ETV Bharat / bharat

72 ଗିଗାହର୍ଜରୁ ଅଧିକ ସ୍ପେକ୍ଟ୍ରମ 20 ବର୍ଷ ପାଇଁ ନିଲାମ ହେବ

ଦେଶରେ ଯେଉଁ ସଫଳ 4G ପରିବେଶ ସୃଷ୍ଟି ହୋଇଥିଲା ତାହା ୫ଜିକୁ ଯିବା ପାଇଁ ପଥ ପରିଷ୍କାର କରିଛି । ସ୍ବଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ବାରା ଭାରତ ୪ଜିରୁ 5Gକୁ ପ୍ରବେଶ କରିବାକୁ ଯାଉଛି । ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟଅପ୍‌ ସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 17, 2022, 6:37 PM IST

72 ଗିଗାହର୍ଜରୁ ଅଧିକ ସ୍ପେକ୍ଟ୍ରମ 20 ବର୍ଷ ପାଇଁ ନିଲାମ ହେବ
72 ଗିଗାହର୍ଜରୁ ଅଧିକ ସ୍ପେକ୍ଟ୍ରମ 20 ବର୍ଷ ପାଇଁ ନିଲାମ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ(Prime Minister Narendra Modi) ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା(5G services) ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ । ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ ।

ବ୍ରଡବ୍ୟାଣ୍ଡ, ବିଶେଷ କରି ମୋବାଇଲ ବ୍ରଡବ୍ୟାଣ୍ଡ ଦେଶର ନାଗରିକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି । 2015 ରେ ସମଗ୍ର ଦେଶରେ ୪ଜି ସେବାର ଦ୍ରୁତ ସମ୍ପ୍ରସାରଣ ହେବା ପରେ ଏହି ପ୍ରୟାସ ତ୍ବରାନ୍ବିତ ହୋଇଥିଲା । 2014 ରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା 10 କୋଟି ଥିବାବେଳେ ଏବେ ଏହା 80 କୋଟିରେ ପହଞ୍ଚିଛି ।

ଦେଶରେ ଯେଉଁ ସଫଳ ୪ଜି ପରିବେଶ ସୃଷ୍ଟି ହୋଇଥିଲା ତାହା ୫ଜିକୁ ଯିବା ପାଇଁ ପଥ ପରିଷ୍କାର କରିଛି । ସ୍ବଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ବାରା ଭାରତ ୪ଜିରୁ ୫ଜିକୁ ପ୍ରବେଶ କରିବାକୁ ଯାଉଛି । ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟ ଅପ ସ୍ଥାପନ କରିଛନ୍ତି । ଏହାସହ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ନୀତି (Production Linked Incentives) ମାଧ୍ୟମରେ ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଛନ୍ତି ।

ଟେଲିକମ ମନ୍ତ୍ରଣାଳୟର ସୂଚନା ଅନୁସାରେ, ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ୨୦ ବର୍ଷ (A total of 72097.85 MHz of spectrum with a validity period of 20 years) ପାଇଁ ନିଲାମ ଦିଆଯିବ । ଏହି ସ୍ପେକ୍ଟ୍ରମ ନିଲାମ କାର୍ଯ୍ୟ ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଶେଷ ହେବ । ବିଭିନ୍ନ ବର୍ଗରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ । ସେଥିରେ ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩୦୦ ମେଗାହର୍ଜ ସ୍ବଳ୍ପବର୍ଗ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ ରହିବ । ସେହିଭଳି ମଧ୍ୟମ ବର୍ଗରେ ୩୩୦୦ ମେଗାହର୍ଜ ଓ ଉଚ୍ଚ ବର୍ଗରେ ୨୬ (ଗିଗାହର୍ଜ) ଫ୍ରିକୁଏନ୍ସି ବ୍ୟାଣ୍ଡ ମଧ୍ୟ ନିଲାମ ପାଇଁ ଉପଲବ୍ଧ ହେବ ।

