ETV Bharat / bharat

ସେଣ୍ଟ୍ରାଲ ଭିଷ୍ଟା ରାଜନୀତି, ରାହୁଲଙ୍କୁ ପାଲଟା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ - ରାହୁଲ ଗାନ୍ଧୀ

ସେଣ୍ଟ୍ରାଲ ଭିଷ୍ଟା ପୁନଃବିକାଶ ଯୋଜନା । ଏହି ଯୋଜନାକୁ ସମାଲୋଚନା କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ଅଧିକ ପଢନ୍ତୁ...

ସେଣ୍ଟ୍ରାଲ ଭିଷ୍ଟାକୁ ଅପରାଧିକ ବଦଖର୍ଚ୍ଚ କହିଲେ ରାହୁଲ, କେନ୍ଦ୍ରମନ୍ତ୍ରୀ ଦେଲେ ପାଲଟା ଜବାବ

author img

By

Published : May 7, 2021, 10:23 PM IST

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପୁନଃବିକାଶ ଯୋଜନା ଆଲୋଚନା କରିବାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ଶୁକ୍ରବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି, କଂଗ୍ରେସର ଆଭିମୁଖ୍ୟ ବଡ ଅଜବ । କାରଣ ତାଙ୍କ ନେତା ୟୁପିଏ ସରକାର କାଳରେ ଏହି ପ୍ରସ୍ତାବର ସମର୍ଥନ କରିଥିଲେ ।

ଏହାପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସମାଲୋଚନା କରି ଏହାକୁ ଅର୍ଥର ଅପଚୟ ବୋଲି କହିଥିଲେ । କୋଭିଡ ମହାମାରୀ ସମୟରେ ଲୋକଙ୍କ ଜୀବନ ରକ୍ଷା ଉପରେ ଧ୍ୟାନ ଦେବାକୁ ସରକାରଙ୍କୁ କହିଥିଲେ ରାହୁଲ । ରାହୁଲ ଗାନ୍ଧୀ କହିଛନ୍ତି, ସେଣ୍ଟ୍ରାଲ ଭିଷ୍ଟା ହେଉଛି ଅପରାଧିକ ବଦଖର୍ଚ୍ଚ ।

କେନ୍ଦ୍ରମନ୍ତ୍ରୀ ପୁରୀ ଟ୍ବିଟ କରି କହିଛନ୍ତି ଯେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ କଂଗ୍ରେସର ଆଭିମୁଖ୍ୟ ଅଦ୍ଭୁତ ଅଟେ । ସେଣ୍ଟ୍ରାଲ ଭିଷ୍ଟା ମୂଲ୍ୟ ବହୁ ବର୍ଷ ଧରି 20,000 କୋଟି ଟଙ୍କା ରହିଛି। ଟୀକାକରଣ ପାଇଁ ଭାରତ ସରକାର ପ୍ରାୟ ଦୁଇଗୁଣ ଅର୍ଥ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଭାରତର ସ୍ୱାସ୍ଥ୍ୟ ବଜେଟରେ ତିନି ଲକ୍ଷ କୋଟିରୁ ଅଧିକ ଟଙ୍କା ରହିଛି । ଆମେ ଆମର ପ୍ରାଥମିକତା ଜାଣୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.