ETV Bharat / bharat

କର୍ଣ୍ଣାଟକ ଗସ୍ତରେ ଶାହା, ବୋମାଇଙ୍କ ନେତୃତ୍ବରେ ୨୦୨୩ ନିର୍ବାଚନ ଲଢିବ BJP - ବସବରାଜ ବୋମାଇ

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ବରେ ବିଜେପି ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିବ । ଆଶା ପ୍ରକଟ କଲେ ଅମିତ ଶାହା ।BJP ଅଧିକ ପଢନ୍ତୁ...

କର୍ଣ୍ଣାଟକ ଗସ୍ତରେ ଶାହା, ବମ୍ମାଇଙ୍କ ନେତୃତ୍ବରେ ବିଜେପି ଲଢିବ ୨୦୨୩ ନିର୍ବାଚନ

author img

By

Published : Sep 3, 2021, 11:39 AM IST

ବେଙ୍ଗାଲୁର: ୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ବରେ ବିଜେପି ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଶା ପ୍ରକଟ କରିଛନ୍ତି ।

ଶାହା ଗୁରୁବାର କର୍ଣ୍ଣାଟକ ଗସ୍ତରେ ଯାଇ ଡାଭାନାଗେରରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଉଦଘାଟନୀ ସମାରୋହରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଥିଲେ ମଧ୍ୟ ବିକାଶ କାର୍ଯ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିରୁପ୍ପାଙ୍କ ସମୟରେ ଯେଉଁ ସବୁ ପ୍ରକଳ୍ପ ଅଧୁରା ରହିଛି ତାହାକୁ ଦ୍ରୁତ ଗତିରେ ବର୍ତ୍ତମାନର ସରକାର ଆଗେଇ ନେବେ । କର୍ଣ୍ଣାଟକର କୃଷକ, ଗ୍ରାମାଞ୍ଚଳ ସର୍ବୋପରି କର୍ଣ୍ଣାଟକବାସୀଙ୍କ ବିକାଶ ପାଇଁ ବିଜେପି ସରକାର ପୁରା ଶକ୍ତିର ସହ କାର୍ଯ୍ୟ କରୁଛି ।

ସେହିପରି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଶାହା ସ୍ପଷ୍ଟିକରଣ ଦେଇଛନ୍ତି । ଆବଶ୍ୟକତା ଅନୁଯାୟୀ ଓ ପାର୍ଟି ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତିତ ହୋଇଛନ୍ତି । କିନ୍ତୁ ବି.ଏସ୍ ୟେଦିରୁପ୍ପାଙ୍କ ଅବଦାନ ଓ ମାର୍ଗଦର୍ଶନ ଦଳ ସବୁବେଳେ ଆବଶ୍ୟକ କରିବ । ଡାଭାନାଗେର ଉଦଘାଟନୀ ସମାରୋହରେ ୫୦ କୋଟି ଟଙ୍କା ବ୍ୟୟରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ଅମିତ ଶାହା । ସେ ଗାନ୍ଧୀ ଭବନ, ପୋଲିସ ପବ୍ଲିକ ସ୍କୁଲ ଏବଂ ଜାମ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର କେନ୍ଦ୍ରୀୟ ପାଠାଗାରର ମଧ୍ୟ ଉଦଘାଟନ କରିଥିଲେ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.