ETV Bharat / bharat

Manipur Violence: ଗତ ଛ’ ବର୍ଷରେ ମଣିପୁରରେ କର୍ଫ୍ୟୁ ଲାଗିନାହିଁ: ଅମିତ ଶାହ

author img

By

Published : Aug 9, 2023, 9:21 PM IST

ଆଜି ସଂଧ୍ୟା 5ଟାରେ ଲୋକସଭାରେ ମଣିପୁର ପ୍ରସଙ୍ଗରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ‘‘ ମଣିପୁରରେ ଯାହା ଘଟିଲା ଲଜ୍ଜା ଜନକ । ମଣିପୁର ମା ଭଉଣୀଙ୍କ ସୁରକ୍ଷା ପାଇଁ ସରକାର କଠୋର ପଦକ୍ଷେପ ନେଉଛନ୍ତି । ଘଟଣାରେ ସାମିଲ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାର ସମସ୍ତ ପ୍ରୟାସ କରୁଛନ୍ତି । ମଣିପୁରରେ ଶାନ୍ତି ଫେରିବ । ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ । ଅଧିକ ପଢନ୍ତୁ

Manipur Violence
Manipur Violence
ଗତ ଛ’ ବର୍ଷ ଭିତରେ ମଣିପୁରରେ କର୍ଫ୍ୟୁ ଲାଗିନଥିଲା: ଅମିତ ଶାହ

ନୂଆଦିଲ୍ଲୀ: ମଣିପୁର ହିସାଂକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ରଖିଛନ୍ତି । ସବୁବେଳେ ମଣିପୁରକୁ ନେଇ ସ୍ଥିତି ସମୀକ୍ଷା କରୁଛନ୍ତି । ପ୍ରଧାନମନ୍ତ୍ରୀ ହିଂସାକୁ ନେଇ ବ୍ୟତିଥ । ଘଟଣା ଘଟିବା ଦିନ ସକାଳ 4 ଟାରେ ପରଦିନ ସକାଳ 6.30 ରେ ଫୋନ କରି ସ୍ଥିତି ସ୍ବାଭାବିକ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ସ୍ଥିତି ସ୍ବାଭାବିକ ପାଇଁ ସରକାର କୌଣସି ସୁଯୋଗ ଛାଡି ନାହିଁ । ହିସାଂ ନିୟନ୍ତ୍ରଣ ପାଇଁ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଉଛି । ସ୍ଥିତି ଉପରେ ଲଗାତାର ଗୃହ ମନ୍ତ୍ରଣାଳୟ ନଜର ରଖିଛି । ମଣିପୁରରେ ଯାହା ଘଟିଲା ତାହା ଲଜ୍ଜା ଜନକ । ଏଭଳି ଘଟଣା ପାଇଁ ଦେଶ ଲଜ୍ଜିତ । ସରକାର ଉପରେ ବିଶ୍ବାସ ରଖନ୍ତୁ ଦୋଷୀ କଠୋର ଦଣ୍ଡ ପାଇବେ । ମଣିପୁରରେ ଅତିଶୀଘ୍ର ସ୍ଥିତି ସ୍ବାଭାବିକ ହେବ । ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ମଣିପୁର ପ୍ରସଙ୍ଗରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ଦେଇ ଲୋକସଭାରେ ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

  • #WATCH | This is a very unfortunate incident and it is a shame for society. But why did this video (Manipur viral video) come before the start of this Parliament session? If someone was having this video they should have given it to the DGP, and action would have been taken on… pic.twitter.com/CEd8vTWnPN

    — ANI (@ANI) August 9, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- No Confidence Motion: ଜବାବ ବେଳେ ସଂସଦରେ ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଶାହ

