପି ସଭାପତି ନଳୀନ କୁମାର କତିଲ, ମନ୍ତ୍ରୀଙ୍କ ମଧ୍ୟରେ ମଧୁସ୍ବାମୀ ଓ ଆର. ଅଶୋକ ମୁନିରତ୍ନ ଓ ଭି. ସୋମାନ୍ନା ପ୍ରମୁଖ ଉପସ୍ଥିତ ଥିଲେ ।

ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ନିର୍ମଳା ସୀତାରମଣ ଗାଭି ଗଙ୍ଗାଧରେଶ୍ବର ମନ୍ଦିର ପରିଦର୍ଶନ କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମନ୍ଦିରରେ ପହଞ୍ଚିଥିବା ପରେ ନିର୍ମଳାଙ୍କୁ ବିଜେପି ମହିଳା କାର୍ଯ୍ୟକର୍ତ୍ତା ଆରତୀ, ଅର୍ଶିନା-କୁଙ୍କମ୍ ସ୍ଲୋଗାନ ଦେଇ ସ୍ବାଗତ କରିଥିଲେ । ସେଠାରେ ବିଧାୟକ ରବି ସୁବ୍ରମଣ୍ୟମ ଏବଂ MLC ଭାରତୀ ସେଟ୍ଟୀ ଉପସ୍ଥିତ ଥିଲେ ।

ତେବେ ସୂଚନା ଥାଉ କି ଆସନ୍ତା ମାସ ତଥା ଜୁନରୁ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାଳ ସରୁଥିବା ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ଓ ସେହିଦିନ ଫଳାଫଳ ପ୍ରକାଶ ପାଇବା ନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ତେବେ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.