ଭୋପାଳ: ମଦ ବ୍ୟାନ ପାଇଁ ସର୍ବଦା ଆନ୍ଦୋଳନ କରୁଥିବା ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଗୁରୁବାର ଦିନ ପୁଣି ଏକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ମଧ୍ୟପ୍ରଦେଶର ଓରଛା ନଗରୀରେ ଥିବା ଏକ ମଦ ଦୋକାନ ସାମ୍ନାରେ ଏକ ବୁଲା ଗାଈଙ୍କୁ ବାନ୍ଧିବା ସହ ଲୋକଙ୍କୁ ମଦ ଛାଡି କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ସରକାର ମଦ୍ୟପାନ ଅଭ୍ୟାସରୁ ଫାଇଦା ଉଠାଇବା ଅନୁଚିତ ବୋଲି ସେ କହିଛନ୍ତି ।
ନିଓ୍ବାରି ଜିଲ୍ଲାର ଓରଛା ସହର ମନ୍ଦିର ପାଇଁ ପ୍ରସିଦ୍ଧ ରହିଛି । ତେବେ ଗୁରୁବାର ଦିନ ଉମା ଭାରତୀ ଭାରତରେ ନିର୍ମିତ ବିଦେଶୀ ମଦ ଦୋକାନ ସାମ୍ନାରେ ଏକ ବୁଲା ଗାଇକୁ ଆଣି ବାନ୍ଧି ଦେଇଥିଲେ । ଏହାପରେ ତାକୁ ଘାସ ଖାଇବା ପାଇଁ ଦେଇଥିଲେ । ତେବେ ସ୍ଥାନୀୟ ଲୋକମାନଙ୍କୁ ମଦ ନୁହଁ ଦୁଗ୍ଧ ପିଅ ବୋଲି ସ୍ଲୋଗାନ ଦେଇଥିଲେ ।
ପ୍ରକାଶ ଥାଉକି, ୨୦୨୨ ମସିହା ମାର୍ଚ୍ଚ ମାସରେ ସେ ଭୋପାଳ ସ୍ଥିତ ଏକ ମଦ ଦୋକାନ ଉପରକୁ ଟେକା ଫିଙ୍ଗିଥିଲେ । ଏହାସହ ଜୁନ ମାସରେ ଏକ ମଦ ଦୋକାନ ବନ୍ଦ କରିବା ଦାବି ନଇ ଗୋବର ମଧ୍ୟ ଫିଙ୍ଗିଥିଲେ । ଏହି ଘଟଣାର ପୁନରାବୃତ୍ତି ଆଶଙ୍କା କରି ମଦ ଦୋକାନର ବିକ୍ରେତା ରାମପାଲ ତୁରନ୍ତ ଦୋକାନର ସଟର ପକାଇ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: IAS Viral Video: ବିହାରବାସୀ ଓ ଉପଜିଲ୍ଲାପାଳଙ୍କୁ ଖରାପ ଭାଷାରେ ଗାଳି ଦେଲେ IAS ଅଫିସର
ଏହି ଘଟଣାକୁ ନେଇ ଜଣେ ହିନ୍ଦୁବାଦୀ ନେତା କହିଛନ୍ତି, " ପାନୀୟ ଜଳ ସମସ୍ୟା ପାଇଁ ମଧ୍ୟ ସେ କିଛି ମାତ୍ରାରେ ଦାୟୀ । ୨୦୦୩ ମସିହାରେ ସେ ବିଧାନଭା ନିର୍ବାଚନରେ ବିଜେପି ପାଇଁ ଭୋଟ ମାଗିଥିଲେ । ଏବଂ ସେହିଦିନ ଠାରୁ ଦଳ ଶାସନ କରିଆସୁଛି । ୨୦୧୮-୨୦ ମସିହା ଭିତରେ କଂଗ୍ରେସ ୧୫ ମାସ ଶାସନ କରିଥିଲା । "
ଗତ କିଛି ବର୍ଷ ହେଲା ସେ ମଦ ବିରୋଧୀ ଅଭିଯାନ ଜାରି ରଖିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ବିକ୍ରେତା ରାମପାଲ କହିଛନ୍ତି, "ଉମା ଭାରତୀ ପୂର୍ବଥର ମଦ ଦୋକାନ ଉପରକୁ ଗୋବର ଏବଂ ପଥରମାଡ କରିଥିଲେ । ତେଣୁ ମୋ ଦୋକାନର କିଛି କ୍ଷତି କରିବେ ଭାବି ମୁଁ ଦୋକାନ ବନ୍ଦ କରିଦେଲି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି । ତେଣୁ ବାବା ରାମ ଦେବଙ୍କ ସହ ମିଶି ସେ ଆଗାମୀ ମଦ ବିରୋଧି ଅଭିଯାନ ଆରମ୍ଭ କରିବେ ବୋଲି ଉମା ଭାରତୀ କହିଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