ETV Bharat / bharat

ଭାଷଣ ମଝିରେ ପାଣି ଦେଇ ଚର୍ଚ୍ଚାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ - ଭାଷଣ ମଝିରେ ପାଣି ଦେଇ ଚର୍ଚ୍ଚାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଚର୍ଚ୍ଚାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପଦ୍ମଜା ଚୁନଣ୍ଡୁରୁଙ୍କୁ ଜଳ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭାଷଣ ମଝିରେ ପାଣି ଦେଇ ଚର୍ଚ୍ଚାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

author img

By

Published : May 9, 2022, 10:34 PM IST

Updated : May 10, 2022, 10:34 AM IST

ନୂଆଦିଲ୍ଲୀ: ଚର୍ଚ୍ଚାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦାରପଣ । ଅର୍ଥମନ୍ତ୍ରୀଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପଦ୍ମଜା ଚୁନଣ୍ଡୁରୁଙ୍କୁ ଜଳ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରାଯାଇଛି ।

  • This graceful gesture by FM Smt. @nsitharaman ji reflects her large heartedness, humility and core values.

    A heart warming video on the internet today. pic.twitter.com/isyfx98Ve8

    — Dharmendra Pradhan (@dpradhanbjp) May 8, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ଭିଡିଓରେ ଦେଖିବାକୁ ମିଳିଛି କି NSDL (National Securities Depository Limited) ପରିଚାଳିକା ପଦ୍ମଜା ଚୁନଣ୍ଡୁରୁ ଭାଷଣ ଦେଉଥିଲେ । ଷ୍ଟେଜ ଉପରେ ଅଭିଭାଷଣ ବେଳେ ବକ୍ତାଙ୍କ ଗଳା ଶୁଖିଯିବାରୁ ନିଜେ ତାଙ୍କ ନିକଟକୁ ପାଣି ନେଇ ପହଞ୍ଚି ଯାଇଥିଲା ଅର୍ଥମନ୍ତ୍ରୀ । ମୁମ୍ବାଇରେ ଚାଲିଥିବା ଏନଏସଡିଏଲ ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡର ଏକ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ପଦ୍ମଜା ଅଭିଭାଷଣ ଦେବା ସମୟରେ ଗଳା କିଛି ଅନୁଭବ କରିବାକୁ ବିରତି ନେଇଥିଲେ । ଏହି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଞ୍ଚ ଉପରକୁ ଯାଇ ତାଙ୍କୁ ପାଣି ବୋତଲ ପ୍ରଦାନ କରିଥିଲେ । ଯାହା ବେଶ ହୃଦୟସ୍ପର୍ଶୀ ରହିଥିଲା । ଏହି ଭିଡିଓକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରେ ସେୟାର କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରିଛନ୍ତି । NSDLର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ।

ପ୍ରକାଶ ଥାଉ କି, ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନଙ୍କ ପାଇଁ NSDLର ନିବେଶକ ସଚେତନତା କାର୍ଯ୍ୟକ୍ରମ 'ମାର୍କେଟ କା ଏକଲବ୍ୟ ' ଶୀର୍ଷକ ଉପରେ ଆଲୋଚନା କରିଥିଲେ । ଏନଏସଡିଏଲର ୨୫ ବର୍ଷ ପୂର୍ତ୍ତି ଅବସରରେ ଏକ ପୋଷ୍ଟାଲ ଷ୍ଟାମ୍ପ ଲଞ୍ଚ କରାଯାଥିଲା । ସେହିପରି ମାର୍କେଟ ଏକଲବ୍ୟ ନାମରେ ଏକ ଇନଭେଷ୍ଟର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସୀତାରମମଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 10, 2022, 10:34 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.