ETV Bharat / bharat

CRPF 84th Raising Day: 'ଦେଶର ଅନ୍ତରୀଣ ସୁରକ୍ଷା କବଚ ସିଆରପିଏଫ ଯବାନ' - ଗୃହମନ୍ତ୍ରୀ ଅମିତ ଶାହ

ସିଆରପିଏଫ ରାଇଜିଂ ଡେ ପରେଡରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଛତିଶଗଡ ଜଗଦଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସିଆରପିଏଫଙ୍କ ଅବଦାନ ବିଷୟରେ ଆଲୋକପାତ କରିଛନ୍ତି । ଅଧିକ ପଢନ୍ତୁ

CPRF 84th Raising Day
Union Home Minister Amit Shah
author img

By

Published : Mar 25, 2023, 12:59 PM IST

Updated : Mar 25, 2023, 1:20 PM IST

ରାୟପୁର: ଛତିଶଗଡ ଜଗଦଲପୁରରେ ସିଆରପିଏଫ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସିଆରପିଏଫ 84ତମ ରାଇଜିଂ ଡେ' ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଗୃହମନ୍ତ୍ରୀ । ସିଆରପିଏଫ ପରେଡରେ ସାମିଲ ହୋଇ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସିଆରପିଏଫଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆମ ଯବାନଙ୍କ ସାହସ ପାଇଁ ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇଛି । ଅନ୍ତରୀଣ ସୁରକ୍ଷା କବଜ ସିଆରପିଏଫ ଯବାନ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏପରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ସିଆରପିଏଫ 84ତମ ରାଇଜିଂ ଡେର କେନ୍ଦ୍ର ଗୃହମନ୍ତ୍ରୀ ଦେଶରେ 2239 ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଦେଶର ଅନ୍ତରୀଣ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସମୟରେ 763 ସିଆରପିଏଫ ଯବାନ ବଳିଦାନ ଦେଇଛନ୍ତି । ସିଆରପିଏଫର ସ୍ଥାପନ ହେବା ପରେ ପ୍ରଥମ ଥର ପାଇଁ ଛତିଶଗଡ ବସ୍ତରରେ ପ୍ରତିଷ୍ଠା ଦିବସ ପାଳନ କରୁଛେ । ଏହା ଆମ ପାଇଁ ଗର୍ବର ବିଷୟ । ଛତିଶଗଡରେ ବାମପନ୍ଥୀ ଉଗ୍ରବାଦଙ୍କୁ ଶେଷ କରିବାକୁ ସିଆରପିଏଫ ଯବାନ ତାଙ୍କର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ସେମାଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଆଜି ଦେଶ ଯେଉଁ ସ୍ବର୍ଣ୍ଣିମ ବିଜୟ ହାସଲ କରିବାକୁ ଯାଉଛି ତାହା କେବେଳ ସେମାନଙ୍କ ବଳିଦାନ ପାଇଁ ସମ୍ଭବ ହୋଇଛି ।

ଗୃହମନ୍ତ୍ରୀ ଆହୁରି କହିଛନ୍ତି, ''ଜମ୍ମୁ କାଶ୍ମୀର ହେଉ ଅବା ଉତ୍ତରପୂର୍ବାଞ୍ଚଳ ଅଶାନ୍ତି ବିରୋଧରେ ଲଢିବା ହେଉ ବା ବାମପନ୍ଥୀ ଉଗ୍ରବାଦ କ୍ଷେତ୍ରରେ ସବୁବେଳେ ସଜାଗ ଆମ ସିଆରପିଏଫ । ସବୁଠି ବୀରତା ପ୍ରଦର୍ଶନ କରିଛନ୍ତି । ଜୀବନକୁ ବିପଦରେ ପକାଇ ଆଦିବାସୀଙ୍କ ପାଖରେ ବିକାଶ ପହଞ୍ଚାଇଛନ୍ତି । ଦେଶର ଅନ୍ତରୀକ୍ଷ ସୁରକ୍ଷା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲେଖାଥିବା ସିଆରପିଏଫର ଇତିହାସ ସମସ୍ତ ଯବାନଙ୍କ ସାହସ, ସୌର୍ଯ୍ୟ ଓ ବଳିଦାନ ଭାବନାରେ ଅଙ୍କିତ ହୋଇଛି ।''

ଛତିଶଗଡରେ 174 କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ହୋଉଛି । ଆଞ୍ଚଳିକ ଭାଷା ସୃଦୁଢ କରେ । ଏବେ ଆଦିବାସୀ ସେମାନଙ୍କ ଭାଷାରେ ଖବର ଜାଣିପାରିବେ । ଦେଶ ଓ ବିଶ୍ବ ସହିତ ସେମାନଙ୍କ ସମ୍ପର୍କ ବଢିବ । ହାଲବି ଭାଷାରେ ସାପ୍ତାହିକ ନ୍ୟୁଜ ବୁଲେଟିନ ଆରମ୍ଭ ହୋଇଛି । ଏ ନେଇ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓକୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସିଆରପିଏଫ ଯବାନଙ୍କ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ନିର୍ବାଚନରେ ସିଆରପିଏଫ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ସଂସଦ ସୁରକ୍ଷାରେ ସିଆରପିଏଫ ଯବାନ ନିୟୋଜିତ ହୋଇଥିବା କହିଛନ୍ତି ଗୃହମନ୍ତ୍ରୀ ।

ଏହା ବି ପଢନ୍ତୁ...Land for jobs scam case: ସିବିଆଇରେ ହାଜର ହେଲେ ତେଜସ୍ବୀ ଯାଦବ

ସିଆରପିଏଫ 1939 ଜୁଲାଇ 27ରେ ପ୍ରତିଷ୍ଠା ହୋଇଥିଲା । 1949 ଡିସେମ୍ବର 28ରେ ସର୍ଦ୍ଦାର ବଲ୍ଲଭ ପଟେଲ ଏହାକୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଭାବେ ନାମକରଣ କରିଥିଲେ । ଗୋଟିଏ ବାଟାଲିୟନରୁ ଆରମ୍ଭ ହୋଇଥିବା ସିଆରପିଏଫ ଯବାନଙ୍କ ସଂଖ୍ୟା ବର୍ତ୍ତମାନ 3.35 ଲକ୍ଷରେ ପହଞ୍ଚିଛି ।

Last Updated : Mar 25, 2023, 1:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.