ETV Bharat / bharat

ଗଣମାଧ୍ୟମର ଖବର ପ୍ରସାରଣ ଶୈଳୀକୁ ପ୍ରଧାନ ବିଚାରପତିଙ୍କ ସମାଲୋଚନା, ପ୍ରତିକ୍ରିୟା ରଖିଲେ ଅନୁରାଗ

ଦେଶରେ ଗଣମାଧ୍ୟମର ଖବର ପ୍ରସାରଣ ଶୈଳୀକୁ ନେଇ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ବିବୃତ୍ତି ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jul 24, 2022, 2:47 PM IST

union minister anurag thakur advices to media
ଗଣମାଧ୍ୟମର ଖବର ପ୍ରସାରଣ ଶୈଳୀକୁ ପ୍ରଧାନ ବିଚାରପତିଙ୍କ ସମାଲୋଚନା, ପ୍ରତିକ୍ରିୟା ରଖିଲେ ଅନୁରାଗ

ନୂଆଦିଲ୍ଲୀ: ଦେଶରେ ଗଣମାଧ୍ୟମର ଖବର ପ୍ରସାର ଶୈଳୀକୁ ନେଇ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ବିବୃତ୍ତି ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପ୍ରତିକ୍ରିୟା ରଖିଛନ୍ତି। ଖବର ପ୍ରସାରଣ ଶୈଳୀ ଉପରେ ଗଣମାଧ୍ୟମ ଦୃଷ୍ଟି ଦେବାକୁ ଅନୁରାଗ ପରାମର୍ଶ ଦେଇଛନ୍ତି। ପ୍ରସାରଣ ଦିବସ ଅବସରରେ ଅଲ ଇଣ୍ଡିଆ ରେଡିଓରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣା ଗଣମାଧ୍ୟମର 'କଙ୍ଗାରୁ କୋର୍ଟ' ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଥିଲେ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି " ଖବର ପ୍ରସାରଣ ବେଳେ ଲକ୍ଷମ ରେଖା ଅତିକ୍ରମ କରୁଛୁ କି ନାହିଁ ସେଥିପ୍ରତି ଧ୍ୟାନ ଦେବା ଉଚିତ। ମିଡିଆ ମାଧ୍ୟମରେ ମୋର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ, ଯଦି ସେମାନଙ୍କ ପ୍ରତି ଏଭଳି କିଛି ସୃଷ୍ଟି ହେଉଛି ତେବେ ସେମାନେ ସଚେତନ ରହିବାର ଆବଶ୍ୟକତା ଅଛି। ପ୍ରଧାନ ବିଚାରପତି ଏନ.ଭି ରମଣା ଖବର ପ୍ରସାରଣକୁ ତୀବ୍ର ସମାଲୋଚନା କହିଥିଲେ, " ବର୍ତ୍ତମାନର ଗଣମାଧ୍ୟମ ଦେଶରେ ବିଭିନ୍ନ ପ୍ରସଙ୍ଗରେ ମିଡିଆ ଟ୍ରାଏଲ ଚଳାଇଛି ଯାହା କଙ୍ଗାରୁ କୋର୍ଟ ପରି। ଯାହା ସୁସ୍ଥ ଗଣତନ୍ତ୍ର ପ୍ରତି ଭୟଙ୍କର ପରମ୍ପରା ସୃଷ୍ଟି କରୁଛି"।

ଏହା ମଧ୍ୟ ପଢ଼ନ୍ତୁ: ମିଡିଆ ଟ୍ରାଏଲ ମାଧ୍ୟମରେ ଦେଶରେ କଙ୍ଗାରୁକୋର୍ଟ ଚଳାଇଛି ଗଣମାଧ୍ୟମ: CJI

ସେହିପରି କେନ୍ଦ୍ରମନ୍ତ୍ରୀ ଅଲ ଇଣ୍ଡିଆ ରେଡିଓରେ ଉପସ୍ଥିତ ଥିବା ସମାବେଶକୁ ସମ୍ବୋଧିତ କରି କହିଛନ୍ତି " ଟେଲିଭିଜନ ଏବଂ ଇଣ୍ଟରନେଟର ଆଗମନ ପରେ ରେଡିଓ ପାଇଁ ସଙ୍କଟ ଦେଖାଦେଇପାରେ। କିନ୍ତୁ ରେଡିଓ ଏହାର ପ୍ରାସଙ୍ଗିକତା ଏବଂ ବିଶ୍ବସନୀୟତା ଉପରେ ଆଜି ବଜାୟ ରଖିଛି। ଯେତେବେଳେ ଲୋକେ ନିରପେକ୍ଷ ଖବର ଶୁଣିବାକୁ ଚାହାଁନ୍ତି, ସେମାନେ ସ୍ବଭାବିକ ଭାବେ ଅଲ ଇଣ୍ଡିଆ ରେଡଓ ଓ ଦୂରଦର୍ଶନ ଦ୍ବାରା ପ୍ରସାରିତ ଖବର ଶୁଣିଥାନ୍ତି। ଦେଶରେ ଭୌଗୋଳିକ ଭାବେ 92 ପ୍ରତିଶତ ଏବଂ 99 ପ୍ରତିଶତ ଲୋକେ ରେଡିଓ ଉପରେ ବିଶ୍ବାସ ରଖନ୍ତି, ଯାହା ଏକ ବଡ଼ ସଫଳତା" ବୋଲି ଅନୁରାଗ ଠାକୁର କହିଛନ୍ତି।

https://ndtv.in/india/anurag-thakur-advises-media-to-introspect-after-cji-raman-statement-3187770

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.