ETV Bharat / bharat

ଦେଶରେ ସାର ଉପଲବ୍ଧତା ଓ ବ୍ୟବହାର ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସମସ୍ତ ରାଜ୍ୟକୁ ଅବଗତ କରାଇଥିଲେ ଯେ, ଦେଶରେ ବର୍ତ୍ତମାନ ୧୫୦ ଏଲଏମଟି ସାରର ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି । ଏହି ମହଜୁଦ ଥିବା ସାର ଚଳିତ ଖରିଫ ଋତୁର ଧ୍ୟାନ ରଖିବା ସହିତ ଆଗାମୀ ରବି ଋତୁର ପ୍ରାରମ୍ଭିକ ବ୍ୟବହାରର ଚାହିଦା ପୂରଣ କରିବାକୁ ସୁନିଶ୍ଚିତ କରିବ । ଅଧିକ ପଢନ୍ତୁ

ଦେଶରେ ସାରର ଉପଲବ୍ଧତା ଓ ବ୍ୟବହାର ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଦେଶରେ ସାରର ଉପଲବ୍ଧତା ଓ ବ୍ୟବହାର ସମ୍ପଦେଶରେ ସାରର ଉପଲବ୍ଧତା ଓ ବ୍ୟବହାର ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ
author img

By ETV Bharat Odisha Team

Published : Aug 23, 2023, 7:11 AM IST

ନୂଆଦିଲ୍ଲୀ: କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗତକାଲି(ମଙ୍ଗଳବାର) ଦେଶରେ ସାରର ଉପଲବ୍ଧତା ଓ ବ୍ୟବହାର ଉପରେ ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ସେ ନାନୋ ୟୁରିଆ, ନାନୋ ଡିଏପିର ଅଗ୍ରଗତି ଏବଂ କ୍ଷେତ୍ର ସ୍ତରରେ ବିକଳ୍ପ ସାରର ବ୍ୟବହାରକୁ ପ୍ରୋତ୍ସାହନ ଏବଂ ଏହି ଦିଗରେ ରାଜ୍ୟ ମାନଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରିଛନ୍ତି ।

କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସମସ୍ତ ରାଜ୍ୟକୁ ଅବଗତ କରାଇଥିଲେ ଯେ, ଦେଶରେ ବର୍ତ୍ତମାନ ୧୫୦ ଏଲଏମଟି ସାରର ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି । ଏହି ମହଜୁଦ ଥିବା ସାର ଚଳିତ ଖରିଫ ଋତୁର ଧ୍ୟାନ ରଖିବା ସହିତ ଆଗାମୀ ରବି ଋତୁର ପ୍ରାରମ୍ଭିକ ବ୍ୟବହାରର ଚାହିଦା ପୂରଣ କରିବାକୁ ସୁନିଶ୍ଚିତ କରିବ ।

ଏହାବି ପଢନ୍ତୁ- ଦେଶର ସାର ସଙ୍କଟ ଏକ ଗୁଜବ: ମାଣ୍ଡବ୍ୟ

ମୃତ୍ତିକାକୁ ସୁରକ୍ଷିତ ରଖିବା ପାଇଁ ରାସାୟନିକ ସାରର ଅତ୍ୟଧିକ ବ୍ୟବହାର ହ୍ରାସ କରିବାର ଆବଶ୍ୟକତା ଉପରେ ମାଣ୍ଡଭୀୟ ମଧ୍ୟ ଆଲୋକପାତ କରିଥିଲେ । ମାଟି ମାଆକୁ ସୁରକ୍ଷିତ ରଖିବା ପାଇଁ ବିକଳ୍ପ ସାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ଧିମା ଗତି ସମ୍ପନ୍ନ ସଲଫର କୋଟେଡ ୟୁରିଆ (ୟୁରିଆ ଗୋଲ୍ଡ), ନାନୋ ୟୁରିଆ, ନାନୋ ଡିଏପି ଇତ୍ୟାଦି ପ୍ରଚଳନ କରିବାକୁ ସେ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।

ସମଗ୍ର ଦେଶରେ କାର୍ଯ୍ୟକ୍ଷମ ପିଏମକେଏସକେର ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା ଯାହା ଗୋଟିଏ ସ୍ଥାନରେ କୃଷକ ମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରୁଥିବା ୱାନ-ଷ୍ଟପ-ସପ ଭାବରେ କାର୍ଯ୍ୟ କରୁଛି । ଏହି ପିଏମକେଏସକେ ଗୁଡ଼ିକୁ ନିୟମିତ ପରିଦର୍ଶନ କରିବା ଏବଂ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସେ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ମାନଙ୍କୁ ନିବେଦନ କରିଛନ୍ତି ।

କୃଷି ବ୍ୟତୀତ ଅନ୍ୟାନ୍ୟ ଉଦ୍ଦେଶ୍ୟରେ କୃଷି ନିମନ୍ତେ ଉଦ୍ଦିଷ୍ଟ ୟୁରିଆର ଅପବ୍ୟବହାର ଉପରେ ରୋକ ଲଗାଇବା ପାଇଁ ମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ନିବେଦନ କରିଥିଲେ । ଏଥିସହ କୃଷି ନିମନ୍ତେ ଉଦ୍ଦିଷ୍ଟ ୟୁରିଆରକୁ ନେଇ ସମ୍ଭାବ୍ୟ ବିଭ୍ରାଟକୁ ହ୍ରାସ କରିବା ସହ ଖିଲାପକାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ସଚେତନତା ଅଭିଯାନ ଚଳାଇବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ସାର ଫ୍ଲାଇଂ ସ୍କ୍ବାଡ ଏବଂ ବିଭିନ୍ନ ରାଜ୍ୟ କୃଷି ବିଭାଗର ମିଳିତ ଯାଞ୍ଚ ଆଧାରରେ ରାଜ୍ୟ ସରକାର ୟୁରିଆ ବ୍ୟବହାର ୟୁନିଟ ଖିଲାପୀଙ୍କ ବିରୋଧରେ ୪୫ଟି ଏଫଆଇଆର ରୁଜୁ କରିଛନ୍ତି। ୩୨ଟି ମିଶ୍ରଣ ୟୁନିଟର ଲାଇସେନ୍ସ ରଦ୍ଦ କରିଛନ୍ତି । ୭୯ଟି ମିଶ୍ରଣ ୟୁନିଟକୁ ଅଚଳ କରିବା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଏବଂ କଳାବଜାରୀ ନିବାରଣ ଆଇନ ଅଧୀନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ବୈଠକରେ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ରାଜ୍ୟ ସରକାର ମାନଙ୍କର ବରିଷ୍ଠ ଅଧିକାରୀ ଏବଂ ସାର ବିଭାଗ ଓ କୃଷି ଓ କୃଷକ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.