ETV Bharat / bharat

ଚିନ୍ତାରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ, ଭାରତରେ ନାମଲେଖା ଅସମ୍ଭବ କହିଲା କେନ୍ଦ୍ର

author img

By

Published : Sep 16, 2022, 9:03 AM IST

ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ସମସ୍ୟା । ଭାରତରେ ନାମଲେଖା ପାଇଁ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟକୁ କହିଛନ୍ତି କେନ୍ଦ୍ର । ଅଧିକ ପଢନ୍ତୁ

ଚିନ୍ତାରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ, ଭାରତରେ ନାମଲେଖା ଅସମ୍ଭବ କହିଲା କେନ୍ଦ୍ର
ଚିନ୍ତାରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ, ଭାରତରେ ନାମଲେଖା ଅସମ୍ଭବ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଚିନ୍ତାରେ ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ । ଭାରତୀୟ ମେଡିକାଲ କଲେଜରେ ନାମଲେଖା ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ୟୁକ୍ରେନରୁ ଫେରିଥିବା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଦେଶରେ ଥିବା ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି ଦିଆଯିବ ନାହିଁ । ଆଇନ ଦୃଷ୍ଟିରୁ ଏହା ସମ୍ଭବ ନୁହେଁ । ସୁପ୍ରିମକୋର୍ଟରେ ଏ ବାବଦରେ ଶୁଣାଣି ବେଳେ କେନ୍ଦ୍ର ସରକାର ଏଭଳି ଜବାବ ରଖିଛନ୍ତି । ଏନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି କେନ୍ଦ୍ର । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସେଠାରୁ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫେରିଥିଲେ । ଭାରତରେ ସେମାନେ ପଢିବା ନେଇ ରଖିଥିବା ଆଶାକୁ ଏକ ପ୍ରକାର ଝଟକା ଲାଗିଛି ।

ଦାଖଲ ସତ୍ୟପାଠରେ କୁହାଯାଇଛି ଯେ, ଛାତ୍ରଛାତ୍ରୀମାନେ ୟୁକ୍ରେନୀୟ କଲେଜର ସହମତି ନେଇ ଅନ୍ୟ କୌଣସି ଦେଶରେ ଡିଗ୍ରୀ ପୂରଣ କରିପାରିବେ । ସରକାର ଏଥିପାଇଁ ମଞ୍ଜୁରି ଦେଇଛନ୍ତି । ନିଟରେ କମ ମାର୍କ ଥିବାରୁ ସେମାନେ ୟୁକ୍ରେନ ପଢିବାକୁ ଯାଇଥିଲେ । ଯଦି ସେମାନଙ୍କୁ ଏଠାରେ ନାମଲେଖା ପାଇଁ ଅନୁମତି ମିଳେ ତେବେ ନିଟ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅନ୍ୟାୟ ହେବ ।

ଏହା ବି ପଢନ୍ତୁ...ରାଜସ୍ଥାନରେ ସଭାମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଷ ଓଗାଳିଲେ ଓଓ୍ବେସୀ

ସରକାର ଛାତ୍ରଙ୍କ ଦ୍ବାରା ଦାୟର ହୋଇଥିବା ଯାଚିକା ଜବାବ ରଖିଛନ୍ତି । ବିଦେଶୀ ମେଡିକାଲ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ପୂର୍ବରୁ ଚତୁର୍ଥ ବର୍ଷ ବ୍ୟାଚର ବିଦ୍ୟାର୍ଥୀ ରହିଛନ୍ତି । ଯାହା ମୁଖ୍ୟ ଭାବରେ ଜଡିତ ସେମିଷ୍ଟାରରେ ଭାରତୀୟ ଚିକିତ୍ସା ମହାବିଦ୍ୟାଳୟ ସ୍ତାନାନ୍ତରଣ ନେଇ ଦାବି କରିଛନ୍ତି । କେନ୍ଦ୍ର କହିଛନ୍ତି, ଭାରତୀୟ ଚିକିତ୍ସା ପରିଷଦ ଅଧିନିୟମ, 1956 ବା ରାଷ୍ଟ୍ରୀୟ ଆୟୁର୍ବେଦ ଅଧିନିମୟ, 2019 ସହିତ ମେଡିକାଲ ଛାତ୍ରଙ୍କୁ କୌଣସି ମତେ ନାମଲେଖା ପାଇଁ ଅନୁମତି ମିଳିବ ନାହିଁ ।

ସେପଟେ ଯୁଦ୍ଧକ୍ଷେତ୍ର ୟୁକ୍ରେନରୁ ଜୀବନ ବଞ୍ଚାଇ ଫେରିଥିବା ପ୍ରାୟ 18 ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଅଡୁଆ ବଢିିଛି । ୟୁକ୍ରେନର ବିଭିନ୍ନ କଲେଜ ଓ ୟୁନିଭର୍ସିଟି ସେଠାରେ ପଢୁଥିବା ଅନ୍ୟଦେଶ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପାଇଁ ୟୁକ୍ରେନ ଯିବାକୁ ପଡିବ ବୋଲି ସର୍ତ୍ତ ରଖିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିିଛି । ସାର୍ଟିଫିକେଟ ପାଇଁ ବ୍ୟକ୍ତିଗତ ଭାବେ ୟୁକ୍ରେନ ଆସିବାକୁ ପଡିବ ବୋଲି ସର୍ତ୍ତ ରଖିଛି ୟୁନିଭର୍ସିଟି । ଲାଇବ୍ରେରୀରୁ ନେଇଥିବା ବହି, ହଷ୍ଟେଲ ସାମଗ୍ରୀ ଓ ଡକ୍ୟୁମେଣ୍ଟ ଦାଖଲ କଲେ ହିଁ ସାର୍ଟିଫିକେଟ ମିଳିବ । ୟୁନିଭର୍ସିଟିର ଏଭଳି ଘୋଷଣା ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇଛି । କାରଣ ସାର୍ଟିଫିକେଟ ନଥିଲେ ଅନ୍ୟ ସ୍ଥାନରେ ନାମଲେଖା ହୋଇପାରିବ ନାହିଁ । ୟୁକ୍ରେନ ଉପରେ ଏବେ ବି ଋଷ ଆକ୍ରମଣ ଜାରି ରଖିଛି । ପ୍ରତିଦିନ ୟୁକ୍ରେନ-ଋଷ ସେନା ମୁହାଁମୁହିଁ ହେଉଛନ୍ତି । ଏଭଳି ସ୍ଥିତିରେ ୟୁକ୍ରେନ ଯାଇ ଛାତ୍ରଛାତ୍ରୀ କିପରି ପ୍ରମାଣପତ୍ର ଆଣିବେ ସେ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.