ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ବଢିଲା ମହଙ୍ଗା ବତ୍ତା । ତିନି ପ୍ରତିଶତ ବଢିଲା ମହଙ୍ଗା ଭତ୍ତା । ତିନି ପ୍ରତିଶତ ବଢି ମହଙ୍ଗା ଭତ୍ତା ୩୪ ପ୍ରତିଶତକୁ ବୃଦ୍ଧି ହୋଇଛି । ଆଜି ଏନେଇ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି ।
ଏଥସହ କେନ୍ଦ୍ର ସରକାରଙ୍କ ପେନସନ ଭୋଗୀ ମଧ୍ୟ ୩ ପ୍ରତିଶତ ଅଧିକ ଭାବେ ପେନସନ ଆକରରେ ପାଇବେ ବୋଲି କ୍ୟାବିନେଟ ପକ୍ଷରୁ କୁହାଯାଇଛି । ଏଥିସହ ଏହା ପିଛିଲା ଭାବେ ଜାନୁଆରୀ ପହିଲା ୨୦୨୨ରୁ ଲାଗୁ ହେବା ବୋଲି କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ କୁହାଯାଇଛି ।
@ANI