ETV Bharat / bharat

ବଜେଟ ସାରା ଦେଶର ହେବା ଉଚିତ, ନିର୍ବାଚନ ପାଇଁ ନୁହେଁ: ଉଦ୍ଧବ ଠାକରେ

author img

By

Published : Feb 2, 2021, 2:32 PM IST

ସୋମବାର ସଂସଦରେ ଆଗତ ହୋଇଥିବା ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ମହାରାଷ୍ଟ୍ର ସରକାର । ଚଳିତ ବର୍ଷ ପଶ୍ଚିମବଙ୍ଗ, ଆସାମରେ ବିଧାନସଭା ନିର୍ବାଚନ ଥିବାରୁ ସେଠାରେ ଅଧିକ ବ୍ୟୟବରାଦ କରାଯାଇଛି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ଅଧିକ ପଢନ୍ତୁ...

ବଜେଟ ସାରା ଦେଶର ହେବା ଉଚିତ, ନିର୍ବାଚନ ପାଇଁ ନୁହେଁ

ମୁମ୍ବାଇ: କେନ୍ଦ୍ରୀୟ ବଜେଟକୁ ମହାରାଷ୍ଟ୍ର ସରକାରଙ୍କ ସମାଲୋଚନା । ସରକାର ସାରା ଦେଶର ପ୍ରଗତି ବଦଳରେ ବିଧାନସଭା ନିର୍ବାଚନ ଉପରେ ଅଧିକ ଫୋକସ କରିଛନ୍ତି । ଚଳିତ ବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ , ଆସାମ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏଠାରେ ଅଧିକ ବଜେଟ ଆବଣ୍ଟିତ କରାଯାଇଛି ବୋଲି କହି ମହାରାଷ୍ଟ୍ର ସରକାର କେନ୍ଦ୍ର ସରକାରଙ୍କୁ ଘେରିଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ଏଥର ବଜେଟ ଦେଶପାଇଁ ହେବା ଦରକାର ନିର୍ବାଚନ ହେବା ଉଚିତ ନୁହେଁ । ଏହା ଦେଶର ବଜେଟ ମତଦାନ ଅଞ୍ଚଳ ପାଇଁ ନୁହେଁ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଆହୁରି କହିଛନ୍ତି ଯେ, ସମଗ୍ର ଦେଶବାସୀ ବଜେଟ ଉପରେ ନଜର ରଖିଥିଲେ । ଆଶା ରଖିଥିଲେ ତାଙ୍କ ସରକାର କିଛି ଘୋଷଣା କରିବେ । ହେଲେ ଯଦି ସରକାର ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ବଜେଟ ପ୍ରସ୍ତୁତ କରନ୍ତି ତେବେ ସମଗ୍ର ଦେଶର ଲୋକମାନେ ସେମାନଙ୍କର ଆଶା କିପରି ପୂରଣ କରିବେ ? ବିରୋଧୀଦଳ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର କେତେକ ନିର୍ବାଚନ ଥିବା ରାଜ୍ୟକୁ ଅଧିକ ପାଣ୍ଠି ଯୋଗାଇ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.