ETV Bharat / bharat

ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ପାଟି କରିବାରୁ ପାଟିରେ ଏସିଡ୍ ଢାଳିଦେଲା ଦାଦା

author img

By

Published : Sep 6, 2022, 3:39 PM IST

Updated : Sep 6, 2022, 3:49 PM IST

ଝିଆରୀକୁ ଦୁଷ୍କର୍ମ ଉଦ୍ୟମ । ତାପୁଣି ନିଜ ଦାଦା । ପାଟି କରିବାରୁ ପାଟିରେ ଏସିଡ୍ ଢାଳିଦେଲା ଦାଦା । ଏହାସହ ଯଂତ୍ରଣାରେ ଚିତ୍କାର କରୁଥିବା ନାବାଳିକା ଝିଆରୀର ଗଳାକାଟି ଫେରାର୍ ହୋଇଗଲା ପିଶାଚ ଦାଦା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲାରେ । ଅଧିକ ପଢନ୍ତୁ

ଦୁଷ୍କର୍ମକୁ ବିରୋଧ କରିବାକୁ ଝିଆରୀ ମୁହଁରେ ଏସିଡ୍ ଢାଳିଲା ଦାଦା

ଅମରାବତୀ: ଦାଦା ସାଜିଲା ସୈତାନ । ଝିଆରୀକୁ ଦୁଷ୍କର୍ମ ଉଦ୍ୟମ, ପାଟି କରିବାରୁ ପାଟିରେ ଏସିଡ୍ ଢାଳିଦେଲା ଦାଦା । ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲାରୁ ଏଭଳି ଛାତି ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ନାବାଳିକା ଝିଆରୀ ସହ ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ଝିଅଟି ଏହାକୁ ବିରୋଧ କରିଥିଲା । ଏହାପରେ ଅଭିଯୁକ୍ତ ଦାଦା ତା ମୁହଁରେ ଏବଂ ପାଟିରେ ଏସିଡ୍ ଢାଳି ଦେଇଥିଲା । କେବଳ ଏତିକି ନୁହେଁ, ଝିଅଟି ଏସିଡ୍ ଜ୍ବାଳା ସହି ନ ପାରି ଚିତ୍କାର କରିବାରୁ ଜଲ୍ଲାଦ ତା' ଗଳାକାଟି ଦେଇ ଫେରାର୍ ହୋଇଯାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ସୂଚନା ମୁତାବକ, ୧୪ ବର୍ଷୀୟା ପୀଡିତା ନବମ ଶ୍ରେଣୀରେ ପାଠ ପଢନ୍ତି । ଝିଅଟି ଉପରେ ଦାଦା ନାଗାରାଜୁର ଲୋଲୁପ ଦୃଷ୍ଟି ରହିଥିଲା । ଅଭିଯୁକ୍ତ ଦୀର୍ଘ ଦିନ ହେଲା ତାଙ୍କୁ ଯୌନ ନିର୍ଯାତନା ଦେଇଆସୁଥିଲା । ସୋମବାର ରାତିରେ ଘରେ କେହି ନଥିବାର ସୁଯୋଗ ପାଇ ନାଗାରାଜୁ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ନିଜକୁ ବଞ୍ଚାଇବାକୁ ଝିଅଟି ଗାଧୁଆ ଘର ଭିତରକୁ ଦୌଡି ଯାଇ କବାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ହେଲେ ଦାଦା ଘର ଭିତରେ ପଶି ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା । ନାବାଳିକା ଜଣକ ଏହାକୁ ବିରୋଧ କରିବାରୁ ରାଗିଯାଇ ଦାଦା ନାଗାରାଜୁ ତା ମୁହଁରେ ଏବଂ ପାଟିରେ ଏସିଡ୍ ଢାଳି ଦେଇଥିଲା । ଯନ୍ତ୍ରଣାରେ ଛଟପଟ ହୋଇ ପୀଡିତା ଚିତ୍କାର କରିବାରୁ ପାଟି ବନ୍ଦ କରିବା ପାଇଁ ଅଭିଯୁକ୍ତ ଏକ ଛୁରୀରେ ତାଙ୍କ ଗଳା କାଟି ସେଠାରୁ ଫେରାର୍ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଭାରତର ସବୁଠୁ ବଡ କାର୍‌ ଚୋର ଦିଲ୍ଲୀରୁ ଗିରଫ, 6000 ମାମଲାରେ ଥିଲା ସମ୍ପୃକ୍ତ

ଝିଅଟିର ପାଟି ଶୁଣି ପଡୋଶୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଝିଅଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ । ସୂଚନା ପାଇ ପରିବାର ଲୋକେ ଘରେ ପହଞ୍ଚି ଝିଅକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ପୀଡିତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନାବାଳିକାଙ୍କ ଘରେ ପହଞ୍ଚି ପୋଲିସ ପଡୋଶୀଙ୍କୁ ପଚରା ଉଚରା କରୁଛି । ଅଭିଯୁକ୍ତ ଦାଦାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି ପୋଲିସ । ନେଲ୍ଲୋର ଏସପି ସିଏଚ୍‌ ବିଜୟ ରାଓ ଏବଂ କୃଷି ମନ୍ତ୍ରୀ କାକାନି ଗୋବର୍ଦ୍ଧନ ରେଡ୍ଡୀ ସୋମବାର ରାତିରେ ଜିଲ୍ଲା ମୁଖ୍ୟ ମେଡିକାଲକୁ ଯାଇ ପୀଡିତାଙ୍କୁ ଭେଟିଛନ୍ତି । ନେଲ୍ଲୋର ଏସପି କହିଛନ୍ତି, " ପୀଡିତା ଚାହୁଁଛି ଅଭିଯୁକ୍ତ ଦାଦାକୁ କଠୋର ଦଣ୍ଡରେ ଦଣ୍ଡିତ କରିଯାଉ । ପୋଲିସ ଘଟଣାର ଛାନଭିନ କରୁଛି । ଘଟଣା ଘଟିଥିବା ଅଞ୍ଚଳରୁ ପୋଲିସ ପ୍ରମାଣ ସଂଗ୍ରହ କରିଛି ଏବଂ ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 6, 2022, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.