ଲୁହା ଓ ଷ୍ଟିଲ ସାମଗ୍ରୀ ମଧ୍ୟ ଶସ୍ତା ହେବ । ସୁନା-ରୂପା ହେବ ଶସ୍ତା । ବିଦେଶୀରୁ ଆସୁଥିବା କପଡା ମହଙ୍ଗା ହେବ । ବିଦେଶୀରୁ ଆସୁଥିବା ଅଟୋ ପାର୍ଟସ , ଖାଇବା ତେଲ ହେବ ମହଙ୍ଗା ।
ଆଜି ଶତାବ୍ଦୀର ଐତିହାସିକ ବଜେଟ: ଡିଜିଟାଲ ହେବ ଜନଗଣନା, ଶସ୍ତା ହେବ ସୁନା-ରୂପା
13:27 February 01
ଶସ୍ତା ହେବ ସୁନା-ରୂପା
13:27 February 01
400 ବର୍ଷ ପୁରୁଣା କଷ୍ଟମ ରିହାତିର ସମୀକ୍ଷା ହେବ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ମୋବାଇଲ୍ ଡିଭାଇସରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହାକୁ 2.5 ପ୍ରତିଶତକୁ ବୃଦ୍ଧି କରାଯାଇଛି। ତେବେ ତମ୍ବା ଏବଂ ଇସ୍ପାତରେ ଡ୍ୟୁଟିକୁ ହ୍ରାସ କରାଯାଇଛି। 400 ବର୍ଷ ପୁରୁଣା କଷ୍ଟମ ରିହାତିର ସମୀକ୍ଷା ହେବ । ସୁନା ଓ ରୂପା ଠାରୁ କଷ୍ଟମ ଡ୍ୟୁଟି ମଧ୍ୟ ହ୍ରାସ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଅକ୍ଟୋବର 1 ରୁ ଦେଶରେ ଏକ ନୂତନ କଷ୍ଟମ୍ ନୀତି କାର୍ଯ୍ୟକାରୀ ହେଉଛି ।
12:48 February 01
ନିର୍ମାଣ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପାଇଁ ପୋର୍ଟାଲ୍ ଉନ୍ମୋଚନ
ଗିଗ୍ ଶ୍ରମିକ ଏବଂ ନିର୍ମାଣ ଶ୍ରମିକଙ୍କ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ଏକ ପୋର୍ଟାଲ୍ ଉନ୍ମୋଚିତ ହେବ । ପ୍ରଥମ ଥର ପାଇଁ ସାମାଜିକ ସୁରକ୍ଷା ସୁବିଧା ଗିଗ୍ କର୍ମଚାରୀ (ସ୍ବଳ୍ପ ମିଆଦି, ଅସ୍ଥାୟୀ ଶ୍ରମିକ) କୁ ବୃଦ୍ଧି କରାଯିବ । ସମସ୍ତ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ଲାଗୁ ହେବ ଏବଂ ସେମାନେ ସମସ୍ତେ ରାଜ୍ୟ ବୀମା ଯୋଜନା ଅଧୀନରେ ରହିବେ । ମହିଳାଙ୍କୁ ସମସ୍ତ ବର୍ଗରେ ଏବଂ ପର୍ଯ୍ୟାପ୍ତ ସୁରକ୍ଷା ସହିତ ନାଇଟ୍ ସିଫ୍ଟରେ ମଧ୍ୟ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ । ଏକକ ପଞ୍ଜୀକରଣ, ଲାଇସେନ୍ସ ଏବଂ ଅନଲାଇନ୍ ରିଟର୍ଣ୍ଣ ଦାଖଲ କରିବାର ସୁବିଧା ସହିତ ନିଯୁକ୍ତିଦାତାଙ୍କ ଉପରେ ଅନୁପାଳନ ଭାର ହ୍ରାସ ପାଇବ । ଏହି କ୍ଷେତ୍ରରେ ସଂଯୁକ୍ତ ଆରବ ଏମିରେଟ୍ସର ସହଯୋଗରେ ଦକ୍ଷତା ତାଲିମ ଦିଆଯାଉଛି, ଯାହା ଦ୍ବାରା ଲୋକଙ୍କୁ କାମ ମିଳିପାରିବ । ଏଥିରେ ଭାରତ ଏବଂ ଜାପାନ ମିଳିତ ଭାବେ ଏକ ପ୍ରକଳ୍ପ ଚଳାଉଛନ୍ତି ।
12:47 February 01
ରାଜ୍ୟଗୁଡିକରେ 41 ପ୍ରତିଶତ ଟିକସ ବିନିଯୋଗ
ରାଜ୍ୟଗୁଡିକରେ 41 ପ୍ରତିଶତ ଟିକସ ବିନିଯୋଗ ପାଇଁ କେନ୍ଦ୍ର ରାଜି ହୋଇଛି ।
12:39 February 01
ବରିଷ୍ଠ ନାଗରିକଙ୍କ ପାଇଁ କମିବ ଟ୍ୟାକ୍ସ
ପେନସନ୍ ଓ ଋଣ ଉପରେ ବରିଷ୍ଠ ନାଗରିକଙ୍କୁ ITR ମୁକ୍ତ । ବର୍ତ୍ତମାନ 75 ବର୍ଷରୁ ଅଧିକ ବୟସ୍କଙ୍କୁ ITR ପୂରଣ କରିବାକୁ ପଡିବ ନାହିଁ ତେବେ କେବଳ ପେନ୍ସନ୍ ନେଉଥିବା ବ୍ୟକ୍ତିମାନେ ସୁବିଧା ପାଇବେ। ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଏନଆରଆଇଙ୍କୁ ଟିକସ ଦେବାରେ ଅସୁବିଧା ହେଉଥିଲା କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଡବଲ ଟ୍ୟାକ୍ସ ସିଷ୍ଟମରୁ ମୁକ୍ତ କରାଯାଉଛି। ଟ୍ୟାକ୍ସ ରିଟର୍ଣ୍ଣ ପାଇଁ ସମୟ ସୀମା ବର୍ତ୍ତମାନ 6 ବର୍ଷରୁ 3 ବର୍ଷକୁ ହ୍ରାସ ପାଇଛି ।