ଫଳରେ ମଧ୍ୟମ ଓ ଉଚ୍ଚ ବ୍ୟାଣ୍ଡ ସ୍ପେକ୍ଟ୍ରମକୁ ଟେଲିଫୋନ ସେବା ଯୋଗାଣକାରୀ ବ୍ୟବହାର କରି ଦେଶରେ ୫ଜି ସେବା ଯୋଗାଣ ଆରମ୍ଭ କରିବେ । ଏହି ୫ଜି ସେବା ଅଧିକ ବେଗ (ସ୍ପିଡ) ଓ ଦକ୍ଷତା ପ୍ରଦାନ କରିବାକୁ ସମର୍ଥ ହେବ। ବର୍ତ୍ତମାନର ୪ଜି ସେବା ଠାରୁ ଏହା ୧୦ ଗୁଣ ଦ୍ରୁତ ସ୍ପିଡ ପ୍ରଦାନ କରିବ । ୨୦୨୧ ସେପ୍ଟେମ୍ବରରେ ସରକାରଙ୍କ ଦ୍ବାରା ଘୋଷିତ ଟେଲିକମ କ୍ଷେତ୍ର ସଂସ୍କାର(Telecom Sector Reforms announced in September 2021) ଏହି ସ୍ପେକ୍ଟ୍ରମ ନିଲାମ ଦ୍ବାରା ତ୍ବରାନିତ ହେବ । ଏହି ସଂସ୍କାର ଅନୁସାରେ ଆଗାମୀ ନିଲାମରେ ସ୍ପେକ୍ଟ୍ରମ ବ୍ୟବହାର ଦେୟ (Spectrum Usage Charges)କୁ ଶୂନ୍ୟ କରିବେ ସରକାର । ଅର୍ଥାତ ସ୍ପେକ୍ଟ୍ରମ ବ୍ୟବହାର ବାବଦ ଦେୟ ବ୍ୟବସ୍ଥା ଆଉ ରହିବ ନାହିଁ । ତେଣୁ ଏହା ଦ୍ବାରା ନିଲାମଧାରୀ ସେବା ପ୍ରଦାନକାରୀମାନଙ୍କଠୁ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ ।

କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଟେଲିକମ କ୍ଷେତ୍ରର ସଂସ୍କାର ପ୍ରକ୍ରିୟା ଚାଲୁ ରହିବ । ଆଗାମୀ ସ୍ପେକ୍ଟ୍ରମ ନିଲାମ ଠାରୁ ବ୍ୟବସାୟିକ ସୁଗମତା ବଢାଇବା ପାଇଁ ଆଉ କେତେକ, ପ୍ରଗତିମୂଳକ ପଦକ୍ଷେପ କାର୍ଯ୍ୟକାରୀ ହେବ । ଯେଉଁମାନେ ନିଲାମ ନେବେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ମିଳିବ । ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ସିଧାସଳଖ ସବୁ ଅର୍ଥ ଜମା ଦେବାକୁ ପଡିବ ନାହିଁ । ସେମାନେ ସମାନ 20 କିସ୍ତିରେ ପ୍ରତିବର୍ଷ ଆରମ୍ଭରେ ଅଗ୍ରିମ ଏହି ଅର୍ଥ ଦାଖଲ କରିବେ । ଯଦି କେହି ନିଲାମଧାରୀ ୧ଠ ବର୍ଷ ପରେ ସ୍ପେକ୍ଟ୍ରମ ଫେରାଇବାକୁ ଚାହାନ୍ତି ସେଥିପାଇଁ ତାଙ୍କୁ ସୁଯୋଗ ମିଳିବ । ସ୍ପେକ୍ଟ୍ରମ ଫେରାଇବା ପୂର୍ବରୁ ସଂଯୁକ୍ତ ନିଲାମଧାରୀଙ୍କୁ ପରିଶୋଧ ହୋଇ ନ ଥିବା ସମସ୍ତ ଦେୟ ପୈଠ କରିବାକୁ ହେବ । ତେବେ ଅବଶିଷ୍ଟ 10 ବର୍ଷ ପାଇଁ ତାଙ୍କୁ ଆଉ କିସ୍ତି ଦେବାକୁ ପଡିବ ନାହିଁ ।

5G ସେବା ଆରମ୍ଭ ପାଇଁ ଯଥେଷ୍ଟ ବ୍ୟାକହଲ ସ୍ପେକ୍ଟ୍ରମର ଆବଶ୍ୟକତା ରହିଛି । ଏହି ବ୍ୟାକହଲ ଚାହିଦା ପୂରଣ କରିବା ପାଇଁ ଟେଲିକମ ସେବା ଯୋଗାଣକାରୀଙ୍କୁ ସାମୟିକ ଭାବେ ୨ଟି 250 ମେଗାହର୍ଜ କ୍ଷମତା ବିଶିଷ୍ଟ ଇ-ବ୍ୟାଣ୍ଡ କ୍ୟାରିୟର ଯୋଗାଇ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହାଛଡା ବର୍ତ୍ତମାନ ୧୩, ୧୫, ୧୮, ଓ ୨୧ ଗିଗାହର୍ଜ ବ୍ୟାଣ୍ଡ ଫ୍ରିକୁଏନ୍ସରେ ଉପଲବ୍ଧ ହେଉଥିବା ପାରମ୍ପରିକ ମାଇକ୍ରୋୱେଭ ବ୍ୟାକହଲ କ୍ୟାରିୟର ସଂଖ୍ୟାକୁ ଦ୍ବିଗୁଣିତ କରିବାକୁ କ୍ୟାବିନେଟ ମଞ୍ଜୁର ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.