ଆଜି ସଂଧ୍ୟା 5ଟାରେ ଲୋକସଭାରେ ମଣିପୁର ପ୍ରସଙ୍ଗରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ‘‘ ମଣିପୁରରେ ଯାହା ଘଟିଲା ଲଜ୍ଜା ଜନକ । ମଣିପୁର ମା ଭଉଣୀଙ୍କ ସୁରକ୍ଷା ପାଇଁ ସରକାର କଠୋର ପଦକ୍ଷେପ ନେଉଛନ୍ତି । ଘଟଣାରେ ସାମିଲ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାର ସମସ୍ତ ପ୍ରୟାସ କରୁଛନ୍ତି । ମଣିପୁରରେ ଶାନ୍ତି ଫେରିବ । ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ । ମଣିପୁର ସମେତ ଦେଶର ପ୍ରତି ନାଗରିକଙ୍କ ସୁରକ୍ଷାର ଦାୟିତ୍ବ ସରକାରଙ୍କର । ମଣିପୁର ଘଟଣାକୁ ନେଇ ରାଜନୀତି କରାନଯାଉ । ମଣିପୁର ସ୍ଥିତରେ ସୁଧାର ପାଇଁ ସରକାର ନେଉଥିବା ପଦକ୍ଷେପକୁ ବିରୋଧୀ ସମର୍ଥନ କରନ୍ତୁ । ’’

  • #WATCH | I appeal to both Meitei and Kuki communities to engage in dialogue, violence is not a solution to any problem...I assure you that we will bring peace in the state. Politics should not be done on this issue: Union Home Minister Amit Shah on Manipur violence pic.twitter.com/BbnLK9vN3e

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଅଭିଯୋଗର ଜବାବ ଦେଇ ଶାହ କହିଛନ୍ତି ଘଟଣା ଦିନ ସକାଳ 4 ଟାରେ ପରଦିନ ସକାଳ 6.30 ରେ ପ୍ରଧାନମନ୍ତ୍ରୀ ମତେ ଫୋନ କରି ମଣିପୁର ପ୍ରସଙ୍ଗରେ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ବାରମ୍ବାର ସମୀକ୍ଷା କରିଛନ୍ତି । ଏକାଧିକ ଥର ରାଜ୍ୟ ସରକାର, ଗୃହ ମନ୍ତ୍ରଣାଳୟ ସମେତ ସୁରକ୍ଷା ଏଜେନ୍ସୀଙ୍କ ସହ ଆଲୋଚନା କରିଛନ୍ତି । ମଣିପୁର ହିସାଂ ପରେ ପ୍ରଧାନମନ୍ତ୍ରୀ ମଣିପୁରରେ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି । ସେହିପରି ଶାହ କହିଛନ୍ତି ମୁଁ ନିଜେ ମଣିପୁର ଯାଇ 3 ଦିନ ପର୍ଯ୍ୟନ୍ତ ସ୍ଥିତି ଅନୁଧ୍ୟାନ ସହ ପୀଡିତଙ୍କୁ ସାକ୍ଷାତ କରିଛି । ରିଲିଫ କ୍ୟାମ୍ପସରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ମିଶିଛି । ସେମାନଙ୍କ ସମସ୍ୟା ବୁଝିଛି । ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ 23 ଦିନ ପର୍ଯ୍ୟନ୍ତ ମଣିପୁରରେ ରହିଛନ୍ତି । 16 ଟି ଭିଡିଓ କନଫରେନସ ବୈଠକ ହୋଇଛି । 36 ହଜାର ଅତିରିକ୍ତ ଜବାନଙ୍କୁ ମଣିପୁର ପଠାଯାଇଛି । ମଣିପୁରର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ବଦଳି କରାଯାଇଛି । ଅତିରିକ୍ତ ରିଲିଫ ସାମଗ୍ରୀ ମଣିପୁରକୁ ପଠାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଭାବ ନହେବା ପାଇଁ ସରକାର ବିଶେଷ ଧ୍ୟାନ ଦେଇଛନ୍ତି ।

ଏହାବି ପଢନ୍ତୁ- No Confidence Motion: ସ୍ମୃତି ଇରାନୀ କହିଲେ ବଂଶବାଦ ନୁହେଁ ଯୋଗ୍ୟତାକୁ ବିଶ୍ବାସ କରେ ଦେଶ

  • #WATCH | I agree that there have been incidents of violence in Manipur. No one can support such incidents. Doing politics on these incidents is shameful: Home Minister Amit Shah on violence in Manipur pic.twitter.com/9qaP8s59PV