12:37 February 01
2020-21 ଆର୍ଥିକ ବର୍ଷରେ ଜିଡିପିର 6.8 ପ୍ରତିଶତରେ ଆର୍ଥିକ ନିଅଣ୍ଟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ ଆର୍ଥିକ ନିଅଣ୍ଟ 6.8 ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ସରକାରଙ୍କୁ 80 ହଜାର କୋଟି ଟଙ୍କା ଆବଶ୍ୟକ ହେବ ଯାହା ଆସନ୍ତା ଦୁଇ ମାସ ମଧ୍ୟରେ ବଜାରରୁ ନିଆଯିବ। 2020ରେ 6.48 କୋଟି ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି । ପଞ୍ଚଦଶ ଅର୍ଥନୈତିକ ଆୟୋଗରୁ ସୁପାରିଶ୍ ପାଳନ ପ୍ରସ୍ତାବ । ସଂଶୋଧିତ ଆକଳନ ଅନୁଯାୟୀ, 2020-21 ଆର୍ଥିକ ବର୍ଷରେ ମୋଟ ବଜେଟ୍ ଖର୍ଚ୍ଚ 30 ଲକ୍ଷ କୋଟିରୁ 34.50 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆମେ ଖର୍ଚ୍ଚର ଗୁଣବତ୍ତା ବଜାୟ ରଖିଛୁ, 4.12 ଲକ୍ଷ କୋଟି ଟଙ୍କା ବଜେଟ୍ ଆକଳନ ତୁଳନାରେ ପୁଞ୍ଜି ବ୍ୟୟ 4.39 ଲକ୍ଷ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
12:36 February 01
ଡିଜିଟାଲରେ ଆଗାମୀ ଜନଗଣନା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ଅଧୀନରେ ଏକ ଟର୍ବ୍ୟୁନାଲ ଗଠିତ ହେବ, ଯାହା କମ୍ପାନୀଗୁଡିକର ବିବାଦର ସମାଧାନ କରିବ। ଆଗାମୀ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ । ଏହି ଅଭ୍ୟାସ ପାଇଁ 3,567 କୋଟି ଟଙ୍କା ଆବଣ୍ଟନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
12:35 February 01
ଲଞ୍ଚ ହେବ ପ୍ରଥମ ମାନବବିହୀନ ଗଗନଯାନ
ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଏଥର PSLV-CS51 ଲଞ୍ଚ କରିବ। ଗଗନଯାନ ମିଶନର ପ୍ରଥମ ମାନବବିହୀନ ଲଞ୍ଚିଂ ଚଳିତ ବର୍ଷ ଡିସେମ୍ବରରେ ହେବ । ଗଗନ ଯାନ ମିଶନ ପାଇଁ ଚାରିଜଣ ଭାରତୀୟ ମହାକାଶଚାରୀଙ୍କୁ ତାଲିମ ଦିଆଯାଉଛି।
12:19 February 01
ଲେହରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା
ଦେଶରେ ପ୍ରାୟ 100 ଟି ନୂତନ ସୈନିକ ସ୍କୁଲ ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଲେହରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ 4 କୋଟି ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ 35 ହଜାର କୋଟି ଟଙ୍କା ଘୋଷଣା କରାଯାଇଛି।
12:13 February 01
ଅନଲାଇନରେ ଯୋଡି ହେବ 1000ରୁ ଉର୍ଦ୍ଧ୍ବ ମଣ୍ଡି, ପାରାଦୀପ ହେବ ମାଛଧରା ହବ୍
