ETV Bharat / bharat

ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜୟ ପ୍ରତୀକ ଦେଖାଇଲେ ଶାହ

ଆଜିଠୁ ତାମିଲନାଡୁରେ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଏହା ପୂର୍ବରୁ ତାମିଲନାଡୁର ସୁଚିନ୍ଦ୍ରମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଶାହ । ଅଧିକ ପଢନ୍ତୁ...

author img

By

Published : Mar 7, 2021, 12:33 PM IST

ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜୟ ପ୍ରତୀକ ଦେଖାଇଲେ ଶାହ
ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜୟ ପ୍ରତୀକ ଦେଖାଇଲେ ଶାହ

କନ୍ୟାକୁମାରୀ: ତାମିଲନାଡୁ ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ସୁଚିନ୍ଦ୍ରମ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ସେ ବିଜୟ ସଂକଳ୍ପ ମହାସମ୍ପର୍କ ଅଭିଯାନର ଆରମ୍ଭ କରିବେ । ପରେ ହିନ୍ଦୁ କଲେଜରୁ ଭେପ୍ପାମୋଡୁ କମରଜା ଷ୍ଟାଚ୍ୟୁ ପର୍ଯ୍ୟନ୍ତ ବିଶାଳ ରାଲି କରିବା ସହ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିବେ ।

ସେପଟେ ଅଭିଯାନ ଆରମ୍ଭ ପୂର୍ବରୁ ବିଜୟ ପ୍ରତୀକ ଦେଖାଇଲେ ଶାହ । ମନ୍ଦିରରେ ପହଞ୍ଚିବା ପରେ ଭିକ୍ଟର ସିମବଲ ଦେଖାଇ ଶାହ ତାମିଲନାଡୁରେ ନିଶ୍ଚୟ ସରକାର ଗଢିବ ଏଆଇଏଡିଏମକେ-ବିଜେପି ନିଶ୍ଚୟ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଡୋର-ଟୁ-ଡୋର କ୍ୟାମ୍ପନରେ 11ଟି ଘର ପରିଦର୍ଶନ କରାଯିବ । ଉପନିର୍ବାଚନରେ କାନ୍ୟାକୁମାରୀ ଲୋକସଭା ଆସନରୁ ଏନଡିଏ ପ୍ରାର୍ଥୀ ପନ୍ ରାଧାକ୍ରିଷ୍ଣନଙ୍କୁ ଜିତେଇବାକୁ ଜନତାଙ୍କ ସମର୍ଥନ ଲୋଡି ଥିଲେ ଶାହ ।

ଚଳିତ ସପ୍ତାହରେ ଶାହଙ୍କ ଏହା ଦ୍ବିତୀୟ ଗସ୍ତ । ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ.ପଲାନିସ୍ବାମୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଚଳିତ ରାଜ୍ୟ ବିଧାନସଭା ନିର୍ବାଚନରେ ଏଆଇଡିଏମକେ ସହ ମିଶି ନିର୍ବାଚନ ଲଢୁଛନ୍ତି । ତାମିଲନାଡୁର 234ଟି ସିଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ 2ରେ ନିର୍ବାଚନ ଫଳାପଳ ବାହାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.