ETV Bharat / bharat

Sikh Delegation From Afghanistan: ଗୁରୁଗ୍ରନ୍ଥ ସାହିବଙ୍କ ସ୍ବରୁପକୁ ମୁଣ୍ଡରେ ବୋହିଲେ ନଡ୍ଡା - ଅଫଗାନିସ୍ତାନରୁ ଫେରିଲେ ହିନ୍ଦୁ ଓ ଶିଖ

କାବୁଲରୁ ଭାରତ ଆସି ପହଞ୍ଚିଛନ୍ତି ଶିଖ ଧର୍ମାବିଲମ୍ବୀ । ସେମାନଙ୍କୁ ସ୍ବାଗତ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । ଏହା ସହ ଗୁରୁଗ୍ରନ୍ଥ ସାହିବ ସ୍ବରୁପକୁ ଗ୍ରହଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅଧିକ ପଢନ୍ତୁ

Guru Granth Sahib Sikh delegation from afganisthan
Sikh delegation from Afghanistan: ତିନି ଗୁରୁ ଗ୍ରନ୍ଥ ସାହିବ ସ୍ବରୂପକୁ ଗ୍ରହଣ କଲେ ଜେପି ନଡ୍ଡା
author img

By

Published : Dec 10, 2021, 7:45 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆସିଥିବା ଶିଖ ଧର୍ମାବିଲମ୍ବୀ (Sikh delegation from Afghanistan) ମାନଙ୍କୁ ସ୍ବାଗତ କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଶୁକ୍ରବାର ଆଫଗାନିସ୍ତାନ କାବୁଲରୁ ଭାରତ ସରକାରଙ୍କ ଅପରେସନ ଦୈବୀ ଶକ୍ତି ମାଧ୍ୟମରେ ଆସି ପହଞ୍ଚିଛନ୍ତି ଶିଖ ଧର୍ମାବିଲମ୍ବୀ । ଏହା ସହ ଶ୍ରୀ ଗୁରୁଗ୍ରନ୍ଥ ସାହିବ ସ୍ବରୁପକୁ ଗ୍ରହଣ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

Sikh delegation from Afghanistan: ତିନି ଗୁରୁ ଗ୍ରନ୍ଥ ସାହିବ ସ୍ବରୂପକୁ ଗ୍ରହଣ କଲେ ଜେପି ନଡ୍ଡା

ଶୁକ୍ରବାର ଆଫଗାନିସ୍ତାନର କାବୁଲରୁ ଭାରତ ଫେରିଛନ୍ତି ହିନ୍ଦୁ ଓ ଶିଖ ଧର୍ମାବିଲମ୍ବୀ । ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କାବୁଲରୁ ସ୍ବଦେଶ ଫେରିଛନ୍ତ ୧୧୦ ଭାରତୀୟ । ଏମାନଙ୍କ ମଧ୍ୟରେ ଅଧିକାଂଶ ରହିଛନ୍ତି ଶିଖ ସମ୍ପ୍ରଦାୟ । କାବୁଲରୁ ସୁରକ୍ଷିତ ଫେରିବା ସହ ନିଜ ଭଗବାନ ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କ ସ୍ବରୁପକୁ ସାଥୀରେ ଆଣିଛନ୍ତି ଶିଖ ସମ୍ପ୍ରଦାୟ । ତେବେ ବିମାନଟି ଦିଲ୍ଲୀରେ ପହଞ୍ଚବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ସ୍ବାଗତ କରିଛନ୍ତି । ବିଜେପି ଅଧ୍ୟକ୍ଷ ଓ ପୁରୀ ନିଜେ ଏହାକୁ ମୁଣ୍ଡରେ ବୋହି ଆଣୁଥିବା ଦେଖିବାକୁ ମିଳିଛି । ଆଫଗାନିସ୍ତାନର କାବୁଲରୁ ବିମାନରେ ୩ ଟି ଗ୍ରନ୍ଥ ଆଣାଯାଇଛି ।

ସୂଚନାଥାଉକି ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ଦଖଲ ପରେ ସେଠାର ବାସ କରୁଥିବା ହିନ୍ଦୁ ଶିଖ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ସେଠାରେ ଦିନକୁ ଦିନ ଲୋକେ ଅନ୍ୟ ଦେଶକୁ ଫେରିଯାଉଛନ୍ତି। ସେଠାରେ ଫଶିଥିବା ଭାରତୀୟଙ୍କୁ ତଥା ହିନ୍ଦୁ ଶିଖ ଧର୍ମାବୀଲମ୍ବି ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେଶନ ଦୈବୀ ଶକ୍ତି ଆରମ୍ଭ କରାଯାଇଛି । ଗତ ଅଗଷ୍ଠ ୧୫ ତାରିଖରୁ ଆରମ୍ଭ ହୋଇଥିବା ଅପରେସନ ଦୈବୀ ଶକ୍ତି ମାଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.