ETV Bharat / bharat

BBC Documentary: ବ୍ରିଟିଶ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବାହାରିଲେ ସୁନକ

author img

By

Published : Jan 19, 2023, 8:03 PM IST

ବିବିସି ପ୍ରସ୍ତୁତ ଡକ୍ୟୁମେଣ୍ଟାରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବିବାଦୀୟ ଚିତ୍ରଣ । ବ୍ରିଟିଶ ସଂସଦରେ ପ୍ରସଙ୍ଗ ଉଠାଇଲେ ପାକିସ୍ତାନୀ ବଂଶୋଦ୍ଭବ ସାଂସଦ । ମୋଦିଙ୍କ ସମର୍ଥନରେ ବାହାରିଲେ ପ୍ରଧାନମନ୍ତ୍ରୀ ସୁନକ । କହିଲେ ମୋଦିଙ୍କୁ ନେଇ କରାଯାଇଥିବା ଚିତ୍ରଣ ଭୁଲ । ଅଧିକ ପଢନ୍ତୁ

BBC Documentary:ବ୍ରିଟିଶ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବାହାରିଲେ ସୁନକ

ହାଇଦ୍ରାବାଦ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦି ଓ 2002 ଗୁଜୁରାଟ ଦଙ୍ଗାକୁ ନେଇ ଏକ ପ୍ରାମାଣିକ ରିପୋର୍ଟ(ଡକ୍ୟୁମେଣ୍ଟାରୀକୁ) ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ତଥା ସାମ୍ପ୍ରଦାୟିକ ଭାବେ ଚିତ୍ରଣ କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ବ୍ରିଟିଶ ସଂସଦରେ ମଧ୍ୟ ତର୍କ ହୋଇଛି । ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟଶ ସାଂସଦ ଇମ୍ରାନ ହୁସେନ୍ ବିବିସି ଦ୍ବାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ପ୍ରସଙ୍ଗକୁ ବ୍ରିଟଶ ସଂସଦରେ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି । ଯାହାକୁ ପ୍ରଧାନମନ୍ତ୍ରୀ ଋଷି ସୁନକ ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ସୁନକ ତର୍କ ରଖିବା ସହ ବିବିସି ଦ୍ବାରା ପ୍ରସ୍ତୁତ ରିପୋର୍ଟ ଓ ସେଥିରେ ମୋଦିଙ୍କୁ ଯେପରି ଚିତ୍ରଣ କରାଯାଇଛି, ତାହା ଉଚିତ ନୁହେଁ ବୋଲି ସୁନକ କହିଥିଲେ । ମୋଦିଙ୍କ ବ୍ୟକ୍ତିତ୍ବ ଚିତ୍ରଣ ଉପରେ ସୁନକ ସ୍ପଷ୍ଟ ଅସହମତି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

ବ୍ରିଟିଶ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥନରେ ବାହାରିଲେ ସୁନକ
UK PM Rishi Sunak defended PM Modi

ଡକ୍ୟୁମେଣ୍ଟାରୀ ସମ୍ପର୍କରେ ସାଂସଦ ହୁସେନ୍‌ଙ୍କ ପ୍ରଶ୍ନରେ ସୁନକ କଡା ପ୍ରତିଉତ୍ତର ରଖିଛନ୍ତି । ସେ କହିଛନ୍ତି "ଏହି ପ୍ରସଙ୍ଗରେ ବ୍ରିଟେନ ସରକାରଙ୍କ ଆଭିମୁଖ୍ୟ ପୂର୍ବରୁ ଅତ୍ୟନ୍ତ ସ୍ପଷ୍ଟ ରହିଆସିଛି ଏବଂ ଏଥିରେ ସମୟକ୍ରମେ ପରିବର୍ତ୍ତନ ମଧ୍ୟ ହୋଇନାହିଁ । ଅବଶ୍ୟ ଆମେ ବିଶ୍ବର କୌଣସି ସ୍ଥାନରେ ହୋଇଥିବା ଏପରି ଦଙ୍ଗା ଘଟଣାକୁ ବରଦାସ୍ତ କରୁନାହୁଁ, କିନ୍ତୁ ଗଣମାଧ୍ୟମର ଯେପରି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭୂମିକାକୁ ଚିତ୍ରଣ କାରଯାଇଛି ସେଥିରେ ମୁଁ ଆଦୌ ସହମତ ନୁହେଁ ।"

