ନୂଆଦିଲ୍ଲୀ: ମହାମାରୀ ସଙ୍କଟ ମଧ୍ୟରେ ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ ବୈଠକ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିନ 11ଟାରେ ଏହି ବୈଠକ ବସିବ ।
କେନ୍ଦ୍ରରେ ନେତା ମନ୍ତ୍ରୀମଣ୍ଡଳର ବିସ୍ତାର ନେଇ କଳ୍ପନା ଜଳ୍ପନା ମଧ୍ୟରେ ଏହି କ୍ୟାବିନେଟ ବୈଠକ ବସିବାକୁଯାଉଛି । ମନ୍ତ୍ରୀମଣ୍ଡଳରେ ନୂଆ ଚେହେରାଙ୍କୁ ସାମିଲ କରାଇବାକୁ ନେଇ ହୋଇପାରେ ଆଲୋଚନା । ଏହା ସହ ମହାମାରୀ କୋରୋନାର ସାମ୍ପ୍ରତିକ ସ୍ଥିତି ଓ ଟୀକାକରଣ ଉପରେ ମଧ୍ୟ ଆଲୋଚନା ହେବା ନେଇ ସମ୍ଭାବନା ରହିଛି ।
ଗତ କିଛି ଦିନରୁ କେନ୍ଦ୍ର କ୍ୟାବିନେଟ ବିସ୍ତାର ନେଇ କଳ୍ପନ୍ନାଜଳ୍ପନା ଲାଗିରହିଛି । କ୍ରମାଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କ୍ୟାବିନେଟର ବଡ ବଡ ମନ୍ତ୍ରୀଙ୍କ ସହ ବୈଠକ ପରେ ଏହି ଚର୍ଚ୍ଚା ଜୋର ଧରିଛି ।