ETV Bharat / bharat

ପରିସ୍ରା ଘଟଣା ପାଇଁ ଟେନସନ୍ ! ବିମାନ ବନ୍ଦର ସୁରକ୍ଷା ନେଇ କେନ୍ଦ୍ର ଗୃହ ସଚିବଙ୍କ ବୈଠକ

author img

By

Published : Jan 9, 2023, 6:11 PM IST

ବିମାନରେ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ଆଜି ବିମାନ ବନ୍ଦର ସୁରକ୍ଷା ନେଇ ବୈଠକ କଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା (Union Home Secretary chairs meeting) । DGCA ଓ CISF ମହାନିର୍ଦ୍ଦେଶକ ମଧ୍ୟ ସାମିଲ । ଅଧିକ ପଢନ୍ତୁ

ବିମାନ ବନ୍ଦର ସୁରକ୍ଷା ନେଇ କେନ୍ଦ୍ର ଗୃହ ସଚିବଙ୍କ ବୈଠକ

ହାଇଦ୍ରାବାଦ: ବିମାନ ବନ୍ଦର ସୁରକ୍ଷା ନେଇ ବୈଠକ କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା (Union Home Secretary chairs meeting) । ନିକଟରେ ଏୟାର ଇଣ୍ଡିଆ ବିମାନରେ ଦୁଇଟି ପରିସ୍ରା କରିବା ଘଟଣା ସାମ୍ନାକୁ ଆସିବା ପରେ ଏକାଧିକ ପ୍ରସଙ୍ଗ ନେଇ ଏହି ବୈଠକ ଆୟୋଜିତ ହୋଇଛି । ଯାତ୍ରୀଙ୍କ ଅସ୍ବାଭାବିକ ବ୍ୟବହାରରେ ସୃଷ୍ଟି ହୋଇଥିବା ସ୍ଥିତି ସହ ପଣ୍ୟ ପରିବହନ ଓ ବିମାନ ବନ୍ଦର ଭିତ୍ତିଭୂମିର ସୁରକ୍ଷା ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା ।

ପୂର୍ବାହ୍ନ ପ୍ରାୟ 11 ଟାରେ ଗୃହ ମନ୍ତ୍ରଣାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଅଧ୍ୟକ୍ଷତା କରିଥିବା ବେଳେ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF)ର ମହାନିର୍ଦ୍ଦେଶକ, ବେସାମରିକ ଉଡାଣ ନିର୍ଦ୍ଦେଶାଳୟ(DGCA)ର ମହାନିର୍ଦ୍ଦେଶକ, ବେସାମରିକ ଉଡାଣ ସୁରକ୍ଷା ବ୍ୟୁରୋର ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏକାଧିକ ପ୍ରସଙ୍ଗ ସହ ନିକଟରେ ବିମାନରେ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଓ ସହ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଏକାଧିକ ଦିଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା (Union Home Secretary chairs meeting) ।

ନିକଟରେ ଏୟାର ଇଣ୍ଡିଆ ବିମାନରେ ଘଟିଥିବା ପରିସ୍ରା କରିବା ଘଟଣା ଏବେ ବିମାନ ସେବା କ୍ଷେତ୍ରରେ ପ୍ରଭାବ ପକାଇଛି । ଏପରି ଅପ୍ରିତିକର ସ୍ଥିତିକୁ ଏଡାଇବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ସମସ୍ତ ଏୟାର ଲାଇନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏୟାର ଇଣ୍ଡିଆରେ ହୋଇଥିବା ଏପରି ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ଅଭିଯୁକ୍ତ ଶଙ୍କର ମିଶ୍ରାକୁ ଗିରଫ କରାଯାଇ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅନ୍ୟପଟେ ସଂସ୍ଥାର ମୂଳ କମ୍ପାନୀ ଟାଟାସନ୍ସର ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ ମଧ୍ୟ ଘଟଣା ନେଇ ଦୁଖଃ ପ୍ରକାଶ କରିଛନ୍ତି ।

ବିଶୃଙ୍ଖଳିତ ଯାତ୍ରୀଙ୍କ କାରଣରୁ କୌଣସି ଅପ୍ରିତିକର ସ୍ଥିତି ସୃଷ୍ଟି ହେଲେ ତାକୁ ହାଲୁକା ଭାବେ ନନେଇ ତୁରନ୍ତ ବିମାନ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ନେଇ ଏୟାର ଇଣ୍ଡିଆ ସିଇଓ ସମସ୍ତ ପାଇଲଟ ଓ କ୍ର୍ୟୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ନଭେମ୍ବର 26 ଓ ଡିସେମ୍ବର 6ରେ ଏପରି ଦୁଇଟି ଅପ୍ରିତିକର ଘଟଣା ସାମ୍ନାକୁ ଆସିଥିଲା । ଉଭୟ ଘଟଣା ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.