ETV Bharat / bharat

ପ୍ରାଣ ହରାଇଥିବା ରୁଷ୍ ସୈନ୍ୟଙ୍କ ଫଟୋ ଓ ଭିଡିଓ ଜାରି କଲା ୟୁକ୍ରେନ, ସଂଖ୍ୟା ୪ହଜାରରୁ ଊର୍ଦ୍ଧ୍ବ ନେଇ ଦାବି - ଋଷର ଆକ୍ରମଣ ଘଟଣା

ୟୁକ୍ରେନର ଦାବି, ବର୍ତ୍ତମାନ ସୁଦ୍ଧା ନିପାତ ହେଲେଣି ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ବ ରୁଷ୍ ସୈନ୍ୟ । ସ୍ଥାନୀୟ ଏକ ଓ୍ବେବସାଇଟରେ ଜାରି ହେଲା ମୃତ ଓ ବନ୍ଦୀ ହୋଇଥିବା ରୁଷ୍ ସୈନ୍ୟଙ୍କ ଫଟୋ । ଅଧିକ ପଢନ୍ତୁ

ପ୍ରାଣ ହରାଇଥିବା ଋଷୀୟ ସୈନ୍ୟଙ୍କ ଫଟୋ ଓ ଭିଡିଓ ଜାରି କଲା ୟୁକ୍ରେନ , ସଂଖ୍ୟା ୪ହଜାରରୁ ଉର୍ଦ୍ଧ୍ବ ନେଇ ଦାବି

author img

By

Published : Feb 27, 2022, 8:38 PM IST

କିବ: ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭକୁ ଋଷ ସେନା ଅକ୍ତିଆର କରିଥିବା ଦାବି କରିଥିବାବେଳେ ୟୁକ୍ରେନ ମଧ୍ୟ ରୁଷ୍ ସୈନ୍ୟଙ୍କୁ କଡା ପ୍ରତିଜବାବ ଦିଆଯାଉଥିବା ଦାବି କରିଛି । ଆଜି ୟୁକ୍ରେନ ପକ୍ଷରୁ ପ୍ରାୟ 4,300 ରୁଷ୍ ସୈନ୍ୟଙ୍କୁ ନିପାତ କରାଯାଇ ସାରିଥିବା ଦାବି କରାଯିବା ସହ କିଛି ବନ୍ଦୀ ଓ ପ୍ରାଣ ହରାଇଥିବା ରୁଷ୍ ସୈନ୍ୟଙ୍କ ଫଟୋ ମଧ୍ୟ ଜାରି କରାଯାଇଛି । ସ୍ଥାନୀୟ ଏକ ଓ୍ବେବସାଇଟରେ ଏହି ଫଟୋ ଜାରି କରି ରୁଷ୍‌କୁ କଡା ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ୟୁକ୍ରେନ ।

ଆଜି (ରବିବାର) ୟୁକ୍ରେନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲାରି ଏହି ତଥ୍ୟ ପ୍ରଦାନ କରିବା ସହ ତାଙ୍କ ମନ୍ତ୍ରଣାଳୟ କହିଛି, ଫେବୃଆରୀ 24 ରୁ 26 ମଧ୍ୟରେ 706 ରୁଷ୍ APC- 146 ଟ୍ୟାଙ୍କ, 27 ବିମାନ ଏବଂ 26ଟି ହେଲିକପ୍ଟର ନଷ୍ଟ କରିବାରେ ୟୁକ୍ରେନ ସେନା ସଫଳ ହୋଇଛି । ସେହିପରି ୟୁକ୍ରେନର ଏହି ଦାବିକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ଏକ ସ୍ଥାନୀୟ ୱେବସାଇଟ୍ କିଛି ନିହତ ଓ ବନ୍ଦୀ ହୋଇଥିବା ରୁଷ୍ ସୈନ୍ୟଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ଜାରି କରିଥିବା ଦେଖିବାକୁ ମିଳିଛି ।

ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ‘200rf.com’ ନାମକ ୱେବସାଇଟ୍ ଉନ୍ମୋଚିତ ହୋଇଛି । ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ପରାମର୍ଶଦାତା ଆଣ୍ଟୋନ୍ ହେରେଶେଙ୍କୋ କହିଛନ୍ତି ଯେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଋଷର ସୈନିକଙ୍କ ପରିବାର, ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ହଟଲାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି । ୟୁକ୍ରେନରେ ଗିରଫ ହୋଇଥିବା ରୁଷ୍ ସୈନ୍ୟଙ୍କୁ ସେମାନେ ନିଜ ଦେଶକୁ ଫେରାଇ ନେଇଯାଇ ପାରିବେ ବୋଲି ମଧ୍ୟ ସୂଚନା ଦେଇଛି ୟୁକ୍ରେନ ।

ତେବେ ୟୁକ୍ରେନ ପକ୍ଷରୁ କରାଯାଉଥିବା ଦାବି ଅନୁସାରେ ଏକାଧିକ ଦିଗରୁ ପ୍ରାୟ ୧.୫ ଲକ୍ଷ ରୁଷ୍ ସୈନ୍ୟ ୟୁକ୍ରେନରେ ପ୍ରବେଶ କରି ସଂହାରଳୀଳା ଜାରି ରଖଛନ୍ତି । ୟୁକ୍ରେନ ସେନା ମଧ୍ୟ ସେମାନଙ୍କ କଡା ମୁକାବିଲା ଜାରି ରଖିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରୁଷ୍ ସୈନ୍ୟଙ୍କୁ ନିପାତ କରାଯାଇଥିବା ବେଳେ ଅନେକଙ୍କୁ ବନ୍ଦୀ ମଧ୍ୟ କରାଯାଇଥିବା ୟୁ୍କ୍ରେନ ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପଟେ ଏପରି ଦାବିକୁ ଋଷ ପକ୍ଷରୁ ଖଣ୍ଡନ କରାଯିବା ସହ ଆକ୍ରମଣ ମଧ୍ୟ ଜାରି ରଖାଯାଇଛି । ଆଜି ସନ୍ଧ୍ୟାରେ ଦୁଇ ପକ୍ଷଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହେବା ନେଇ ସହମତି ପ୍ରକାଶ ପାଇଛି । ବେଲାରୁଷ-ୟୁକ୍ରେନର ଏକ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହି ଶାନ୍ତି ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ ଉଭୟ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.