ETV Bharat / bharat

Budget 2023: 2.4 ଲକ୍ଷ କୋଟିର ରେଳ ବଜେଟ, ନୂଆ ଯୋଜନା ପାଇଁ 75 ହଜାର କୋଟି - କେନ୍ଦ୍ର ବଜେଟ 2023

ସଂସଦରେ ଆର୍ଥିକ ବର୍ଷ 2023-24 ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ରେଳ ପାଇଁ 2.40 ଲକ୍ଷ କୋଟି ଘୋଷଣା । ଅଧିକ ପଢନ୍ତୁ

ରେଳ ପାଇଁ 2.40 ଲକ୍ଷ କୋଟି
Budget 2023
author img

By

Published : Feb 1, 2023, 12:50 PM IST

Updated : Feb 1, 2023, 1:04 PM IST

ନୂଆଦିଲ୍ଲୀ: ସଂସଦରେ ଆର୍ଥିକ ବର୍ଷ 2023-24 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅମୃତ କାଳରେ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ 5 ଥର ପାଇଁ ବଜେଟ ଉପସ୍ଥାପନ । ଭାରତୀୟ ରେଳବାଇକୁ ବୁଷ୍ଟ ଦେଇ ବଜେଟରେ ରେଳ ପାଇଁ 2. 40 ଲକ୍ଷ କୋଟି ଟଙ୍କା ଘୋଷଣା ହୋଇଛି ।

ରେଳ ପାଇଁ ବଜେଟ ଘୋଷଣା ସହ ନୂଆ ଏୟାରପୋର୍ଟ ଓ ହେଲି ପୋର୍ଟ ପ୍ରତିଷ୍ଠା କରାଯିବ । ସହରାଞ୍ଚଳ ବିକାଶ ପାଇଁ ଅର୍ବାନ ଇନ ଫଣ୍ଡର ଘୋଷଣା କରିଛନ୍ତି । ଏ ନେଇ 10 ହଜାର କୋଟିର ବ୍ୟବସ୍ଥା ହୋଇଛି । ଆର୍ଟିଫିସିଆର ଇଣ୍ଟେଲିଜେନ୍ସ ପାଇଁ 3ଟି ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ହେବ ।୯.୬ କୋଟି ଘରକୁ ଏଲପିଜି କନେକ୍ସନ ଦିଆଯାଇଛି । ମହାମାରୀର ସଫଳ ଓ ଦୃଢତାର ସହ ମୁକାବିଲା କରାଯାଇଛି । ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି । ଦେଶର ମୁଣ୍ଡପିଛା ଆୟ ଦୁଇଗୁଣ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି ।

ରେଳ ପାଇଁ 2,40 ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ଯାହା ରେକର୍ଡ । ପୂର୍ବରୁ ଏତେ ପରିମାଣର ବଜେଟ କେବେ ଘୋଷଣା ହୋଇନଥିଲା । 2024 ତୁଳନାରେ ଏହା 9 ଗୁଣା ଅଧିକ । କେନ୍ଦ୍ର ସରକାର ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପିଏମ ଗତି ଶକ୍ତି ଓ ନ୍ୟାସନାଲ ଲଜିଷ୍ଟକି ନୀତି ଦ୍ବାରୀ ଭାରତୀୟ ରେଳବାଇଁ ତାର ସେବାକୁ କାର୍ଯ୍ୟକାରୀ କରିବ । ଗତ ବର୍ଷ ରେଳ ପାଇଁ 1. 37 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା ଯାହା ଚଳିତ ବର୍ଷ 17% ଅଧିକ ।

ଏହା ବି ପଢନ୍ତୁ...Budget 2023: ବିଶ୍ୱ ବଜାରରେ ପହଞ୍ଚିବ ମାଣ୍ଡିଆ, ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ

ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ କହିଥିଲେ ଭାରତ ଅର୍ଥନୀତି ସଠିକ ରାସ୍ତାରେ ଅଛି । ଦେଶର ଉଜ୍ବଳ ଭବିଷ୍ୟତ ରହିଛି । ମହାମାରୀର ସଫଳ ଏବଂ ଦୃଢ଼ତାର ସହ ମୁକାବିଲା କରାଯାଇଛି । ସାରା ଦେଶରେ ଟୀକାକରଣ ପ୍ରୋଆକ୍ଟିଭ ମୋଡ୍‌ରେ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଉଛି । ମୁଣ୍ଡପିଛା ଆୟ ଦ୍ବିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି । ସାରା ବିଶ୍ବରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବା କହିଥିଲେ ଅର୍ଥମନ୍ତ୍ରୀ ।

Last Updated : Feb 1, 2023, 1:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.