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରୀକୁ ନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ତୀବ୍ର ଆପତ୍ତି ଉଠାଇଛି । ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଏହା ଏକ ଉଦ୍ଦେଶ୍ୟମୂଳକ (ପ୍ରାପାଗେଣ୍ଡା ରିପୋର୍ଟ) ପ୍ରସ୍ତୁତି । ଏଥିରେ କୌଣସି ବାସ୍ତବିକ କଥାବସ୍ତୁ ନାହିଁ । ଏହାକୁ ମଧ୍ୟ ଉକ୍ତ ସଂସ୍ଥା ଭାରତରେ ପ୍ରଦର୍ଶିତ କରିନାହିଁ । ଏହା ପଛରେ କିଛି ଲୋକଙ୍କର ହୀନ ମାନସିକତା ରହିଛି, ଯେଉଁମାନେ ଏପରି ଏକ ମିଛ ବାର୍ତ୍ତାକୁ ପୁଣି ଥରେ ବିସ୍ତାର କରିବାକୁ ଚାହୁଁଛନ୍ତି ।

ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ(BBC) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ଦଙ୍ଗା ଘଟଣାରେ ଏକ ନୂଆ ସିରିଜ୍ ପ୍ରସ୍ତୁତ କରିଛି । ଯାହାର ଶୀର୍ଷକ ରହିଛି ଦି ମୋଦି କ୍ୟୋଶ୍ଚିନ (The Modi Question ) । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକାଧିକ ପ୍ରସଙ୍ଗରେ ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଭାରତୀୟ ମୁସଲିମ ସମ୍ପ୍ରଦାୟ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ଥିବା ସଂସ୍ଥା ଦର୍ଶାଇବାକୁ ଚେଷ୍ଟା କରିଛି । ସେହିପରି 2002 ମସିହାରେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ହୋଇଥିବା ଗୁଜୁରାଟ ଦଙ୍ଗାକୁ ମଧ୍ୟ ଏହି ସିରିଜରେ ସ୍ଥାନ ଦେଇଛି ବିବିସି । ଏଥିରେ ମୋଦିଙ୍କର ଭୂମିକାକୁ ଅତି ବିବାଦୀୟ ଭାବେ ଚିତ୍ରଣ କାରଯାଇଛି ।

ସେହିପରି କାଶ୍ମୀରରୁ ଧାରା 370 ଉଚ୍ଛେଦ, ନାଗରିକତ୍ୱ ସଂଶୋଧନ ଆଇନ ଉପରେ ମଧ୍ୟ ମୋଦି ସରକାରଙ୍କ ନିଷ୍ପତ୍ତିକୁ ବିବାଦୀୟ ତଥା ସାମ୍ପ୍ରଦାୟିକ ଭାବେ ସିରିଜରେ ଦର୍ଶାଯାଇଛି । ଯାହାକୁ ବ୍ରିଟିଶ ସଂସଦରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ସାଂସଦ ଲର୍ଡ ରାମି ରେଞ୍ଜରଙ୍କ ସମେତ ଅନ୍ୟ କିଛି ବ୍ରିଟିଶ ସାଂସଦ ମଧ୍ୟ ନିନ୍ଦା କରିବା ସହ ଉଦ୍ଦେଶ୍ୟମୂଳକ ପ୍ରସ୍ତୁତି ବୋଲି କହିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ କଡା ଆପତ୍ତି ଉଠାଇ ଏହାକୁ ଏକ ପ୍ରୋପୋଗାଣ୍ଡା ଡକ୍ୟୁମେଣ୍ଟାରୀ ବୋଲି ଦର୍ଶାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.