ETV Bharat / bharat

ବିପର୍ଯ୍ୟୟ ପରିଚାଳନା ଯୋଜନା ମାନୁଆଲ ଜାରି କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ - କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଦ୍ବାରା ଜାରି କରାଯାଇଥିବା ଉପଦେଶାବଳୀ ଉପରେ ଆଧାର କରି ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରାଯାଇଛି। ଯାହା ବିପର୍ଯ୍ୟୟ ପରିଚାଳନା ଅଧିନିୟମର ଧାରା ୩୭ ଅନୁଯାୟୀ, ପ୍ରତ୍ୟେକ ମନ୍ତ୍ରଣାଳୟ / ବିଭାଗ ନିଜସ୍ବ ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରିବାକୁ ଏବଂ ଭବିଷ୍ୟତରେ ଘଟୁଥିବା ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ଲକ୍ଷ୍ୟ ରଖିଛି । ଅଧିକ ପଢନ୍ତୁ

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

author img

By

Published : Jul 22, 2023, 10:49 PM IST

ନୂଆଦିଲ୍ଲୀ: କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଗ୍ରାମୀଣ ୱାଶ ପାର୍ଟନର ଫୋରମର ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନା ଯୋଜନା (ଡିଏମ୍ପି) ପାଇଁ ମାନୁଆଲ ଜାରି କରିଛନ୍ତି। ଯାହା ଆଜି ସମାପ୍ତ ହୋଇଛି । ପାନୀୟ ଜଳ ଏବଂ ପରିମଳ ବିଭାଗ ଦ୍ବାରା ଜାତୀୟ, ରାଜ୍ୟ, ଜିଲ୍ଲା, ଏବଂ ଗ୍ରାମ ସ୍ତରରେ ହିତାଧିକାରୀ ମାନଙ୍କ ସହ ଜଡିତ ଜଳ, ପରିମଳ ଏବଂ ସ୍ବଚ୍ଛତା (ଡବ୍ଲ୍ୟୁଏଏସଏଚ) ସମ୍ପତ୍ତି ଏବଂ ସେବାର ସୁରକ୍ଷା , ବାଧାହୀନ ଯୋଗାଣ, ସର୍ବନିମ୍ନ କ୍ଷତି ସୁନିଶ୍ଚିତ କରିବା ପାଇଁ ଏହି ମାନୁଆଲ ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ବିଭାଗ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଡବ୍ଲ୍ୟୁଏଏସଏଚ ଉପରେ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ଜଳ ଜୀବନ ମିଶନ (ଜେଜେଏମ) ଏବଂ ସ୍ବଚ୍ଛ ଭାରତ ମିଶନ- ଗ୍ରାମୀଣ (ଏସବିଏମ - ଜି) ଅନୁରୂପ ଅଟେ ।

ଏହାବି ପଢନ୍ତୁ- Parliament Monsoon Session: ସଂସଦରେ ମଣିପୁର ତାତି, ସୋମବାର ଯାଏଁ ଲୋକସଭା ମୁଲତବୀ

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଦ୍ବାରା ଜାରି କରାଯାଇଥିବା ଉପଦେଶାବଳୀ ଉପରେ ଆଧାର କରି ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରାଯାଇଛି। ଯାହା ବିପର୍ଯ୍ୟୟ ପରିଚାଳନା ଅଧିନିୟମର ଧାରା ୩୭ ଅନୁଯାୟୀ, ପ୍ରତ୍ୟେକ ମନ୍ତ୍ରଣାଳୟ / ବିଭାଗ ନିଜସ୍ବ ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରିବାକୁ ଏବଂ ଭବିଷ୍ୟତରେ ଘଟୁଥିବା ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ଲକ୍ଷ୍ୟ ରଖିଛି ।

ଯୋଜନାର ଉଦ୍ଦେଶ୍ୟ ହେଉଛି ସହମତ ମାନଦଣ୍ଡ ଅନୁଯାୟୀ ବିପର୍ଯ୍ୟୟର ତୁରନ୍ତ ଡବ୍ଲ୍ୟୁଏଏସଏଚ ପ୍ରତିକ୍ରିୟା ନିଶ୍ଚିତ କରିବା । ବିପର୍ଯ୍ୟୟ ଦୁର୍ବଳତା ହ୍ରାସ କରିବାକୁ ଡବ୍ଲ୍ୟୁଏଏସଏଚ ନମନୀୟତା ବୃଦ୍ଧି କରିବା ଇଚ୍ଛାକୃତ ଲକ୍ଷ୍ୟ ଗୁଡିକୁ ହାସଲ କରିବା ପାଇଁ ଏକ ମଜଭୁତ ପରିବେଶ, ପାଣ୍ଠି ଏବଂ ସମନ୍ବୟ ପ୍ରଣାଳୀ ସ୍ଥାପିତ କରିବା ଏବଂ ଏକ ଯୋଜନା ପ୍ରସ୍ତୁତ କରିବା ଯାହା ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା, ପୁନରୁଦ୍ଧାର, ପୁନଃ ନିର୍ମାଣ ଏବଂ କ୍ଷତିକୁ ପୂରଣ କରେ ।

