ETV Bharat / bharat

କେବଳ କୂଟନୈତିକ ଆଲୋଚନାରେ ୟୁକ୍ରେନ ବିବାଦର ସମାଧାନ ସମ୍ଭବ : ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ୟୁକ୍ରେନ ବିବାଦ ପ୍ରସଙ୍ଗରେ ପୁଣି ମୂଳ ଆଭିମୁଖ୍ୟକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ । କହିଲେ କୂଟନୈତିକ ଆଲୋଚନା ହିଁ ଏକମାତ୍ର ସମାଧାନର ପନ୍ଥା । ଶାନ୍ତି ଆଲୋଚନା ପ୍ରକ୍ରିୟାରେ ଭୂମିକା ଗ୍ରହଣ କରିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ । ଅଧିକ ପଢନ୍ତୁ

କେବଳ କୂଟନୈତିକ ଆଲୋଚନା ମାଧ୍ୟମରେ ୟୁକ୍ରେନ ବିବାଦର ସମାଧାନ ସମ୍ଭବ

author img

By

Published : Mar 2, 2023, 9:40 PM IST

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ପୁଣି ଥରେ ନିଜର ପୂର୍ବ ସିଦ୍ଧାନ୍ତ ଦୋହରାଇଛି । ବର୍ତ୍ତମାନ ଜାରି ରହିଥିବା ୟୁକ୍ରେନ ବିବାଦ କେବଳ କୂଟନୈତିକ ଆଲୋଚନା ମାଧ୍ୟମରେ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ବୈଠକ ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ସିଦ୍ଧାନ୍ତ ଦୋହରାଇଛନ୍ତି । କାର୍ଯ୍ୟକ୍ରମରେ ମୋଦି କହିଥିଲେ,‘‘ସଂଘର୍ଷ ଆରମ୍ଭରୁ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । କେବଳ କଥାବାର୍ତ୍ତା ଓ କୂଟନୈତିକ ସ୍ତରରେ ହିଁ ଏହି ସଙ୍କଟର ସମାଧାନ କରାଯାଇପାରିବ । ଏହି ଦିଗରେ ଶାନ୍ତି ଆଲୋଚନା ପ୍ରକ୍ରିୟାର ସହଯୋଗ କରିବା ପାଇଁ ଭାରତ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ।’’

ଋଷର ଏକ ଦୀର୍ଘକାଳୀନ ବନ୍ଧୁ ରାଷ୍ଟ୍ର ହୋଇଥିବାରୁ ଗତବର୍ଷ ଯୁଦ୍ଧ ଆରମ୍ଭରୁ ଭାରତର ଆଭିମୁଖ୍ୟ ପ୍ରତି ସମସ୍ତଙ୍କ ନଜର ରହିଥିଲା । କିନ୍ତୁ ଭାରତ ପ୍ରତ୍ୟେକ୍ଷ ଭାବେ ଋଷକୁ ସମାଲୋଚନା ନକରି ଶାନ୍ତି ପାଇଁ ଉଭୟ ଦେଶକୁ ପ୍ରସ୍ତାବ ଦେଇଥିଲା । ଉଭୟ ଦେଶ ହିଂସା ଛାଡି ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି ନୂଆଦିଲ୍ଲୀ କହିଥିଲା । ଯାହାକୁ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ପ୍ରଂଶସା କରିଥିଲେ । ପରେ ଉଭୟ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଫୋନରେ ଆଲୋଚନା ମଧ୍ୟ କରିଥଲେ । ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ମଧ୍ୟରେ ସେଠାରେ ଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇବା ଉପରେ ମୋଦି ସରକାର ପ୍ରାଥମିକତା ଆଧାରରେ ଗୁରୁତ୍ବ ଦେଇଥିଲେ ।

ସେହିପରି ଋଷ ବିରୋଧରେ ପଶ୍ଚିମ ରାଷ୍ଟ୍ରଙ୍କ ସମେତ ଅନ୍ତର୍ଜାତୀୟ ସମୂଦାୟ ଏକାଧିକ କଟକଣା ଜାରି କରିଛନ୍ତି ।ଏହି ପରି ବିଭିନ୍ନ ପ୍ରସଙ୍ଗରେ ଜାତିଂସଘରେ ଋଷ ବିରୋଧରେ ଭୋଟିଂରୁ ବିରତ ରହିଥିଲା ଭାରତ । ଭାରତର ନିରପେକ୍ଷ ତଥା ସନ୍ତୁଳିତ ବିଦେଶ ନୀତିକୁ ଅନେକ ଦେଶ ପ୍ରଶଂସା ମଧ୍ୟ କରିଥିଲେ । ଏବେ ମଧ୍ୟ ଭାରତ ତାର ସେହି ଆଭିମୁଖ୍ୟ ବଜାୟ ରଖିଛି । ଆଜି ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁକ୍ରେନ ବିବାଦକୁ ନେଇ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି । ଏବେ ଯୁଦ୍ଧକୁ ଏକ ବର୍ଷ ବିତିସାରିଥିବା ବେଳେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଥରେ କୂଟନୈତିକ ଆଲୋଚନା ହିଁ ସମାଧାନର ପନ୍ଥା ନିର୍ଦ୍ଧାରଣ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶା ପ୍ରକଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.