ETV Bharat / bharat

କୋରୋନା କାଳରେ ଶିକ୍ଷାନୁଷ୍ଠାନ ବନ୍ଦ ଶିକ୍ଷାକ୍ଷେତ୍ରରେ ଅବିରତ କ୍ଷତି: UNICEF - UNICEF

କୋରୋନା ସମୟରେ ସଂକ୍ରମଣକୁ ରୋକିବା ପାଇଁ ସରକାର ଶିକ୍ଷାନୁଷ୍ଠାନକୁ ଦୀର୍ଘ 9 ମାସ ଧରି ବନ୍ଦ ରଖିଛନ୍ତି । ତେବେ ଏହାଦ୍ବାରା ଛାତ୍ରଛାତ୍ରୀ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ବେଳେ ଶିକ୍ଷାକ୍ଷେତ୍ରରେ ଏହା ଅବିରତ କ୍ଷତି ବୋଲି ୟୁନିସେଫ କହିଛି । ଅଧିକ ପଢନ୍ତୁ...

UNICEF warns of continued damage to learning by school closure during corona pandemic
କୋରୋନା କାଳରେ ଶିକ୍ଷାନୁଷ୍ଠାନ ବନ୍ଦ ଶିକ୍ଷାକ୍ଷେତ୍ରରେ ଅବିରତ କ୍ଷତି: UNICEF
author img

By

Published : Dec 11, 2020, 8:07 PM IST

ହାଇଦ୍ରାବାଦ: କୋଭିଡ-19 ସମୟରେ ବିଦ୍ୟାଳୟ ବନ୍ଦ ହେବା ଦ୍ବାରା ପ୍ରଭାବିତ ପିଲାଙ୍କ ସଂଖ୍ୟା ବଢିବା ସହିତ ଶିକ୍ଷା କ୍ଷେତ୍ରରେ ଅବିରତ କ୍ଷତି ହୋଇପାରେ ବୋଲି ୟୁନିସେଫ୍ ଚେତାବନୀ ଦେଇଛି । ବିଦ୍ୟାଳୟ ବନ୍ଦ ଯୋଗୁଁ ପ୍ରଭାବିତ ସ୍କୁଲ ପିଲାଙ୍କ ସଂଖ୍ୟା 38% ବୃଦ୍ଧି ପାଇଥିବା ବେଳେ ବିଶ୍ବରେ ଅତିରିକ୍ତ 90 ନିୟୁତ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଗ୍ରଗତି ତଥା ଉନ୍ନତି ଉପରେ ଏକ ଗଭୀର ଚାପ ସୃଷ୍ଟି ହୋଇଛି ।

ୟୁନେସ୍କୋ ଦ୍ବାରା ସଂଗୃହିତ ତଥ୍ୟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ପ୍ରତି 5 ଜଣ ସ୍କୁଲ ପିଲାଙ୍କ ମଧ୍ୟରେ ଜଣେ ପିଲା ପାଇଁ ଶ୍ରେଣୀଗୃହ ତଥା ବିଶ୍ବରେ ପ୍ରାୟ 320 ନିୟୁତ ପିଲାଙ୍କ ପାଇଁ ଡିସେମ୍ବର 1 ତାରିଖ ସୁଦ୍ଧା ଶ୍ରେଣୀଗୃହ ବନ୍ଦ ହୋଇଯାଇଛି । ସମ୍ପ୍ରଦାୟର ପ୍ରସାରଣରେ ବିଦ୍ୟାଳୟଗୁଡ଼ିକର ଭୂମିକା ଏବଂ ପିଲାମାନଙ୍କୁ ସ୍କୁଲରେ ସୁରକ୍ଷିତ ରଖିବା ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପ ସତ୍ତ୍ବେ ସରକାର ଭୁଲ୍ ଦିଗରେ ଗତି କରୁଛନ୍ତି ଏବଂ ଅତି ଶୀଘ୍ର ନିଷ୍ପତ୍ତି ନେଉଛନ୍ତି ବୋଲି ୟୁନିସେଫ୍ ଗ୍ଲୋବାଲ୍ ଏଜୁକେସନ୍‌ର ମୁଖ୍ୟ ରବର୍ଟ ଜେନକିନସ୍ କହିଛନ୍ତି ।