ବିଭାଗ ଦ୍ବାରା ବିକଶିତ ହୋଇଥିବା ଦସ୍ତାବିଜରେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ସମୟରେ ଡବ୍ଲ୍ୟୁଏଏସଏଚ ସମ୍ପତ୍ତି ଏବଂ ସେବା ଗୁଡିକର ଦୁର୍ବଳତା, ଡବ୍ଲ୍ୟୁଏଏସଏଚ ଭିତ୍ତିଭୂମି ଏବଂ ସେବା ଉପରେ ବିପର୍ଯ୍ୟୟର ପ୍ରଭାବ, ବିପର୍ଯ୍ୟୟ ମୁକାବିଲା ପାଇଁ ଡବ୍ଲ୍ୟୁଏଏସଏଚ ଭିତ୍ତିଭୂମି ନିର୍ମାଣ ପାଇଁ କାର୍ଯ୍ୟକଳାପ, ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଆନୁଷ୍ଠାନିକ ପ୍ରଣାଳୀ, ପ୍ରତିକ୍ରିୟା, ପୁନରୁଦ୍ଧାର, ପୁନଃ ନିର୍ମାଣ, ବିଭିନ୍ନ ସ୍ତରରେ ବିପର୍ଯ୍ୟୟ ଏବଂ ବିପର୍ଯ୍ୟୟ ପରେ ଡବ୍ଲ୍ୟୁଏଏସଏଚ ସେବା ବିତରଣ ପାଇଁ ସର୍ବନିମ୍ନ ମାନଦଣ୍ଡ ଏବଂ ଡବ୍ଲ୍ୟୁଏଏସଏଚ ପରିସମ୍ପତ୍ତି ଗୁଡିକୁ ଏବଂ ସେବା ଗୁଡିକରେ ଵିପଦ - ନମନୀୟତାର ଏକୀକରଣକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆର୍ଥିକ ତନ୍ତ୍ର ଉପରେ ଗୁରୁତ୍ୱ ପ୍ରଦାନ କରା ଯାଇଛି । ଏହି ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଲିଙ୍ଗ ଭିତ୍ତିକ ଦୁର୍ବଳତା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସସି / ଏସଟି), ବୃଦ୍ଧ, ଶିଶୁ ଏବଂ ଭିନ୍ନକ୍ଷମଙ୍କ ସମ୍ବନ୍ଧୀୟ ସମସ୍ୟା ଅନ୍ତର୍ଭୁକ୍ତ ।

ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରସଙ୍ଗରେ ସର୍ବୋଚ୍ଚ ପ୍ରାଥମିକତା ଅନୁଯାୟୀ ମାନୁଆଲ ସମ୍ପ୍ରଦାୟର ପ୍ରସ୍ତୁତି, ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଏବଂ ଅନ୍ତର୍ଜାତୀୟ ସହଯୋଗକୁ ନେଇ ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରେ । ଦସ୍ତାବିଜ ଚାରୋଟି ଯୋଜନା ଉପରେ ଧ୍ୟାନ ଦେଇଥାଏ - ବିପଦ ହ୍ରାସ ପାଇଁ ୧୦-ପଏଣ୍ଟ ଏଜେଣ୍ଡା ଅନୁଯାୟୀ ସମସ୍ୟାର ସମାଧାନ ବ୍ୟତୀତ ପ୍ରସ୍ତୁତି, ପ୍ରତିକ୍ରିୟା, ପୁନରୁଦ୍ଧାର ଏବଂ ପୁନଃ ନିର୍ମାଣ ଏବଂ କ୍ଷତି ଭରଣା ଉପରେ ଗୁରୁତ୍ବ ଦେଇଥାଏ । ବିପର୍ଯ୍ୟୟ ସମୟରେ, ତିନି ପ୍ରକାରର ମୂଲ୍ୟାଙ୍କନ କରାଯିବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.