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ କହିଛନ୍ତି ଯେ କୃଷକଙ୍କ ଆୟ ଦ୍ବିଗୁଣିତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ନିର୍ମଳା ସୀତାରମଣଙ୍କ ତରଫରୁ କୁହାଯାଇଛି ଯେ ମୋଦି ସରକାର ୟୁପିଏ ସରକାରଙ୍କ ଠାରୁ ପ୍ରାୟ ତିନି ଗୁଣ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। ଦେଶରେ 5 ନୂଆ ବଡ କୃଷି ହେବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରର ଚାଷୀଙ୍କୁ ମୋଦି ସରକାର ସାହାଯ୍ୟ ଯୋଗାଇ ଦେଇଛନ୍ତି । ଡାଲି, ଗହମ, ଧାନ ଏବଂ ଅନ୍ୟାନ୍ୟ ଫସଲର ଏମଏସପି ବୃଦ୍ଧି କରାଯାଇଛି। କୃଷି ଋଣକୁ ବଢାଇ 16.5 ଲକ୍ଷ ଟଙ୍କା ରଖାଯାଇଛି । ମାଇକ୍ରୋ ଏରିଗେସନ୍ ପାଇଈଁ 5000 କୋଟିର ଅତିରିକ୍ତ ବଜେଟ । ଇ-ଏଏନଏମ ଅଧିନରେ 1000ରୁ ଉର୍ଦ୍ଧ୍ବ ମଣ୍ଡି ନିର୍ମାଣ କରାଯିବ । ‘ଏକ ରାଷ୍ଟ୍ର ଏକ ରାସନ’ ଅନ୍ତର୍ଗତ ବାକି ଥିବା 4ଟି ରାଜ୍ୟକୁ ଯୋଡାଯିବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍ବାମୀତ୍ବ ଯୋଜନା ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ ହେବ। ଅପରେସନ୍ ଗ୍ରୀନ୍ ସ୍କିମ୍ ଘୋଷଣା କରାଯାଇଛି, ଯାହା ଅନେକ ଫସଲକୁ ଲାଭ ଦେବ ଏବଂ ଚାଷୀଙ୍କୁ ଉପକୃତ କରିବ । 5 ଟି ମତ୍ସ୍ୟଜୀବୀ ବନ୍ଦରକୁ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ଭାବରେ ପ୍ରସ୍ତୁତ କରାଯିବ। ତାମିଲନାଡୁରେ ଫିସ୍ ଲ୍ୟାଣ୍ଡି ସେଣ୍ଟରର ବିକାଶ କରାଯିବ। ପାରାଦୀପ ହେବ ମାଛଧରା ହବ୍ । ଏମଏସପିକୁ ବଢାଯାଇଛି । କୃଷି ଉତ୍ପାଦ ପାଇଁ ଏମଏସପି ଲାଗୁ ଦେବ । 2021ରେ ଏମଏସପିରେ 1.72 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । MSMEରେ 15700 କୋଟି ବୟବରାଦ କରାଯିବ । ଏକ ପୋର୍ଟଲ୍ ଆରମ୍ଭ ହେବ, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ସହ ଜଡିତ ତଥ୍ୟ ରହିବ । ମହିଳାଙ୍କୁ ସମସ୍ତ ସିଫ୍ଟରେ କାମ କରିବାକୁ ଅନୁମତି ଦିଆଯିବ, ନାଇଟ୍ ସିଫ୍ଟ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯିବ । ଏମଏସଏମଇ କ୍ଷେତ୍ର ପାଇଁ ଏକ ବଡ ଘୋଷଣା କରାଯାଇଛି ଏବଂ ବଜେଟକୁ ବୃଦ୍ଧି କରାଯାଇଛି।
11:57 February 01
IDBI ସମେତ 2ଟି ସରକାରୀ ବ୍ୟାଙ୍କରେ ହେବ ବିନିବେଶ
ସରକାରୀ ବ୍ୟାଙ୍କକୁ ପୁନଃ ପୁଞ୍ଜିକରଣ ପାଇଁ 20 ହଜାର କୋଟି ଆବଣ୍ଟନ । ଇ-କୋର୍ଟ ଯୋଜନା ଲାଗୁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ବୀମା କ୍ଷେତ୍ରରେ 74 ପ୍ରତିଶତ ପର୍ଯ୍ୟନ୍ତ ଏଫଡିଆଇ କରାଯାଇପାରିବ, ପୂର୍ବରୁ ଏଠାରେ କେବଳ 49 ପ୍ରତିଶତ ଅନୁମତି ଦିଆଯାଇଥିଲା। ଏହା ବ୍ୟତୀତ ନିବେଶକଙ୍କ ପାଇଁ ଏକ ଚାର୍ଟର୍ ଘୋଷଣା କରାଯାଇଛି। ଷ୍ଟାର୍ଟ ଅପ୍ କମ୍ପାନୀ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହା ଅଧୀନରେ ପ୍ରାୟ 1 ପ୍ରତିଶତ କମ୍ପାନୀକୁ ଆରମ୍ଭରେ କୌଣସି ପ୍ରତିବନ୍ଧକ ବିନା କାମ କରିବାକୁ ଅନୁମତି ଦିଆଯିବ । LICର IPO ବଜାରରେ ଲଞ୍ଚ୍ କରାଯିବ । MCA 3.0ର ଆରମ୍ଭ ହେବ । ଆଇଡିବିଆଇ ଓ ଦୁଇଟି ସରକାରୀ ବ୍ୟାଙ୍କରେ ହେବ ବିନିବେଶ ।
11:48 February 01
ଜମ୍ମୁ-କାଶ୍ମୀରକୁ ଗ୍ୟାସ ପାଇପଲାଇନ୍ ସଂଯୋଗ
