ETV Bharat / bharat

Budget 2023: ବଜେଟରେ ବଡ ଘୋଷଣା, ନିଯୁକ୍ତି ପାଇବେ 38 ହଜାରରୁ ଅଧିକ ଶିକ୍ଷକ - ନିଯୁକ୍ତ ପାଇଁ ବଜେଟ

2023-24 ପାଇଁ ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ 38 ହଜାର 800 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଅଧିକ ପଢନ୍ତୁ

Budget 2023
ବଜେଟରେ ବଡ ଘୋଷଣା, ନିଯୁକ୍ତି ପାଇବେ 35 ହଜାରରୁ ଅଧିକ ଶିକ୍ଷକ
author img

By

Published : Feb 1, 2023, 12:52 PM IST

Updated : Feb 1, 2023, 1:02 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2023-24 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ଅନେକ କିଛି ବଡ ଘୋଷଣା କରାଯାଇଛି । ଦେଶରେ 38 ହଜାର 800 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏକଲବ୍ୟ ସ୍କୁଲ ପାଇଁ ଏହି ଶିକ୍ଷକ ନିଯୁକ୍ତି ଦିଆଯିବ ।

ଆସନ୍ତା ଆର୍ଥିକ 3 ବର୍ଷ ମଧ୍ୟରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲଗୁଡିରେଲ 38 ହଜାର 800 ଶିକ୍ଷକ ଓ ସର୍ପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ । 3.5 ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା 740 ସ୍କୁଲରେ ଏପରି ବ୍ୟବସ୍ଥା କରାଯିବ । ପିଲାଙ୍କ ଶିକ୍ଷା ବ୍ୟବସ୍ଥାକୁ ଉତ୍ତମ କରିବାକୁ ବହି ସହିଚ ଡିଜିଟାଲ ଲାଇବ୍ରେରୀ ବ୍ୟବସ୍ଥା କରାଯିବ । ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ବ ଦିଆଯିବ । ପିଲାମାନଙ୍କ ପାଇଁ ଜାତୀୟ ପାଠଶାଳା ଖୋଲାଯିବ । ପ୍ରତି ପଞ୍ଚାୟତ ଓ ୱାର୍ଡରେ ଲାଇବ୍ରେରୀ ଖୋଲାଯାଇ ପିଲାଙ୍କୁ ବହି ଯୋଗାଇ ଦିଆଯିବ । ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅନ୍ୟପଟେ ମାଣ୍ଡିଆର ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ ଯୋଜନା ଆରମ୍ଭ ହୋଇଛି । ଶ୍ରୀଅନ୍ନ ଉତ୍ପାଦନରେ ଭାରତ 1 ନମ୍ବର ଓ ରପ୍ତାନୀରେ 2 ନମ୍ବରରେ ରହିଛି । ସେହିପରି କୃଷି ଋଣ ଓ ପ୍ରୋତ୍ସାହନ ପାଇଁ 20 ଲକ୍ଷ କୋଟିର ବ୍ୟବସ୍ଥା ରହିଛି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବଜେଟରେ ବଡ ଘୋଷଣା ହୋଇଛି । ଯୁବଗୋଷ୍ଠୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଫୋକସ କରାଯାଇଛି । ପର୍ଯ୍ୟଟନରେ ଦେଖୋ ଅପନା ଦେଶ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏହା ସହିତ 50ଟି ପର୍ଯ୍ୟଟନସ୍ଥଳୀକୁ ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢନ୍ତୁ...Budget 2023: ଲାଲ ସମ୍ବଲପୁରୀ ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ସେହିପରି ରେଳ ପାଇଁ 2.40 ଲକ୍ଷ କୋଟି ଟଙ୍କା ବଜେଟରେ ଘୋଷଣା ହୋଇଛି । ପୂର୍ବରୁ ଏତେ ପରିମାଣର ବଜେଟ ବ୍ୟୟବରାଦ ହୋଇନଥିଲା । 2014 ତୁଲନାରେ ଏହା 9 ଗୁଣା ଅଧିକ ।

Last Updated : Feb 1, 2023, 1:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.