ETV Bharat / bharat

ବିଧାୟକଙ୍କୁ ଯୁବକଙ୍କ ଚିଠି, କହିଲେ ‘ପ୍ରେମିକା ନଥିବାରୁ ଦୁର୍ବଳ ହେଉଛି ମୋ ଆତ୍ମବିଶ୍ବାସ’

ଗାର୍ଲଫ୍ରେଣ୍ଡ ନଥିବାରୁ ବିଧାୟକଙ୍କୁ ଚିଠି ଲେଖିଲେ ମହାରାଷ୍ଟ୍ରରେ ଜଣେ ଯୁବକ । ଚିଠିରେ ଯୁବକ କଣ କହିଛନ୍ତି ଜାଣିବାକୁ ଅଧିକ ପଢନ୍ତୁ...

ଗାର୍ଲଫ୍ରେଣ୍ଡ ପାଇଁ ବିଧାୟକଙ୍କୁ ଚିଠି ଲେଖିଲେ ଯୁବକ

author img

By

Published : Sep 14, 2021, 1:59 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ଯୁବକଙ୍କ ଅଜବ ଜିଦି । ଗାର୍ଲଫ୍ରେଣ୍ଡ ନଥିବାରୁ ବିଧାୟକଙ୍କୁ ଲେଖିଲେ ଚିଠି । ମୋର ଗାର୍ଲଫ୍ରେଣ୍ଡ ନାହିଁ ,ମୋତେ ଗୋଟିଏ ଗାର୍ଲଫ୍ରେଣ୍ଡ ଦରକାର , ଗାର୍ଲଫ୍ରେଣ୍ଡ ନଥିବାରୁ ଦିନକୁ ଦିନ ମୋର ଆତ୍ମବିଶ୍ବାସ ଦୁର୍ବଳ ହେଉଛି । କିଛି ଏଭଳି ଶୈଳୀରେ ମରାଠୀ ଭାଷାରେ ଚିଠିଲେଖି ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ବିଧାୟକ ସୁବାଷ ଧୋତେଙ୍କୁ ପଠାଇଛନ୍ତି ଭୂଷଣ ଜାମୁବନ୍ତ ନାମକ ଜଣେ ଯୁବକ । ଚିଠିରେ ସେ ଏକ ପ୍ରେମିକା ପାଇଁ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି । ଆଉ ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚିଠିରେ କଣ ଲେଖିଥିଲେ ଯୁବକ ଜଣକ ?

ଯୁବକ ଜଣକ ପ୍ରଥମେ ନିଜର ମନର ବେଦନା ଓ ଦୁଃଖକୁ ଚିଠିରେ ମରାଠୀ ଭାଷାରେ ଲେଖିଥିଲେ । ପରେ ତାଙ୍କର ଏକ ଗାର୍ଲଫ୍ରେଣ୍ଡ ଜରୁରୀ ବୋଲି ବିଧାୟକଙ୍କୁ ଅନୁରୋଧ କରିଥିଲେ । ସେ ଆହୁରି ମଧ୍ୟ ଲେଖିଥିଲେ ଯେ ମୁଁ ଯେଉଁ ଅଞ୍ଚଳରେ ରହୁଛି ସେହି ଅଞ୍ଚଳରେ ଅନେକ ଝିଅ ଅଛନ୍ତି, ହେଲେ ମୋର ଗାର୍ଲଫ୍ରେଣ୍ଡ ନାହିଁ । ଏଥିପାଇଁ ମୁଁ ବହୁତ ଚିନ୍ତାରେ ରହୁଛି । ଦିନକୁ ଦିନ ମୋର ଆତ୍ମବିଶ୍ୱାସ ଦୁର୍ବଳ ହୋଇଯାଇଛି, ମୁଁ ପ୍ରତିଦିନ ଗ୍ରାମାଞ୍ଚଳ ରାଜୁରା ଠାରୁ ଅନ୍ୟ ଏକ ଗାଁ ଗଡଚାନ୍ଦୁରକୁ ଯାତ୍ରା କରୁଛି । ତଥାପି ଗୋଟିଏ ବି ଝିଅ ମୋ ସାଙ୍ଗରେ ନାହିଁ । ଯେଉଁ ମାନେ ମଦ ବିକ୍ରି କରୁଛନ୍ତି ମଦ ପିଉଛନ୍ତି ଓ ଦେଖିବାକୁ ମଧ୍ୟ ଏତେ ଖାସ ନୁହଁ ସେମାନଙ୍କର ଗାର୍ଲଫ୍ରେଣ୍ଡ ଅଛି ହେଲେ ମୋର ନାହିଁ । ସେମାନଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଦେଖିଲେ ମୋ ହୃଦୟ ଜଳିଯାଉଛି ,ମୁଁ ସହିପାରୁନି । ମୋର ଅନୁରୋଧ ଆପଣ ଆପଣଙ୍କ ନିର୍ବାଚନମଣ୍ଡଳୀରେ ଝିଅମାନଙ୍କୁ ଆମପରି ପୁଅ ମାନଙ୍କୁ ସମ୍ମାନ ଦେବାକୁ ପ୍ରୋତ୍ସାହିତ କରନ୍ତୁ ।

କଂଗ୍ରେସ ବିଧାୟକ ସୁବାଷ ଧୋତେ ଏନେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ ମୁଁ କୌଣସି ଚିଠି ପାଇନାହିଁ । କିନ୍ତୁ ମୁଁ ମୋ ହ୍ବାଟ୍ସଆପରେ ଏହି ଚିଠି ଦେଖିଛି । ଭୂଷଣ ଜାମୁବନ୍ତ କିଏ ତାଙ୍କୁ ମୁଁ ଏପର୍ଯ୍ୟନ୍ତ ଜାଣିନାହିଁ । ମୁଁ ମୋ କର୍ମଚାରୀଙ୍କୁ ଯୁବକଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଛି । ମୁଁ ତାଙ୍କୁ ଭେଟିବା ମାତ୍ରେ ତାଙ୍କ ସହ କଥା ହେବି ଏବଂ ତାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି । ତେବେ ଏଭଳି ଚିଠି ଲେଖିବା ଉଚିତ ନୁହେଁ ବୋଲି ବିଧାୟକ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.