ବିଦ୍ୟାଳୟଗୁଡ଼ିକ ଏହି ମହାମାରୀର ମୁଖ୍ୟ ସ୍ରୋତ ହୋଇନଥିବା ବେଳେ ସରକାର ଶେଷ ନିଷ୍ପତ୍ତି ପରିବର୍ତ୍ତେ ପ୍ରଥମ ନିଷ୍ପତ୍ତିରେ ହିଁ ବିଦ୍ୟାଳୟଗୁଡ଼ିକୁ ପୁଣି ଥରେ ବନ୍ଦ କରୁଛନ୍ତି । ଦେଶବ୍ୟାପୀ ବିଦ୍ୟାଳୟ ବନ୍ଦ କରାଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଭୟଙ୍କର ପ୍ରଭାବ ପଡୁଥିବା ସେ କହିଛନ୍ତି ।

ବିଦ୍ୟାଳୟଗୁଡ଼ିକ ବନ୍ଦ ହେବା ପରେ ଛୋଟ ପିଲାମାନଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ । ପିଲାମାନେ ସେମାନଙ୍କର ଶିକ୍ଷା, ଖାଦ୍ୟ ଏବଂ ନିରାପତ୍ତା ହରାଇଥାନ୍ତି । କୋରୋନା ସମୟରେ ଲକ୍ଷ ଲକ୍ଷ ପିଲା ନଅ ମାସରୁ ଅଧିକ ସମୟ ଧରି ବିଦ୍ୟାଳୟକୁ ଯାଇନାହାନ୍ତି । ଅତ୍ୟଧିକ ବିଦ୍ୟାଳୟ ଅନାବଶ୍ୟକ ଭାବରେ ବନ୍ଦ ହୋଇଯାଉଥିବା ବେଳେ ଆବଶ୍ୟକ ପଦକ୍ଷେପ ନେବାକୁ ପର୍ଯ୍ୟାପ୍ତ ଗୁରୁତ୍ବ ଦିଆଯାଉନାହିଁ । କୋରାନାରୁ ବିଦ୍ୟାଳୟଗୁଡ଼ିକୁ ସୁରକ୍ଷିତ ରଖିବା ସହିତ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଗୁରୁତ୍ବ ଦେବାକୁ ୟୁନିସେଫ ସଚେତନ କରାଇଛି ।

191 ଦେଶର ତଥ୍ୟ ବ୍ୟବହାର କରି ନିକଟରେ ହୋଇଥିବା ଏକ ବିଶ୍ବସ୍ତରୀୟ ଅଧ୍ୟୟନରେ କୋଭିଡ-19 ସଂକ୍ରମଣରେ ବିଦ୍ୟାଳୟର ଏତେ ମାତ୍ରାରେ ପ୍ରଭାବ ନଥିବା ଦେଖାଯାଇଛି । ୟୁନିସେଫ୍ ସରକାରଙ୍କୁ ବିଦ୍ୟାଳୟ ଖୋଲିବାକୁ ପ୍ରାଥମିକତା ଦେବା ସହିତ ଯଥାସମ୍ଭବ ନିରାପଦ ରକ୍ଷା କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ବିଦ୍ୟାଳୟ ପୁନଃଖୋଲିବା ଯୋଜନାରେ ସୁଦୂର ଶିକ୍ଷାକୁ ଅନ୍ତର୍ଭୁକ୍ତ କରି ଶିକ୍ଷାର ପ୍ରବେଶକୁ ବିସ୍ତାର କରିବା ଆବଶ୍ୟକ ବୋଲି ସଂସ୍ଥା କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.