ବିଦ୍ୟୁତ ପାଇଁ ସରକାର 3 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଏକ ଯୋଜନା ଆରମ୍ଭ କରିଛନ୍ତି, ଯାହା ଦେଶରେ ବିଦ୍ୟୁତ ସମ୍ବନ୍ଧୀୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବ । ହାଇଡ୍ରୋଜେନ କାରଖାନା ନିର୍ମାଣ ପାଇଁ ସରକାର ମଧ୍ୟ ଘୋଷଣା କରିଛନ୍ତି। ହାଇଡ୍ରୋଜେନ୍ ଏନର୍ଜି ମିଶନ ପ୍ରସ୍ତାବ ଦିଆଯାଇଛି । ବିଦ୍ୟୁତ୍ କ୍ଷେତ୍ରରେ ପିପିପି ମଡେଲ୍ ଅଧୀନରେ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ଭାରତରେ ବାଣିଜ୍ୟିକ ଜାହାଜକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରାଯିବ, ପ୍ରଥମେ ଏଥିପାଇଁ 1624 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଗୁଜୁରାଟରେ ଉପସ୍ଥିତ ପ୍ଲାଣ୍ଟ ମାଧ୍ୟମରେ ଜାହାଜର ପୁନଃବ୍ୟବହାର ଉପରେ କାର୍ଯ୍ୟ କରାଯିବ। ଏହାସହ ଉଜ୍ବଳା ଯୋଜନା ଅଧୀନରେ ଆଗାମୀ 3 ବର୍ଷରେ 100 ସହର ଯୋଡି ହେବା ସହ ଉପକୃତ ହେବେ 1 କୋଟିରୁ ଅଧିକ ହିତାଧିକାରୀ । ଏପର୍ଯ୍ୟନ୍ତ ଉଜ୍ବଳାରେ ସାମିଲ ହୋଇଛନ୍ତି 8 କୋଟି ହିତାଧିକାରୀ । ଜମ୍ମୁ କାଶ୍ମୀରରେ ମଧ୍ୟ ଗ୍ୟାସ ପାଇପଲାଇନ ଯୋଜନା ଆରମ୍ଭ ହେବ। ଏହାସହ ସ୍ବତନ୍ତ୍ର ଗ୍ୟାସ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଆରମ୍ଭ କରାଯିବ ।
11:39 February 01
ବଙ୍ଗ ସମେତ 4 ରାଜ୍ୟରେ ରାଜପଥ ନିର୍ମାଣ ଘୋଷଣା
ସାର୍ବଜନିକ ବସ ପରିବହନ ପାଇଁ 1800 ହଜାର କୋଟି ଟଙ୍କାର ନୂଆ ଯୋଜନା ଘୋଷଣା କରାଯାଇଛି । ସଡକ ପରିବହନ ମନ୍ତ୍ରଣାଳୟ ପାଇଁ 1, 18,101 କୋଟିର ଅତିରିକ୍ତ ବ୍ୟୟ ବରାଦର ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତାମିଲନାଡୁରେ ଜାତୀୟ ରାଜପଥ ପ୍ରକଳ୍ପ (1.03 ଲକ୍ଷ କୋଟି) ଅର୍ଥନୈତିକ କରିଡର ନିର୍ମାଣ କରାଯିବ। କେରଳରେ 65 ହଜାର କୋଟି ଜାତୀୟ ରାଜପଥ ନିର୍ମାଣ ହେବ । ମୁମ୍ବାଇ-କନ୍ୟାକୁମାରୀ ଅର୍ଥନୈତିକ କରିଡର ଘୋଷଣା କରାଯାଇଛି। ପଶ୍ଚିମବଙ୍ଗରେ କୋଲକାତା-ସିଲିଗୁଡି ପାଇଁ ଜାତୀୟ ରାଜପଥ ପ୍ରକଳ୍ପର ଘୋଷଣା । ଅର୍ଥମନ୍ତ୍ରୀ ଆସନ୍ତା ତିନି ବର୍ଷ ମଧ୍ୟରେ ଆସାମରେ ରାଜପଥ ଏବଂ ଅର୍ଥନୈତିକ କରିଡର ଘୋଷଣା କରିଛନ୍ତି । ସେହିପରି ରାଷ୍ଟ୍ରୀୟ ରେଳ ଯୋଜନା 2030ର ଘୋଷଣା । ବ୍ରଡଗେଜ୍ ରୁଟ୍ ପାଇଁ 100 ପ୍ରତିଶତ ବିଦ୍ୟୁତିକରଣ । 1, 10, 055 କୋଟି ରେଳ ପାଇଁ ବ୍ୟୟ ଅଟକଳ ଘୋଷଣା କରାଯାଇଛି ।
11:31 February 01
3 ବର୍ଷ ମଧ୍ୟରେ 7ଟି ଟେକ୍ସଟାଇଲ୍ ପାର୍କ
3 ବର୍ଷରେ 7ଟି ଟେକ୍ସଟାଇଲ୍ ପାର୍କ ସ୍ଥାପିତ କରାଯିବ । ମେଗା ଟେକ୍ସଟାଇଲ୍ ପାର୍କର ନିର୍ମାଣ । 