ETV Bharat / bharat

Marriage Age of Women: ୨୧ ବୟସ ପୂର୍ବରୁ ବିବାହ କରିପାରିବେନି ଯୁବତୀ - legal Marriage Age of Women

ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବରେ କେନ୍ଦ୍ର କ୍ୟାବିନେଟର ମୋହର । ଏଣିକି ୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ । ଅଧିକ ପଢନ୍ତୁ

୨୧ ବୟସ ପୂର୍ବରୁ ବିବାହ କରିପାରିବେନି ଯୁବତୀ
୨୧ ବୟସ ପୂର୍ବରୁ ବିବାହ କରିପାରିବେନି ଯୁବତୀ
author img

By

Published : Dec 16, 2021, 11:02 AM IST

ନୂଆଦିଲ୍ଲୀ: ୨୧ ବର୍ଷ ପୂର୍ବରୁ ବିବାହ କରିପାରିବେନି ଯୁବତୀ । ବିବାହର ସର୍ବନିମ୍ନ ବୟସ ସୀମାରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଜାତି ଓ ଧର୍ମ ନିର୍ବିଶେଷରେ ସବୁ ଝିଅଙ୍କ ପାଇଁ ଏହି ନିୟମ ଲାଗୁ ହେବ । ବିବାହ ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଯାହାଦ୍ବାରା ଏଣିକି ଯୁବତୀଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ ।

ଗତବର୍ଷ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଝିଅମାନଙ୍କୁ କୁପୋଷଣରୁ ରକ୍ଷା କରିବାକୁ ହେଲେ ସେମାନଙ୍କ ବିବାହ ଉଚିତ୍ ବୟସରେ ହେବା ଆବଶ୍ୟକ । ଶେଷରେ ଏ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ ।

ପ୍ରଚଳିତ ନିୟମ ଅନୁସାରେ, ଭାରତରେ ପୁରୁଷଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଏବଂ ମହିଳାଙ୍କ ୧୮ ବର୍ଷ ଅଟେ । ହେଲେ କ୍ୟାବିନେଟର ମୋହର ପରେ ଏବେ ଉଭୟ ପୁଅ ଓ ଝିଅଙ୍କ ବିବାହ ବୟସ ସୀମା ସମାନ ରହିବ । ଏଥିପାଇଁ ସରକାର ବାଲ୍ୟବିବାହ ନିଷେଧ ଆଇନ, ସ୍ବତନ୍ତ୍ର ବିବାହ ଅଧିନିୟମ ଏବଂ ହିନ୍ଦୁ ବିବାହ ଅଧିନିୟମରେ ସଂଶୋଧନ କରିବେ । ଯଦ୍ବାରା ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ । କହିରଖୁଛୁ କି ଗତବର୍ଷ ଡିସେମ୍ବରରେ ଜୟା ଜେଟଲୀ( Jaya Jaitly)ଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଦ୍ବାରା ନୀତି ଆୟୋଗରେ ଏହାର ସୁପାରିଶ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.