ETV Bharat / bharat

କୋଭିଡ ପରବର୍ତ୍ତୀ ଘଟଣା ପରିମାପକ ଉନ୍ମୋଚନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Sep 24, 2021, 7:06 AM IST

ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର କୋଭିଡ ପରବର୍ତ୍ତୀ ପରିସ୍ଥିତିର ପରିମାପକ ଉନ୍ମୋଚନ କରିଛନ୍ତି । ଅଧିକ ପଢନ୍ତୁ...

Union Health Minister
Union Health Minister

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର କୋଭିଡ ପରବର୍ତ୍ତୀ ପରିସ୍ଥିତିର ପରିମାପକ ଉନ୍ମୋଚନ କରିଛନ୍ତି । ଏହି ପରିମାପକ ଡାକ୍ତର, ସେବିକା, ସ୍ବାସ୍ଥ୍ୟକର୍ମୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀଙ୍କୁ ସାରା ଦେଶରେ କୋଭିଡର ଦୀର୍ଘମିଆଦି ସମସ୍ୟା ମୁକାବିଲା ଦିଗରେ ମାର୍ଗଦର୍ଶନ ଦେବ ।

ମାର୍ଗଦର୍ଶିକା ଉନ୍ମୋଚନ ଅବସରରେ ଖୁସି ପ୍ରକଟ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ପ୍ରସ୍ତୁତ ମାର୍ଗଦର୍ଶିକା ଡାକ୍ତର ଓ ସ୍ବାସ୍ଥ୍ୟ ସେବା ଯତ୍ନରେ ନିୟୋଜିତ କର୍ମଚାରୀଙ୍କୁ କୋଭିଡର ଦୀର୍ଘସ୍ଥାୟୀ ପ୍ରତିକ୍ରିୟାର ପରିଚାଳନା ଦିଗରେ ବେଶ ସହାୟକ ହେବ । କୋଭିଡରେ ବୃତ୍ତିଗତ ଓ ସବିଶେଷ ଉପଚାର, ପାର୍ଶ୍ବ ପ୍ରତିକ୍ରିୟା ସର୍ବନିମ୍ନ କରିବା ସହ ଉପଚାରରେ କୌଣସି ନକାରାତ୍ମକ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ।

ସେହିପରି, ଆମେ କଳାକବକ ଯୋଗୁଁ ଅତ୍ୟଧିକ ଷ୍ଟେରୟେଡ ପ୍ରୟୋଗ ପାଇଁ କୋଭିଡ ପରିବର୍ତ୍ତୀ ଅବସ୍ଥାରେ ରୋଗୀମାନଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବା ଲକ୍ଷ୍ୟ କରିଛୁ । ଅବଶ୍ୟ କମ ବା ନାମ ମାତ୍ର ପାର୍ଶ୍ବ ପ୍ରତିକ୍ରିୟା ଥିବା ଔଷଧ ସେବନ କରିବା ଗୁରୁତ୍ବପୂର୍ଣ୍ଣ । ଆମେ ଯଦି ଆଗରୁ ସତର୍କ ରହିବା, ତେବେ ଭବିଷ୍ୟତରେ କୋଭିଡ ମୁକାବିଲା ଦିଗରେ ଏହା ଖୁବ ଫଳପ୍ରଦ ହେବ । ଏହାବାଦ ମନ୍ତ୍ରୀ କହିଛନ୍ତି କୋଭିଡ ପରବର୍ତ୍ତୀ ସମୟରେ ସମାଜରେ ଏକ ଅମୂଳକ ଭୟ ଓ ମାନସିକ ଅବସାଦ ଖେଳିଯାଉଛି ଯାହାର ମୁକାବିଲା କରାଯିବା ଅତ୍ୟନ୍ତ ଜରୁରୀ । ସେ ଦୃଷ୍ଟିରୁ ପରବର୍ତ୍ତୀ କୋଭିଡ ସମସ୍ୟା ଗୁଡିକୁ ଭଲ ଭାବେ ହୃଦୟଙ୍ଗମ କରି ତାର ମୁକାବିଲା କରାଯିବ ଦରକାର ।

ଦେଶର ଅନେକ ବିଶେଷଜ୍ଞ ବ୍ୟାପକ ବିଚାର ବିମର୍ଶ ପରେ କୋଭିଡ ପରବର୍ତ୍ତୀ ଉପଚାର ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ପେଶାଦାର ସ୍ବାସ୍ଥ୍ୟ ସେବା ଯତ୍ନରେ ନିୟୋଜିତ ବିଶେଷଜ୍ଞ ଦ୍ବାରା ସବୁ ଦୃଷ୍ଟିରୁ ବିଚାରକୁ ନେଇ ଏହି ପରିମାପକ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଥିଲେ, ମାନସିକ ସ୍ବାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ବରୋପ କରିବା ସହ ସର୍ବଶେଷ କ୍ଷତିଗ୍ରସ୍ତ ବ୍ୟକ୍ତି ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି କହିଥିଲେ । ଏହାସହ ଏହି ବୈଷୟିକ ମହାମାରୀ ଆମର ସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ଆହ୍ବାନ ସୃଷ୍ଟି କରିଛି । ମାନସିକ ସ୍ବାସ୍ଥ୍ୟ ଯତ୍ନ ଏକ ଜନସଂଖ୍ୟା ବହୁଳ ବିଶାଳ ଦେଶ ନିମନ୍ତେ ଏକ ବଡ ଆହ୍ବାନ ବୋଲି କହିଛନ୍ତି ।

ମାନସିକ ସ୍ବାସ୍ଥ୍ୟର ଏହି ଆହ୍ବାନ ପାଇଁ ଆମକୁ ସାମର୍ଥ୍ୟ ବୃଦ୍ଧି କରିବାକୁ ପଡିବ । ଆମ ସମ୍ମୁଖ ଯୋଦ୍ଧାଗଣ ଜ୍ଞାନ ଓ ତାଲିମ ଆହରଣ କରିପାରିଲେ ସେମାନେ କୋଭିଡ ପରବର୍ତ୍ତୀ ସମସ୍ୟାକୁ ଭଲଭାବେ ସମ୍ଭାଳି ପାରିବେ । ଆମେ ଯେତେବେଳେ ନିଜକୁ କୋଭିଡ ପରବର୍ତ୍ତୀ ଅବସ୍ଥା ସମ୍ଭାଳିବା ପାଇଁ ପ୍ରସ୍ତୁତ କରୁଛୁ, ସେତେବେଳେ କେହି ଯେପରି ବାଦ ନ ପଡନ୍ତି ତାହା ଦେଖିବା ମଧ୍ୟ ଖୁବ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତକୁ ଆଧାର କରି ଏହି ମାନସିକ ସ୍ବାସ୍ଥ୍ୟ ପରିମାପକ ପ୍ରସ୍ତୁତ ହୋଇଛି । ଯେପରି କୋଭିଡ-୧୯ ବିଶ୍ବର ଶେଷ ମହାମାରୀ ହୁଏ ସେଥିପାଇଁ ଆମେ ମାନେ ମିଳିମିଶି କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.