ETV Bharat / bharat

ମୋଦି ସରକାରଙ୍କ ନୀତି ସଂସଦ ସୁରକ୍ଷା ଭଙ୍ଗ ପାଇଁ ଦାୟୀ: ରାହୁଲ

author img

By ETV Bharat Odisha Team

Published : Dec 17, 2023, 9:46 AM IST

Parliament Security Breach: ସଂସଦ ସୁରକ୍ଷା ଭଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ । କହିଲେ ବେକାରୀ, ମୁଦ୍ରାସ୍ଫୀତି ସଂସଦ ସୁରକ୍ଷା ଭଙ୍ଗର ମୁଖ୍ୟ କାରଣ । ଅଧିକ ପଢନ୍ତୁ

Parliament Security Breach
ସଂସଦ ସୁରକ୍ଷା ଭଙ୍ଗ ଘଟଣା

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଗୁରୁତର ସୁରକ୍ଷା ତ୍ରୁଟିକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ କେନ୍ଦ୍ରକରି ସଂସଦରେ ସୁରକ୍ଷା ଭଙ୍ଗ ପାଇଁ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ନେତା । ମୋଦି ସରକାରଙ୍କ ନୀତି ଯୋଗୁଁ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ଯୁବକ ଯୁବତୀ ରୋଜଗାର ପାଉନାହାନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢିଚାଲିଛି । ମୁଖ୍ୟ ରୂପେ ବେକାରୀ ଏବଂ ମୁଦ୍ରାସ୍ଫୀତି ସମସ୍ୟା ହିଁ ସଂସଦରେ ଘଟିଥିବା ଅଭାବନୀୟ ଘଟଣାର ମୁଖ୍ୟ କାରଣ ବୋଲି କହିଛନ୍ତି ରାହୁଲ ।

  • Jobs कहां हैं?

    युवा हताश हैं - हमें इस मुद्दे पर focus करना है, युवाओं को नौकरी देनी है।

    सुरक्षा चूक ज़रूर हुई है, मगर इसके पीछे का कारण है देश का सबसे बड़ा मुद्दा - बेरोज़गारी! pic.twitter.com/iqvIR4Uy5l

    — Rahul Gandhi (@RahulGandhi) December 16, 2023 " class="align-text-top noRightClick twitterSection" data=" ">

ରାହୁଲ କହିଛନ୍ତି ଯେ, ନିଶ୍ଚିତ ରୂପେ ସଂସଦରେ ସୁରକ୍ଷା ଉଲ୍ଲଙ୍ଘନ ହୋଇଛି । ହେଲେ କାହିଁକି ଏପରି ଘଟିଲା ? ସମ୍ପ୍ରତ୍ତି ଦେଶର ସବୁଠୁ ବଡ ପ୍ରସଙ୍ଗ ରହିଛି ବେରୋଜଗାରୀ ଏବଂ ମୋଦି ସରକାରଙ୍କ ଭୁଲ୍ ନୀତିର ପରିମାଣ ସାରା ଦେଶ ଭୋଗୁଛି । କେନ୍ଦ୍ରର ନୀତି ପାଇଁ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବଢୁଛି । ଏହା ହିଁ ସଂସଦ ସୁରକ୍ଷା ଭଙ୍ଗର ମୁଖ୍ୟ କାରଣ । ଶନିବାର କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ଏପରି କହିଛନ୍ତି ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ।

ଏହା ମଧ୍ୟ ପଢନ୍ତୁ: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ପ୍ରତିକ୍ରିୟା ରଖିଲେ ମାଷ୍ଟରମାଇଣ୍ଡ ଲଲିତଙ୍କ ବାପା ମା’

ଏହାପରେ ଏକ୍ସରେ ପୋଷ୍ଟ କରି କଂଗ୍ରେସ ନେତା ଆହୁରି କହିଛନ୍ତି, ଚାକିରି କେଉଁଠି ? ଆଜି ଯୁବଗୋଷ୍ଠୀ ହତାଶ । ଆମକୁ ଏହି ମୁବ୍ଦା ଉପରେ ଫୋକସ୍ କରିବାକୁ ପଡିବ । ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ହେବ । ସଂସଦ ସୁରକ୍ଷାରେ ତ୍ରୁଟି ହୋଇଛି, ହେଲେ ଏହାର ପଛର କାରଣ ଦେଶର ସବୁଠୁ ବଡ଼ ପ୍ରସଙ୍ଗ ବେରୋଜଗାରୀ ଅଟେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଂସଦ ସୁରକ୍ଷା ତ୍ରୁଟି ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ନୀଲମଙ୍କ ପରିବାର ଲୋକେ କହିଥିଲେ, ଚାକିରି ନମିଳିବାରୁ ନୀଲମ ଏପରି କରିଛନ୍ତି । ସେ ଜଣେ ଉଚ୍ଚଶିକ୍ଷିତ । ହେଲେ ଯୋଗ୍ୟତା ଥାଇ ମଧ୍ୟ ଚାକିରି ନମିଳିବାରୁା ଚାପରେ ରହୁଥିଲେ । ଏଥିପାଇଁ ସେ ସଂସଦରେ ବିକ୍ଷୋଭ କରିଥିଲେ । ଏବେ କଂଗ୍ରେସ ସାଂସଦ ରାହୁଲ ମଧ୍ୟ ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ।

ସେହିପରି ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ସୁରକ୍ଷା ଭଙ୍ଗକୁ ନେଇ କହିଛନ୍ତି, ବିରୋଧି ସଦସ୍ୟ ରାଜନୀତିକରଣ କରୁନାହାନ୍ତି, ଦିଲ୍ଲୀ ପୋଲିସ ଏହି ଘଟଣାକୁ ଆତଙ୍କୀ ଆକ୍ରମଣର ନାଁ ଦେଇ ରାଜନୀତି କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରିପୋର୍ଟ କରିଥିବା ଦିଲ୍ଲୀ ପୋଲିସ ଡିସେମ୍ବର ୧୩ ସଂସଦ ସୁରକ୍ଷା ତ୍ରୁଟିକୁ ଆତଙ୍କୀ ହମ୍‌ଲା ବୋଲି କହିଛି । ଆମେ କେବଳ ସରକାରଙ୍କ ଦ୍ବାରା ହୋଇଥିବା ସୁରକ୍ଷା ତ୍ରୁଟିକୁ ନେଇ ଉଦେବଗ୍ ପ୍ରକାଶ କରିଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.