ସେହିଭଳି ଶାହ ବିରୋଧୀଙ୍କ ରାଷ୍ଟ୍ରପତି ଶାସନ ଦାବିର ଜବାବ ଦେଇ କହିଛନ୍ତି ‘‘ ଭାରତ ସରକାର ନିଜର ଅଧିକାରୀଙ୍କୁ ମଣିପୁର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । ଭାରତ ସରକାରଙ୍କ ଅଧିକାରୀ ନିଯୁକ୍ତ ହେବା ପରେ 3 ତାରିଖରେ ହିସାଂ ହେଲା । 4 ତାରିଖ ଠାରୁ ସବୁ କିଛି ବନ୍ଦ । ବିରୋଧୀ 356 ଆଧାରରେ ରାଷ୍ଟ୍ରପତି ଶାସନ ଦାବି କରୁଛନ୍ତି । ମୁଁ ସ୍ପଷ୍ଟ କରିବାକୁ ଚାହେଁ... ରାଷ୍ଟ୍ରପତି ଶାସନ କେତେବେଳ ଲାଗିଥାଏ । ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ହିସାଂ ବେଳେ କୌଣସି ସହଯୋଗ କରିବେ ନାହିଁ, ମଣିପୁର ମୁଖ୍ୟମନ୍ତ୍ରୀ ତ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି । ଭାରତ ସରକାରଙ୍କ ଅଧିକାରୀ ନିଯୁକ୍ତି ମଧ୍ୟ ସ୍ବୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ ସେତେବେଳେ ପରିବର୍ତ୍ତନ କରିବାକୁ ପଡେ ଯେତେବେଳେ କୌଣସି ସହଯୋଗ ମିଳେନାହିଁ ।

ଏହାବି ପଢନ୍ତୁ- No Confidence Motion: ଅଗର ଉନକା ବସ୍‌ ଚଲେ ତୋ...

ପ୍ରଧାନମନ୍ତ୍ରୀଙ୍କ ନିରବତା ଅଭିଯୋଗକୁ ନେଇ ଶାହ କହିଛନ୍ତି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚର୍ଚ୍ଚା କରିବାକୁ ବିଚାର କରିଥିଲେ । କିନ୍ତୁ ଯେତେବେଳେ ସଂସଦରେ ଗୃହମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ବିରୋଧୀ ଦେଉନାହାଁନ୍ତି । ଚର୍ଚ୍ଚା ପାଇଁ ଆସୁନାହାଁନ୍ତି, ହଙ୍ଗାମା ହଟ୍ଟଗୋଳ କରୁଛନ୍ତି, କେବଳ ଅଭିଯୋଗ କରୁଛନ୍ତି ସେତେବେଳେ ପ୍ରଧାନମନ୍ତ୍ରୀ କଣ କରିବେ? ବିରୋଧୀଙ୍କୁ ପରାମର୍ଶ ଦେଇ ଶାହ କହିଛନ୍ତି ଆପଣ କେବଳ ଅଭିଯୋଗ କରୁଛନ୍ତି । ମଣିପୁର ପ୍ରସଙ୍ଗରେ ରାଜନୀତି କରୁଛନ୍ତି । ସଂସଦ ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ମୁଁ ନିଜେ ଉଭୟ ସଦନର ପ୍ରତିପକ୍ଷ ନେତାଙ୍କୁ ଚିଠି ଲେଖି ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁରୋଧ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିରୋଧୀଙ୍କୁ ଆଲୋଚନାକୁ ଆସିବା ପାଇଁ ଅନୁରୋଧ କଲେ । କିନ୍ତୁ ବିରୋଧୀ ନିଜ ରାଜନୈତିକ ସ୍ବାର୍ଥ ପାଇଁ ସଂସଦରେ ହଙ୍ଗାମା ବ୍ୟତୀତ କିଛି କଲେ ନାହିଁ । ସରକାର ଉପରେ ନିରାଧାର ଅଭିଯୋଗ ଲଗାଇଲେ । 2014 ପୂର୍ବରୁ ମଣିପୁରରେ ଖାଲି କର୍ଫ୍ୟ ଲାଗୁଥିଲା । କିନ୍ତୁ ଗତ 6 ବର୍ଷ ଭିତରେ ଗୋଟିଏ ଦିନ ପାଇଁ କର୍ଫ୍ୟ ଲାଗିନାହିଁ ମଣିପୁରରେ ବୋଲି ଶାହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.