ETV Bharat / bharat

ଦେଶର ୧୧.୨ ଲକ୍ଷ ସ୍କୁଲରେ ଆରମ୍ଭ ହେବ PM ପୋଷଣ ଯୋଜନା

ସାରା ଦେଶରେ ୧୧.୨ ଲକ୍ଷରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ତଥା ପିଏମ ପୋଷଣ(PM ପୋଷଣ) ଆରମ୍ଭ କରିବାକୁ ମୋଦି ସରକାରଙ୍କର ମିଳିଛି ମଞ୍ଜୁରୀ । ଅଧିକ ପଢନ୍ତୁ...

author img

By

Published : Sep 29, 2021, 4:15 PM IST

ଦେଶର ୧୧.୨ ଲକ୍ଷ ସ୍କୁଲରେ ଆରମ୍ଭ ହେବ PM ପୋଷଣ ଯୋଜନା
ଦେଶର ୧୧.୨ ଲକ୍ଷ ସ୍କୁଲରେ ଆରମ୍ଭ ହେବ PM ପୋଷଣ ଯୋଜନା

ନୂଆଦିଲ୍ଲୀ: ସ୍କୁଲରେ ଏଣିକି ଭୋକିଲା ରହିବେନି ଛାତ୍ରଛାତ୍ରୀ । ମିଳିବ ପୋଷଣଯୁକ୍ତ ଖାଦ୍ୟ । କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏନେଇ କରାଯାଇଛି ବଡ ଘୋଷଣା । ସାରା ଦେଶରେ ୧୧.୨ ଲକ୍ଷରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ତଥା ପିଏମ ପୋଷଣ(PM ପୋଷଣ) ଆରମ୍ଭ କରିବାକୁ ମୋଦି ସରକାରଙ୍କର ମିଳିଛି ମଞ୍ଜୁରୀ ।

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ୧.୨ ଲକ୍ଷରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ । ଏନେଇ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ ହେବ, ଯାହାର ନାଁ ରହିଛି ପିଏମ ପୋଷଣ । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ଏହି ଯୋଜନା । ଏନେଇ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

ଆଗାରୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଜନା ଚାଲିଆସୁଛି । ତେବେ ଏହାକୁ ପିଏମ ପୋଷଣ ଯୋଜନାରେ ସାମିଲ କରାଯିବ । ଏହି ଯୋଜନା ପୂର୍ବ ଅପେକ୍ଷା ଅଧିକ ସୁଧାର ହେବ ବୋଲି କ୍ୟାବିନେଟ ପକ୍ଷରୁ ଦାବି କରାଯାଇଛି । ପରବର୍ତ୍ତୀ ସମୟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ । ଏହି ଯୋଜନା ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିବ, କିନ୍ତୁ ବୃହତ ଅଂଶ କେନ୍ଦ୍ରର ରହିବ ବୋଲି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.