ETV Bharat / bharat

ନକ୍ସଲ ସମସ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ - ଛତିଶଗଡ ମାଓବାଦୀ ସମସ୍ୟା ଖବର

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ବିଶେଷ କରି ରାଜ୍ୟର ନକ୍ସଲ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ମଧ୍ୟ ଭେଟିଛନ୍ତି । ଅଧିକ ପଢନ୍ତୁ...

cgcm
ନକ୍ସଲ ସମସ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ
author img

By

Published : Nov 17, 2020, 4:26 PM IST

Updated : Nov 17, 2020, 9:58 PM IST

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଏହା ସହ ଦୀପାବଳୀର ଶୁଭେଛା ଜଣାଇଛନ୍ତି । ଛତିଶଗଡର ବିଭିନ୍ନ ସମସ୍ୟା ସହ ବିଶେଷ କରି ରାଜ୍ୟର ନକ୍ସଲ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି।

ନକ୍ସଲ ସମସ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ଗସ୍ତରେ ଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଗୃହମନ୍ତ୍ରୀଙ୍କୁ ଦୀପାବଳିର ଶୁଭେଛା ଜଣାଇଛନ୍ତି । ଛତିଶଗଡ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷ କରି ଛତିଶଗଡରେ ନକ୍ସଲ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନକ୍ସଲ ଦମନ କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ବସ୍ତର ଅଞ୍ଚଳରେ ନକ୍ସଲ ସମସ୍ୟାର ସମାଧାନ ପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ବସ୍ତର ଅଞ୍ଚଳରେ ମାଓବାଦ ସମସ୍ୟାର ମୁକାବିଲା କରିବାକୁ ହେଲେ ଆବଶ୍ୟକ ରଣନୀତି ସହିତ ପ୍ରଭାବିତ ଅଞ୍ଚଳରେ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆବଶ୍ୟକତା ରହିଛି ।

ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ କରିବା ସହ ମାଓ ପ୍ରଭାବିତ ଅଞ୍ଚଳରେ ବିକାଶ ମୂଳକ କାର୍ଯ୍ୟ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟର ବିକାଶ ଏବଂ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଗୃହମନ୍ତ୍ରୀ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ସେହିପରି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଭେଟିଛନ୍ତି ବାଘେଲ । ରାଜ୍ୟରେ ବାୟୋ-ଇଥାନଲ ପ୍ରକଳ୍ପ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଧାନ ଫସଲ ପରେ ବାହାରୁଥିବା ନଡାରୁ ଇଥାନଲ ପ୍ରସ୍ତୁତ କରିବାକୁ କହିଛନ୍ତି ବାଘେଲ । ସେହିପରି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ତାଙ୍କ ନାଗପୁର ସ୍ଥିତ ବାସଭବନରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସାକ୍ଷାତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ କେଉଁ କାରଣରୁ ସାକ୍ଷାତ କରିଥିଲା ତାହା ଜଣାପଡିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2020, 9:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.