ETV Bharat / bharat

ନୂଆ IT ମନ୍ତ୍ରୀଙ୍କ କଡା ଚେତାବନୀ, ଦେଶର ଆଇନ ସର୍ବୋପରି

author img

By

Published : Jul 8, 2021, 3:46 PM IST

Updated : Jul 8, 2021, 4:56 PM IST

ଅଶ୍ବିନୀ ବୈଷ୍ଣବ ସମ୍ଭାଳିଛନ୍ତି ଦେଶର ଆଇଟି, ଇଲେକ୍ଟ୍ରୋନିକ୍ସ ଓ ସଞ୍ଚାର ମନ୍ତ୍ରଣାଳୟର ଦାୟିତ୍ବ । କାର୍ଯ୍ୟଭାର ସମ୍ଭାଳିବା କ୍ଷଣି ଟ୍ବିଟରକୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ । ଅଧିକ ପଢନ୍ତୁ...

ନୂଆ IT ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ଚେତାବନୀ, ଟ୍ବିଟରକୁ ମାନିବାକୁ ପଡିବ ଦେଶର ଆଇନ

ନୂଆଦିଲ୍ଲୀ: ଆଇଏଏସ ଅଧିକାରୀରୁ ରାଜନେତା ହୋଇଥିବା ଓଡିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ସମ୍ଭାଳିଛନ୍ତି ଦେଶର ଆଇଟି, ଇଲେକ୍ଟ୍ରୋନିକ୍ସ ଓ ସଞ୍ଚାର ମନ୍ତ୍ରଣାଳୟର ଦାୟିତ୍ବ । କାର୍ଯ୍ୟଭାର ସମ୍ଭାଳିବା କ୍ଷଣି ଟ୍ବିଟରକୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ।

ଟ୍ବିଟରର ମନଇଚ୍ଛା କାର୍ଯ୍ୟକଳାପ ଉପରେ ଅଶ୍ବିନୀ ବୈଷ୍ଣବ ସଫାସଫା କହିଦେଇଛନ୍ତି ଯେ ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ । ଆଉ ସମସ୍ତେ ଏହାକୁ ମାନିବା ବାଧ୍ୟତାମୂଳକ ।

ଏପଟେ କେନ୍ଦ୍ର ସରକାର ଓ ଟ୍ବିଟର ମଧ୍ୟରେ ଥମିନି ବିବାଦ । ଏହାରି ମଧ୍ୟରେ 8 ସପ୍ତାହ ଭିତରେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଟ୍ବିଟର । ଆଇଟି ନିୟମର ଅନୁପାଳନ ପାଇଁ ଭାରତରେ ଗୋଟିଏ ସମ୍ପର୍କ କାର୍ଯ୍ୟାଳୟ ସ୍ଥାପନ କରିବା ପ୍ରକ୍ରିୟାରେ ଥିବା ଟ୍ବିଟର ସୂଚନା ଦେଇଛି ।

ସଂସଦର ସଦସ୍ୟ ଭାବରେ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଥମ କାର୍ଯ୍ୟକାଳ । ସେ କ୍ୟାବିନେଟ ମନ୍ତ୍ରୀ ରୂପେ ରେଳମନ୍ତ୍ରୀ ବିଭାଗ ସହ ଇଲେକ୍ଟ୍ରୋନିକ୍ସ, ଆଇଟି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ । ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦଙ୍କ ସ୍ଥାନ ନେଇଛନ୍ତି ଅଶ୍ବିନୀ ।

Last Updated : Jul 8, 2021, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.