ETV Bharat / bharat

Ukraine crisis: ଆସନ୍ତାକାଲି ୟୁକ୍ରେନରୁ ଦିଲ୍ଲୀ ଫେରିବେ ଆଉ ୨୫୦ ଛାତ୍ରଛାତ୍ରୀ

author img

By

Published : Feb 26, 2022, 11:00 PM IST

ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଜାରି ରହିଛି ‘ଅପରେସନ ଗଙ୍ଗା’, ଆସନ୍ତାକାଲି ୟୁକ୍ରେନରୁ ଦିଲ୍ଲୀ ଫେରିବେ ଆଉ୨୫୦ ଛାତ୍ରଛାତ୍ରୀ । ବୈଦେଶିକ ମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ

Ukraine crisis: ଆସନ୍ତାକାଲି ୟୁକ୍ରେନରୁ ଦିଲ୍ଲୀ ଫେରିବେ ଆଉ ୨୫୦ ଛାତ୍ରଛାତ୍ରୀ
Ukraine crisis: ଆସନ୍ତାକାଲି ୟୁକ୍ରେନରୁ ଦିଲ୍ଲୀ ଫେରିବେ ଆଉ ୨୫୦ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ‘ଅପରେସନ ଗଙ୍ଗା’ । ଆସନ୍ତାକାଲି ଏହି ଅଭିଯାନ ଅଧୀନରେ ରୋମାନିଆ ରାଜଧାନୀ ବୁଖାରେଷ୍ଟରୁ ଦ୍ୱିତୀୟ ବିମାନ 250 ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି । ଆଜି ଶନିବାର ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ସୂଚନା ଦେଇଛନ୍ତି ।

ବୈଦେଶିକ ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଅପରେସନ ଗଙ୍ଗା ଜାରି ରହିଛି। ବୁଖାରେଷ୍ଟରୁ ଦ୍ୱିତୀୟ ବିମାନ 250 ଭାରତୀୟ ନାଗରିକଙ୍କ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଦ୍ୱିତୀୟ ବିମାନ ଆସନ୍ତାକାଲି (ରବିବାର) ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବ ।

ଭାରତର ଦୂତାବାସ ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଛି । ତେବେ କାଲି ଆସୁଥିବା ବିମାନ ଦିଲ୍ଲୀ ବିମାନ ବନ୍ଦରରେ ସକାଳ 7 ଟା 45 ମିନିଟରେ ଅବତରଣ କରିବ ବୋଲି ଆଶା ରଖାଯାଉଛି । ଆଜି ରୋମାନିଆ ଆକାଶ ମାର୍ଗ ବ୍ୟବହାର କରି ପ୍ରଥମ ଭାରତୀୟ ବିମାନ ୨୧୯ ଭାରତୀୟଙ୍କୁ ଧରି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା । ସେଠାରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.