2021-22 ପାଇଁ ପୁଞ୍ଜିଗତ ବ୍ୟୟ ପାଇଁ 5.54 ଲକ୍ଷ କୋଟି ଟଙ୍କା ବିନିଯୋଗ କରିବୁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଅଭିଭାଷଣରେ କୁହାଯାଇଛି ଯେ ଦେଶରେ 7 ଟି ଟେକ୍ସଟାଇଲ୍ ପାର୍କ ନିର୍ମାଣ ହେବ, ଯାହାଫଳରେ ଭାରତ ଏହି କ୍ଷେତ୍ରରେ ରପ୍ତାନିକାରୀ ଦେଶ ହେବ। ଏହି ପାର୍କ ଗୁଡିକ ତିନି ବର୍ଷ ମଧ୍ୟରେ ନିର୍ମାଣ ହେବ । ଅର୍ଥମନ୍ତ୍ରୀଙ୍କ ତରଫରୁ ବିକାଶ ଆର୍ଥିକ ପ୍ରତିଷ୍ଠାନ (ଡିଏଫ୍ଆଇ) ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଥିଲା ଯେଉଁଥିରେ ତିନି ବର୍ଷ ମଧ୍ୟରେ 5 ଲକ୍ଷ କୋଟି ଟଙ୍କାର ଋଣ ପ୍ରକଳ୍ପ ରହିଛି । ବଜେଟରେ ଘୋଷଣା କରାଯାଇଛି ଯେ ରେଳବାଇ, NHAI, ବିମାନବନ୍ଦର ପ୍ରାଧିକରଣ ବର୍ତ୍ତମାନ ସେମାନଙ୍କ ସ୍ତରରେ ଅନେକ ପ୍ରକଳ୍ପ ପାସ୍ କରିବାର କ୍ଷମତା ପାଇବେ। ପୂର୍ବ ଘୋଷଣା ତୁଳନାରେ ଏହି ଘୋଷଣା 34 ପ୍ରତିଶତରୁ ଅଧିକ । ଏହା ବ୍ୟତୀତ ଅତିରିକ୍ତ ରାଜ୍ୟ ତଥା ସ୍ବାଧିନ ସଂସ୍ଥାକୁ ଦୁଇ ଲକ୍ଷ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯିବ।
11:25 February 01
ପିଏମ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାର ଘୋଷଣା
ସ୍ବାସ୍ଥ୍ୟ କ୍ଷେତ୍ରରେ ଚଳିତ ଥର ବଜେଟକୁ ବଢାଯାଇଛି । ପିଏମ୍ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ନାମରେ ନୂଆ ଯୋଜନା ଲଞ୍ଚ୍ କରାଯାଇଛି । ଏଥିପାଇଁ ପ୍ରାୟ 64 ହଜାର 180 କୋଟି ଘୋଷଣା କରାଯାଇଛି । ସମସ୍ତ ଜିଲ୍ଲାରେ ସ୍ବାସ୍ଥ୍ୟ ଲ୍ୟାବ କରାଯିବ । 15ଟି ସ୍ବାସ୍ଥ୍ୟ ଜରୁରୀକାଳିନ କେନ୍ଦ୍ର । ମିଶନ ପୋଷଣ 2.0ର ଶୁଭାରମ୍ଭ । ଜଳ ଜୀବନ ମିଶନ ଲଞ୍ଚ୍ କରାଯିବ । 4378 ସହରରେ 2.86 କୋଟି ଟଙ୍କା ବ୍ୟୟ ଅଟକଳରେ ପାଣି ଟ୍ୟାପ୍ ଲଗାଯିବ । 1,41, 678 ବ୍ୟୟ ଅଟକଳରେ ସହରୀ ସ୍ବଚ୍ଛ ଭାରତ ମିଶନ 2.0 ଆରମ୍ଭ କରାଯିବ । ସ୍ବାସ୍ଥ୍ୟକ୍ଷେତ୍ରରେ କେବଳ ଗୋଟିଏ ମନ୍ତ୍ର ‘prevention, cure, well being’ । ଟିକା କ୍ଷେତ୍ରରେ 14000 କୋଟି ବିନିଯୋଗ । ସ୍ବାସ୍ଥ୍ୟକ୍ଷେତ୍ର ପାଇଁ 2, 23, 846 କୋଟି ବଜେଟ୍ । କୋଭିଡ ଭ୍ୟାକସିନ ପାଇଁ 35 ହଜାର କୋଟି ହୋଇଛି ବ୍ୟୟବରାଦ ।
11:11 February 01
ମହାମାରୀ ସମୟରେ ଭାରତର ଭୂମିକାକୁ ସୂଚାଇଲେ ଅର୍ଥମନ୍ତ୍ରୀ
କୋରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି ବୋଲି ନିର୍ମଳା ସୀତରମଣ କହିଛନ୍ତି । କୋରୋନା ସମୟରେ ଭାରତ ସାମ୍ନା କରିଥିବା ବିଭିନ୍ନ ଚ୍ୟାଲେଞ୍ଜ ବିଷୟରେ ବର୍ଣ୍ଣନା କରୁଛନ୍ତି ଅର୍ଥମନ୍ତ୍ରୀ । କୋରୋନା ସହ ଲଢିବା ପାଇଁ 2 ଟି ଆତ୍ମନିର୍ଭର ପ୍ୟାକେଜ ଆଣିଲୁ । ଆତ୍ମନିର୍ଭର ପ୍ୟାକେଜ୍ ଆମ ଶକ୍ତି ବଢାଇଛି । ଆଜି ଭାରତ ପାଖରେ 2ଟି ଟିକା ଅଛି । କୋରୋନା ମୃତ୍ୟୁ ଓ ପଜିଟିଭ୍ ହାରରେ ଭାରତ ସର୍ବନିମ୍ନ । ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଇ ଟୀକାକରଣ ଆରମ୍ଭ କରିଥିଲେ । ସରକାର ବର୍ତ୍ତମାନ ସମ୍ପୁର୍ଣ୍ଣ ପ୍ରସ୍ତୁତ । ଏହି ବଜେଟ୍ ଭାରତର ବିକାଶ ପାଇଁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଲୋକେ ମହାମାରୀ ସମୟରେ ଏକାଠି ହୋଇଛନ୍ତି । ଏହାସହ ନିର୍ମଳା ସୀତରମଣ ହାତ ଯୋଡି ମୁଣ୍ଡ ନୁଆଁଇ ସମସ୍ତ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
10:58 February 01
ଆରମ୍ଭ ହେଲା ବଜେଟ ଉପସ୍ଥାପନା
