ETV Bharat / bharat

ବୋଧଗୟା ମନ୍ଦିର ପ୍ରଶାସନକୁ 80 ଲକ୍ଷ ଟଙ୍କାର ଫାଇନ୍‌, ଜାଣନ୍ତୁ କାହିଁକି ?

author img

By ETV Bharat Odisha Team

Published : Sep 11, 2023, 7:55 PM IST

ବିହାରର ବୋଧଗୟା ସ୍ଥିତ ମହାବୋଧି ମନ୍ଦିରରେ 80 ଲକ୍ଷର ଫାଇନ ଲଗାଇଲା ଗୃହ ମନ୍ତ୍ରଣାଳୟ । ଫରେନ କରେନ୍ସି ରେଗୁଲେଟରୀ ଆକ୍ଟ ରେଜିଷ୍ଟ୍ରେସନ ନିୟମରେ ଖିଲାପ ଅଭିଯୋଗ । ଅଧିକ ପଢନ୍ତୁ

ମନ୍ଦିର ପ୍ରଶାସନ ଉପରେ 80 ଲକ୍ଷ ଟଙ୍କାର ଫାଇନ୍‌ ଲଗାଇଲା ଗୃହ ମନ୍ତ୍ରଣାଳୟ, ଜାଣନ୍ତୁ କାହିଁକି ?

ପାଟନା: ବିହାରର ବୋଧଗୟା ସ୍ଥିତ ପ୍ରସିଦ୍ଧ ମହାବୋଧି ମନ୍ଦିର ପ୍ରଶାସନ ବିରୋଧରେ 80 ଲକ୍ଷ ଟଙ୍କା ଜରିମାନା ଲଗାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ମହାବୋଧି ମନ୍ଦିର ପରିଚାଳନା କମିଟି (BTMC) ବିରୋଧରେ ବିଦେଶୀ ମୁଦ୍ରା ରେଗୁଲେଟରି ଆକ୍ଟ ଖିଲାପ ଅଭିଯୋଗରେ ଏହି ଜରିମାନା ଲଗାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ 80ଲକ୍ଷ ଟଙ୍କା ଜରିମାନା ଭରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମନ୍ଦିର ପ୍ରଶାସନକୁ ନୋଟିସ ଜାରି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଫରେନ କରେନ୍ସି ରେଗୁଲେଟରୀ ଆକ୍ଟର ପଞ୍ଜୀକରଣରେ ନବୀକରଣ କରାଯାଇନଥିବାରୁ ଏହି ନୋଟିସ ଜାରି କରାଯାଇଛି ।

ଦାନରେ ଅଧିକ ମିଳିଥାଏ ବିଦେଶୀ ମୁଦ୍ରା: ସମଗ୍ର ବିଶ୍ବରେ ବୌଦ୍ଧ ଶ୍ରଦ୍ଧାଳୁମାନଙ୍କ ଆସ୍ଥାର କେନ୍ଦ୍ରସ୍ଥଳୀ ଭାବେ ଏହି ବୋଧଗୟା ମହାବୋଧି ମନ୍ଦିର ପ୍ରସିଦ୍ଧି ଲାଭ କରିଛି । ବିଶେଷ ଭାବେ ନଭେମ୍ୱରରୁ ବୋଧଗୟାକୁ ପର୍ଯ୍ୟଟକମାନଙ୍କ ଆଗମନ ଆରମ୍ଭ ହୋଇଥାଏ । ଯେଉଁଥିପାଇଁ ଏହି ମନ୍ଦିରକୁ ବିଦେଶୀ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଗମନ ସହ ଅଧିକ ବିଦେଶୀ ମୁଦ୍ରା ମଧ୍ୟ ଦାନ ଆକାରରେ ମିଳିଥାଏ । ଯେଉଥିପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କାର ବିଦେଶୀ ମୁଦ୍ରା ଦାନ ଆକାରରେ ପାଇଥାଏ ଏହି ମନ୍ଦିର ପ୍ରଶାସନ ।

2022ରେ ବି ପଠାଯାଇଥିଲା ନୋଟିସ:- ସୂଚନା ଅନୁଯାୟୀ, ଗତବର୍ଷ (2022) ମସିହାରେ ବି ସମାନ ମାମଲାରେ ମନ୍ଦିର ପ୍ରଶାସନକୁ ନୋଟିସ ଜାରି କରାଯାଇଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନୋଟିସ ଜାରି କରାଯାଇଥିଲା । କିନ୍ତୁ ଏହି ନୋଟିସକୁ ବିଟିଏମସି ଗମ୍ଭୀରତାର ସହ ନେଇନଥିବା ଅଭିଯୋଗ ହୋଇଥିଲା । ତେବେ 2017 ମସିହାରୁ 2022 ପର୍ଯ୍ୟନ୍ତ ଦାନ କରାଯାଇଥିବା ବିଦେଶୀ ମୁଦ୍ରାର ରିଟର୍ଣ୍ଣ ଭରାଯାଇ ନଥିବାରୁ ଏହି ନୋଟିସ ପଠାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :-ବୋଲ ମାନୁନି ଉଦୟନାଥଙ୍କ ତୁଣ୍ଡ, କହିଲେ ବିଜେପି ବିଷଧର ସାପ

ଅନ୍ୟପଟେ ଏହି ନୋଟିସକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ମନ୍ଦିର ପ୍ରଶାସନ ଅଧ୍ୟକ୍ଷ ଓ ଜିଲ୍ଲାଧିକାରୀ ତ୍ୟାଗରାଜନ ଏମଏମଙ୍କ ସୂଚନା ଅନୁଯାୟୀ, 2017ରୁ 2022 ମଧ୍ୟରେ ବାର୍ଷିକ ରିଟର୍ଣ୍ଣ ଦାଖଲ କରାଯାଇ ନଥିବାରୁ ବିଟିଏମସିକୁ ଏହି ଜରିମାନା ଲାଗୁ କରାଯାଇଛି । କିନ୍ତୁ ଆନୁଆଲ ରିଟର୍ଣ୍ଣ ଦାଖଲ ଛାଡ କରିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ପଠଯାଇଥିଲେ ବି ଏହାକୁ ଗ୍ରହଣ କରିନଥିଲା କେନ୍ଦ୍ର । ଏହା ସହ ଦାଖଲ ପାଇଁ ସେପ୍ଟେମ୍ବର 4 ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା କେନ୍ଦ୍ର । ପରେ ଏହି ଫାଇନ ରାଶି ସହ ନୋଟିସ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.