ଭୋପାଳ: ମୂଷା ଘଟାଇଲା ଭୟଙ୍କର ସଡକ ଦୁର୍ଘଟଣା, ଓଲଟି ପଡିଲା କାର ଚାଲିଗଲା ଶିଶୁର ଜୀବନ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଉମରିଆରେ । ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଏକ ମୂଷା କାରଣରୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଗତକାଲି କାର ମାଲିକ, ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ନେଇ ଚାନ୍ଦିଆରୁ ମନେନ୍ଦ୍ରଗଡକୁ ଯାଉଥିଲେ । ଏହି ସମୟରେ କାରର ବେଗ ଅଧିକ ଥିବା ବେଳେ ଭିତରେ ଲୁଚି ରହିଥିବା ଏକ ମୂଷା ହଠାତ କାରର ସାମ୍ନା କାଚକୁ ଆସିଯାଇଥିଲା । ଏହି ସମୟରେ କାରଚାଳକଙ୍କ ଦୃଷ୍ଟି ମୂଷା ଉପରେ ପଡିବାରୁ ଭାରସାମ୍ୟ ହରାଇ ଗଛରେ କାରଟି ପିଟି ହୋଇ ଓଲଟି ପଡିଥିଲା । ଫଳରେ ୪ଜଣଙ୍କ ମଧ୍ୟରୁ ୨ ବର୍ଷ ଶିଶୁର ମୃତ୍ୟୁହୋଇଥିଲା ଓ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