ଆରମ୍ଭ ହେଲା ସଂସଦରେ ବଜେଟ ଉପସ୍ଥାପନା । ମେଡ୍ ଇନ୍ ଇଣ୍ଡିଆ ଟାବଲେଟ ଧରି ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପାରମ୍ପରିକ ‘ବହି ଖାତା’ ବଦଳରେ ଟାବଲେଟରେ ବଜେଟ ଉପସ୍ଥାପନା । ବଜେଟ ଆପ ଜରିଆରେ ଜାଣିପାରିବେ ବଜେଟ ବିଷୟରେ ଟିକନିକ୍ ତଥ୍ୟ ।
10:48 February 01
ସରିଲା କ୍ୟାବିନେଟ ବୈଠକ
ସରିଲା କ୍ୟାବିନେଟ ବୈଠକ । ବଜେଟକୁ ମିଳିଛି କ୍ୟାବିନେଟ ଅନୁମତି । ଦିନ 11ଟାରେ ପ୍ରଥମ ଥର ଡିଜିଟାଲ ବଜେଟର ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳୀ ସୀତାରମଣ । ଚଳିତ ବର୍ଷ ବଜେଟ ଅର୍ଥନୀତିକୁ ଦୃଢ କରିବ ବୋଲି ଆଶା କରାଯାଉଛି । କୋଭିଡ ମହାମାରୀ ପରେ ପ୍ରଥମ ଥର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରାଯିବ ।
10:47 February 01
ସଂସଦରେ କୃଷି ଆଇନକୁ ବିରୋଧ, କଳା ଗାଉନ୍ ପିନ୍ଧି ପହଞ୍ଚିଲେ 2 ସାଂସଦ
-
Delhi: Congress MPs Jasbir Singh Gill and Gurjeet Singh Aujla wear a black gown to the Parliament, as a mark of their protest against the three #FarmLaws pic.twitter.com/OjzM22zOCW
— ANI (@ANI) February 1, 2021 " class="align-text-top noRightClick twitterSection" data="
">Delhi: Congress MPs Jasbir Singh Gill and Gurjeet Singh Aujla wear a black gown to the Parliament, as a mark of their protest against the three #FarmLaws pic.twitter.com/OjzM22zOCW
— ANI (@ANI) February 1, 2021Delhi: Congress MPs Jasbir Singh Gill and Gurjeet Singh Aujla wear a black gown to the Parliament, as a mark of their protest against the three #FarmLaws pic.twitter.com/OjzM22zOCW
— ANI (@ANI) February 1, 2021
କୃଷି ଆଇନକୁ ବିରୋଧ କରି ସଂସଦରେ କଳା ଗାଉନ୍ ପିନ୍ଧି ଆସିଛନ୍ତି କଂଗ୍ରେସର 2 ସାଂସଦ । ସାଂସଦ ଜସବୀର ସିଂ ଗିଲ୍ ଓ ଗୁରୁଜିତ୍ ସିଂ ଆଉଜଲା କଳା ଗାଉନ୍ ପିନ୍ଧି ସଂସଦ ଭବନରେ ପହଞ୍ଚିଛନ୍ତି ।
10:35 February 01
ସଂସଦ ଭବନରେ ବାଚସ୍ପତି ଓମ ବିର୍ଲା
-
Delhi: Lok Sabha Speaker Om Birla arrives at the Parliament.#UnionBudget 2021-22 will be presented in the House today. pic.twitter.com/77UE35nGTY

">Delhi: Lok Sabha Speaker Om Birla arrives at the Parliament.#UnionBudget 2021-22 will be presented in the House today. pic.twitter.com/77UE35nGTY
— ANI (@ANI) February 1, 2021Delhi: Lok Sabha Speaker Om Birla arrives at the Parliament.#UnionBudget 2021-22 will be presented in the House today. pic.twitter.com/77UE35nGTY
