ETV Bharat / bharat

Ukraine-Russia Peace Talks: ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଦାବି କଲା ୟୁକ୍ରେନ

ବହୁ ପ୍ରତୀକ୍ଷିତ ୟୁକ୍ରେନ-ଋଷ ଶାନ୍ତି ଆଲୋଚନା ଶେଷ । ସାଢେ ୩ ଘଣ୍ଟା ଚାଲିଲା ଆଲୋଚନା । ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଦାବି କଲା ୟୁକ୍ରେନ । ଯୁଦ୍ଧ ବନ୍ଦ ରହିବ କି ନାହିଁ, ହୋଇ ପାରଲାନି କୌଣସି ସହମତି । ଅଧିକ ପଢନ୍ତୁ

Ukraine Russia peace talks: ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଦାବି କଲା ୟୁକ୍ରେନ

author img

By

Published : Feb 28, 2022, 8:23 PM IST

ମନସ୍କି: ବେଲାରୁଷରେ ଚାଲିଥିବା ବହୁ ପ୍ରତୀକ୍ଷିତ ୟୁକ୍ରେନ ଋଷ ଶାନ୍ତି ଆଲୋଚନା ଶେଷ ହୋଇଛି । ତେବେ ପ୍ରାୟ ସାଢେ ୩ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଯୁଦ୍ଧ ବନ୍ଦ ହେବ କି ନାହିଁ ସେ ନେଇ କୌଣସି ନିଷ୍କର୍ସରେ ପହଞ୍ଚି ପାରନାହାନ୍ତି ଉଭୟ ପକ୍ଷ । ଡୋନବାସ ଓ କ୍ରିମିୟା ସମେତ ସମ୍ପୂର୍ଣ୍ଣ ୟୁକ୍ରେନରୁ ଋଷ ତାର ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି ୟୁକ୍ରେନ ।

ଏହାପୂର୍ବରୁ, ଋଷ ସହ କଥାବାର୍ତ୍ତାର ମୂଳ ଲକ୍ଷ୍ୟ ଭାବେ ତୁରନ୍ତ ଅସ୍ତ୍ର ବିରତି ଏବଂ ଋଷର ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରାଯିବା ନେଇ ୟୁକ୍ରେନର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେବେ ୟୁକ୍ରେନ କରିଥିବା ଦାବି ସମ୍ପର୍କରେ ଋଷ ପ୍ରତିପକ୍ଷ କଣ ଆଭିମୁଖ୍ୟ ରଖିଛନ୍ତି ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ ।

ତେବେ ଏପରି ସ୍ଥଳେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସଙ୍କଟରେ ଆଶା କରାଯାଉଥିବା ସମାଧାନର ସ୍ପଷ୍ଟ ଚିତ୍ର ମଧ୍ଯ ସାମ୍ନାକୁ ଆସିପାରିନାହିଁ । ତେବେ ଆଜି ସାଢେ ୩ଘଣ୍ଟା ଆଲୋଚନା ପରେ ବୈଠକ ଶେଷ ହୋଇଥିବାବେଳେ ଏହି ବୈଠକ ଆସନ୍ତା ପର୍ଯ୍ୟାୟରେ ପୁଣି ହେବ କି ନାହିଁ ସେ ନେଇ କିଛି ସୂଚନା ମଧ୍ୟ ମିଳିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.