ETV Bharat / bharat

Opposition On Farm Laws Repeal Bill; ବିନା ଚର୍ଚ୍ଚାରେ ବିଲ ପାସ ଦୁର୍ଭାଗ୍ୟଜନକ

author img

By

Published : Nov 29, 2021, 4:25 PM IST

ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହରେ ପାରିତ ହେଲା ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ବିଲ (farm laws repealed bill)। ବିରୋଧୀ କହିଲେ ବିନା ଚର୍ଚ୍ଚାରେ ବିଲ ପାସ ହେବା ଦୁର୍ଭାଗ୍ୟଜନକ । ଅଧିକ ପଢନ୍ତୁ

ବିନା ଚର୍ଚ୍ଚାରେ ବିଲ ପାସ ଦୁର୍ଭାଗ୍ୟଜନକ: ବିରୋଧୀ

ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସଂସଦର ଉଭୟ ଗୃହରେ ପାରିତ ହୋଇଛି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ବିଲ(farm laws repealed bill) । ତେବେ ବିରୋଧୀଙ୍କୁ ଚର୍ଚ୍ଚାର ସୁଯୋଗ ନଦେଇ ବିଲ ପାସ କରିବା ଅସାମ୍ବିଧାନିକ ବୋଲି କହିଛନ୍ତି ବିରୋଧୀ । ସେହିପରି ବିନା ଚର୍ଚ୍ଚାରେ ବିଲ ପାସ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୃହରେ ବିଲ ଆଗତ କରିବା ପରେ ଚର୍ଚ୍ଚା ପାଇଁ ଦାବି କରି ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ଖୁବ କମ ସମୟ ମଧ୍ୟରେ ପ୍ରଥମେ ଲୋକସଭା ଓ ପରେ ରାଜ୍ୟସଭାରେ ବିଲ ପାରିତ ହୋଇଥିଲା ।

ବିନା ଚର୍ଚ୍ଚାରେ ବିଲ ପାରିତ ହେବାକୁ ଦୁର୍ଭାଗ୍ୟଜନକ ଦର୍ଶାଇବା ସହ ସରକାର ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ଭୟଭୀତ ବୋଲି ରାହୁଲ କହିଛନ୍ତି । ଆଗାମୀ ୫ ରାଜ୍ୟରେ ବିଧାନସଭା ନିର୍ବଚନ ଅନୁଷ୍ଠିତ ହେବାକୁ ଥିବାବେଳେ ସରକାର ନିଜ ଭୋଟ ବ୍ୟାଙ୍କ ବଞ୍ଚାଇବା ପାଇଁ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା କହିଛନ୍ତି ରାହୁଲ । ରାହୁଲ ଆହୁରି କହିଛନ୍ତି କି, ପ୍ରକୃତ କଥା ହେଉଛି, ସରକାର ବୁଝି ସାରିଛନ୍ତି ଏହି ମାମଲାରେ କୃଷକଙ୍କ ଆନ୍ଦୋଳନକୁ ସାମ୍ନା କରିପାରିବେ ନାହିଁ । ଆଗକୁ ନିର୍ବାଚନ ଆସୁଥିବାରୁ ତେଣୁ ସରକାର ବାଧ୍ୟ ହୋଇ ଏହାକୁ ପ୍ରତ୍ୟାହାର କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Farm Laws Repeal Bill: ଉଭୟ ଗୃହରେ ପ୍ରତ୍ୟାହାର ବିଲ ପାରିତ

ସେହିପରି ସମାଜବାଦୀ ପାର୍ଟି (SP) ସାଂସଦ ଜୟା ବଚ୍ଚନ ମଧ୍ୟ ବିନା ଚର୍ଚ୍ଚାରେ ବିଲ ପାରିତ ହେବାକୁ ନେଇ ଆପତ୍ତି ଉଠାଇଛନ୍ତି । ସରକାରଙ୍କୁ ସମାଲୋଚନା କରି ଜୟା କହିଛନ୍ତି, ବିରୋଧୀଙ୍କ ସ୍ବରକୁ ବନ୍ଦ କରି ବିଲ ପାସ ହେବା ସେ ପୂର୍ବରୁ କେବେ ଦେଖିନଥିଲେ । ସେ ଅନେକ ବର୍ଷ ଧରି ସାଂସଦ ରହିଥିବାବେଳେ ବିଭିନ୍ନ ବିଲର ପ୍ରକ୍ରିୟାକରଣ ଦେଖିଛନ୍ତି, କିନ୍ତୁ ବିରୋଧୀଙ୍କୁ ଚର୍ଚ୍ଚା ପାଇଁ ଅନୁମତି ନଦେଇ ବିଲ ପାସ କରିବା ତାଙ୍କ ରାଜନୈତିକ କାର୍ଯ୍ୟକାଳରେ ସେ କେବେ ଦେଖିନଥିଲେ ବୋଲି କହିଛନ୍ତି ଜୟା ।

ନଭେମ୍ବର 19 ତାରିଖ ଗୁରୁ ନାନକ ଜୟନ୍ତୀ ଦିନରେ ରାଷ୍ଟ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କେନ୍ଦ୍ରୀୟ ଚାଷ ଆଇନ ରଦ୍ଦ କରିବାକୁ ଘୋଷଣା କରିଥିଲେ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.