— ANI (@ANI) February 1, 2021
ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦରେ ପହଞ୍ଚିଛନ୍ତି । ବଜେଟ 2021-22 ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପନା ହେବ ।
10:28 February 01
ସଂସଦ ଭବନରେ ହେମା ମାଳିନୀ
ବଜେଟ ଅଧିବେଶନ ପୂର୍ବରୁ କ୍ୟାବିନେଟ ବୈଠକରେ ପହଞ୍ଚିଛନ୍ତି ବଲିଉଡ ଡ୍ରିମ ଗାର୍ଲ ହେମା ମାଳିନୀ ।
10:20 February 01
ସଂସଦ ଭବନରେ ପ୍ରଧାନମନ୍ତ୍ରୀ, କ୍ୟାବିନେଟ ବୈଠକ ଆରମ୍ଭ
ସଂସଦ ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରମ୍ଭ ହେଲା କ୍ୟାବିନେଟ୍ ବୈଠକ ।
10:12 February 01
ସଂସଦରେ ପହଞ୍ଚିଲେ ଶାହା-ହର୍ଷବର୍ଦ୍ଧନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସଂସଦରେ ପହଞ୍ଚିଛନ୍ତି । ବଜେଟ ଉପସ୍ଥାପନା ପୂର୍ବରୁ ଦିନ 10 ଟା 15ରେ ଆରମ୍ଭ ହେବ କ୍ୟାବିନେଟ୍ ବୈଠକ ।
10:05 February 01
ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
-
#WATCH Delhi: Finance Minister Nirmala Sitharaman and MoS Finance & Corporate Affairs Anurag Thakur arrive at the Parliament. #Budget2021 pic.twitter.com/7j3ippMsPm

">#WATCH Delhi: Finance Minister Nirmala Sitharaman and MoS Finance & Corporate Affairs Anurag Thakur arrive at the Parliament. #Budget2021 pic.twitter.com/7j3ippMsPm
— ANI (@ANI) February 1, 2021#WATCH Delhi: Finance Minister Nirmala Sitharaman and MoS Finance & Corporate Affairs Anurag Thakur arrive at the Parliament. #Budget2021 pic.twitter.com/7j3ippMsPm
— ANI (@ANI) February 1, 2021
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ପହଞ୍ଚିଛନ୍ତି ।
10:02 February 01
ବଜେଟକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ
ବଜେଟ ପାଇଁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଓ ଟିମ୍ । ସଂସଦରେ ବଜେଟ ଉପସ୍ଥାପନା ପୂର୍ବରୁ ଭବନରେ ଅର୍ଥମନ୍ତ୍ରୀ । ଆଜି ଦିନ 11ଟାରେ ସଂସଦରେ ଉପସ୍ଥାପିତ ହେବ ପ୍ରଥମ ଡିଜିଟାଲ୍ ବଜେଟ୍ ।
09:37 February 01
ବଜେଟ ପୂର୍ବରୁ ସେନସେକ୍ସ-ନିଫ୍ଟିର ବମ୍ପର ବୃଦ୍ଧି
-
Sensex at 46,687.54; up by 401.77 points pic.twitter.com/pdIUyeDzuY

">Sensex at 46,687.54; up by 401.77 points pic.twitter.com/pdIUyeDzuY
— ANI (@ANI) February 1, 2021Sensex at 46,687.54; up by 401.77 points pic.twitter.com/pdIUyeDzuY
— ANI (@ANI) February 1, 2021
