ETV Bharat / bharat

ଦ୍ବିତୀୟ ଡୋଜ ଟିକା ନେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Mar 30, 2021, 12:03 PM IST

ଆଜି ଦିଲ୍ଲୀର ହାର୍ଟ ଏବଂ ଲଙ୍ଗ ଇଷ୍ଟିଚ୍ୟୁଟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ତାଙ୍କ ପତ୍ନୀ କୋଭିଡ -19ର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କୋରୋନା ଟୀକାକରଣର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଆଜି ଦିଲ୍ଲୀର ହାର୍ଟ ଏବଂ ଲଙ୍ଗ ଇଷ୍ଟିଚ୍ୟୁଟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ତାଙ୍କ ପତ୍ନୀ କୋରୋନା ଟୀକାକରଣର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି ।

ପୂର୍ବରୁ କୋରୋନା ଟିକାର ପ୍ରଥମ ଡୋଜ ନେଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଆଜି ତାଙ୍କ ପତ୍ନୀ ନୁତନ ଗୋଏଲଙ୍କ ସହିତ କୋରୋନା ଟିକାର ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ପ୍ରଥମ ଡୋଜ ଟିକା ନେବା ପରେ ଆମକୁ କୌଣସି ପାର୍ଶ୍ବ ପ୍ରତିକ୍ରିଆ ହୋଇନାହିଁ । ଉଭୟ ଭାରତୀୟ ଟିକା ନିରାପଦ ଏବଂ ପ୍ରଭାବଶାଳୀ । ଏବେ ବି ଟିକାକୁ ନେଇ ଏନେକ ଲୋକଙ୍କ ମନରେ ସନ୍ଦେହ ରହିଛି । ଟିକାକୁ ନେଇ ପ୍ରାସର ହେଉଥିବା ମିଛ ଗୁଜବ ଉପରେ ଲୋକଙ୍କୁ ବିଶ୍ବାସ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ଟିକା ନେବା ପରେ ପୁଣି କୋରୋନାର ସଂକ୍ରମିତ ହେବା ନେଇ ସ୍ବଳ୍ପ ମାମଲା ରହିଛି । ଯଦି ଟିକା ନେବା ପରେ କେହି କୋରୋନାରେ ସଂକ୍ରମିତ ହୁଅନ୍ତି ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ସମ୍ଭାବନା କମ ଥାଏ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏବେ ବି ସାତଟି କୋରୋନା ଟିକା ପରୀକ୍ଷଣ ପର୍ଯ୍ୟାୟରେ ଅଛି । ଏବେ ବି ଦେଶର 430ଟି ଜିଲ୍ଲାରେ ଗୋଟିଏ ହେଲେ ବି କୋରୋନା ସଂକ୍ରମଣ ମାମଲା ନାହିଁ । ପରିସ୍ଥିତ ନିୟନ୍ତ୍ରଣରେ ରହିଛି । ତଥାପି ଆମକୁ କୋରୋନା ସଂକ୍ରମଣକୁ ଅଣଦେଖା କରି ପାରିବା ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ପ୍ରକାଶ ଥାଉ କି, ଜାନୁଆରୀ 16 ରୁ ଭାରତରେ କୋରୋନା ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା । ଡ୍ରାଇଭରେ ପ୍ରଥମେ ଆଗଧାଡିର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ଏହା ପରେ ମାର୍ଚ୍ଚ 1ରୁ ଦେଶର ବରିଷ୍ଠ ନାଗରିକ ତଥା 60 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ କୋରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.