ETV Bharat / bharat

Ukraine crisis: ବୁଧବାର ଜାତିସଙ୍ଘ ଆଣବିକ ତଦାରଖ ବୋର୍ଡର ଜରୁରୀ ବୈଠକ - ୟୁକ୍ରେନ ଯୁଦ୍ଧ

ବୁଧବାର ବସିବ ଜାତିସଂଙ୍ଘ ଆଣବିକ ତଦାରଖ ବୋର୍ଡ (IAEA)ର ଜରୁରୀ ବୈଠକ । ଏପଟେ ସ୍ଥିତି ବଦଳୁଥିବାରୁ ଆଣବିକ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଲେ ଋଷ ରାଷ୍ଟ୍ରପତି ପୁଟିନ । ଅଧିକ ପଢନ୍ତୁ

Ukraine crisis: ବୁଧବାର ଜାତିସଙ୍ଘ ଆଣବିକ ତଦାରଖ ବୋର୍ଡର ଜରୁରୀ ବୈଠକ

author img

By

Published : Feb 27, 2022, 10:30 PM IST

ଭିଏନା: ୟୁକ୍ରେନ ସଙ୍କଟ ନେଇ ଜରୁରୀ ବୈଠକ ଡାକିଲା ମିଳିତ ଜାତିସଂଘର ଆଣବିକ ତଦାରଖ ବୋର୍ଡ (IAEA) । ଆସନ୍ତା ବୁଧବାର ଏହି ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବା ନେଇ କୂଟନୀତିଜ୍ଞଙ୍କ ସୂତ୍ରରୁ ସୂଚନା ମିଳିଛି । ଜଣେ କୂଟନୀତିଜ୍ଞ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସକୁ ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଓ ନିରାପତ୍ତା ସମ୍ପର୍କରେ ଉକ୍ତ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।

  • UN nuclear watchdog's 35-nation Board of Governors will hold an emergency meeting on Wednesday about Ukraine: Reuters

    — ANI (@ANI) February 27, 2022 " '="" class="align-text-top noRightClick twitterSection" data=" ">

ଜାତିସଙ୍ଘର ଏହି ଆଣବିକ ତଦାରଖ ବୋର୍ଡରେ ମୋଟ ୩୫ ଦେଶ ସଦସ୍ୟ ଭାବେ ରହିଛନ୍ତି । ବର୍ତ୍ତମାନ ୟୁକ୍ରେନ ସମେତ ପୂର୍ବ ୟୁରୋପରେ ଦେଖାଯାଇଥିବା ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡର ଦୁଇ ସଦସ୍ୟ ରାଷ୍ଟ୍ର କାନାଡା ଏବଂ ପୋଲାଣ୍ଡ ଏହି ବୈଠକ ଆହୁତ କରିଛନ୍ତି । ସେହିପରି ଗତକାଲି (ଶନିବାର) IAEA ମହାନିର୍ଦ୍ଦେଶକ ମାରିଆନୋ ଗ୍ରୋସି ବର୍ତ୍ତମାନ ସଙ୍କଟ ନେଇ ଚିନ୍ତା ପ୍ରକଟ କରିବା ସହ ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗର ଆଶଙ୍କାକୁ ହ୍ରାସ କରିବା ପାଇଁ ଉଭୟ ପକ୍ଷଙ୍କୁ ଆହ୍ବାନ ମଧ୍ୟ କରିଥିଲେ ।

ତେବେ ଏପରି ଜରୁରୀକାଳୀନ ବୈଠକ ପରେ ଋଷ ଛାତିରେ ଛନକା ପଶିଥିବା ମଧ୍ୟ ଚର୍ଚ୍ଚା ହେଉଛି । ସାମ୍ଭାବ୍ୟ ଆକ୍ରମଣ ପାଇଁ ନିଜ ସେନା ଓ ଆଣବିକ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସର୍ବୋଚ୍ଚ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ । ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ କ୍ରମାଗତ ୪ର୍ଥ ଦିନରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.