ବଜେଟ ପୂର୍ବରୁ ବଳବାନ ରହିଛି ବଜେଟ । ଉତ୍ସାହିତ ଅଛନ୍ତି ନିବେଶକ । ସେନସେକ୍ସ ଓ ନିଫ୍ଟି ବମ୍ପର ବୃଦ୍ଧି ସହ ଆରମ୍ଭ କରିଛି କାରବାର । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 443 ପଏଣ୍ଟ ବୃଦ୍ଧି ହୋଇ 46,728.83 ପଏଣ୍ଟରେ କାରବାର ଆରମ୍ଭ କରିଛି । ସେପଟେ ନିଫ୍ଟି 114.85 ପଏଣ୍ଟ ବଢି 13,749.45 ରେ କାରବାର ଖୋଲିଛି ।
09:26 February 01
ରାଷ୍ଟ୍ରପତି ଭବନ ଅଭିମୁଖେ ଅର୍ଥମନ୍ତ୍ରୀ
ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଅର୍ଥ ମନ୍ତ୍ରଣାଳୟରୁ ବାହାରି ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଛନ୍ତି । ନାଲି ଜ୍ୟାକେଟ ମଧ୍ୟରେ ରହିଛି 2021-22ର ବଜେଟ । ନିଜ ଟିମ୍ ସହ ରାଷ୍ଟ୍ରପତିଙ୍କ ସ୍ବୀକୃତି ଅଭିମୁଖେ ଅର୍ଥମନ୍ତ୍ରୀ । ଚଳିତ ଥର ପେପରଲେସ୍ ବଜେଟ ଉପସ୍ଥାପନା କରାଯିବ । ‘ମେଡ୍ ଇନ୍ ଇଣ୍ଡିଆ’ ଟାବଲେଟ୍ ଜରିଆରେ ବଜେଟ୍ ଉପସ୍ଥାପନା କରାଯିବ । ବଜେଟର ସଫ୍ଟ କପି ଅନଲାଇନରେ ଉପଲବ୍ଧ ହେବ ।
08:58 February 01
ପୂଜାର୍ଚ୍ଚନା କଲେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର
ବଜେଟ ଉପସ୍ଥାପନା ପୂର୍ବରୁ ପୂଜାର୍ଚ୍ଚନା କଲେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର । ଏହି ସମୟରେ ସେ କହିଛନ୍ତି, ‘କେନ୍ଦ୍ର ବଜେଟ ଲୋକଙ୍କ ଆଶାକୁ ଉଜ୍ଜୀବିତ କରିବ । ଏହା ଆତ୍ମନିର୍ଭର ଭାରତକୁ ରାସ୍ତା ଦେଖାଇବ । ଏହା ଜନତାଙ୍କ ଆଶାର ବଜେଟ ହେବ ’ ।
08:45 February 01
ଅର୍ଥ ମନ୍ତ୍ରଣାଳୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଲେ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର । ଏଠାରେ ଅଧିକାରୀଙ୍କ ସହ କରିବେ ବୈଠକ । ଏହାପରେ ଆରମ୍ଭ ହେବ କ୍ୟାବିନେଟ ବୈଠକ ।
06:29 February 01
ଆଜି ଦିନ 11ଟାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିବେ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ 11ଟାରେ ବଜେଟ ଉପସ୍ଥାପନା କରିବେ । କୋରୋନା ମହାମାରୀ କାରଣରୁ କ୍ଷତି ସହିଥିବା ଅର୍ଥନୀତି ଚଳିତ ବଜେଟରେ ପୁଣି ଉପର ମୁହାଁ ହେବ ବୋଲି ଆଶା କରାଯାଉଛି । ଆଜି ସମସ୍ତଙ୍କ ନଜର ଚଳିତ ବଜେଟ ଉପରେ । ରୋଜଗାର, ଟିକସ, ବଜାର, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପ୍ରତିରକ୍ଷା ଆଦି ଉପରେ ସରକାର କେତେ ଧ୍ୟାନ ଦେଉଛନ୍ତି, ସେ ନେଇ ସମସ୍ତଙ୍କ ଅପେକ୍ଷା ।
କୋରୋନା ସମୟରେ ବେରୋଜଗାରୀ, ଭ୍ୟାକସିନ୍, ସୀମା ବିବାଦ, ଚାଷୀ ଆନ୍ଦୋଳନ, ଦରଦାମ ବୃଦ୍ଧିକୁ ଲୋକେ ଦେଖିଛନ୍ତି । ଏହି ସମୟରେ ବଜେଟ୍ ନିଶ୍ଚିତ ରୂପେ ଅନ୍ଧକାରରେ ଦୀପ ସଦୃଶ୍ୟ । ତେବେ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ସ୍ବାସ୍ଥ୍ୟ ଓ ଟିକାରେ ସୁଧାର ଅଣାଯିବ । ଅନେକ ହସ୍ପିଟାଲ ନିର୍ମାଣର ଘୋଷଣା କରାଯାଇପାରେ । ଆଉ ଏଥିପାଇଁ ସଭିଙ୍କର ବଢୁଛି ଉତ୍କଣ୍ଠା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