ETV Bharat / bharat

ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ UK ହାଇକୋର୍ଟ, ଜବତ ହେବ ସମ୍ପତ୍ତି !

author img

By

Published : Jul 26, 2021, 10:45 PM IST

ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ୟୁକେ ହାଇକୋର୍ଟ । ଏବେ ହୋଇପାରିବ ମାଲ୍ୟାଙ୍କ ସମ୍ପତ୍ତି ଜବତ । ଅଧିକ ପଢନ୍ତୁ...

ବିଜୟ ମାଲ୍ୟାଙ୍କୁ ବଡ ଝଟକା, ଦେବାଳିଆ ଘୋଷଣା କଲେ UK ହାଇକୋର୍ଟ

ନୂଆଦିଲ୍ଲୀ: ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟରୁ ବଡ ଝଟକା । ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି ୟୁକେ ହାଇକୋର୍ଟ । ଏବେ ଭାରତୀୟ ବ୍ୟାଙ୍କଗୁଡିକ ମାଲ୍ୟାଙ୍କ ସମ୍ପତ୍ତି ସହଜରେ ଜବତ କରିପାରିବେ ଏବଂ ଋଣ ଟଙ୍କା ହାସଲ କରିପାରିବେ ।

କୋର୍ଟରେ ମାଲ୍ୟାଙ୍କ ବିରୋଧରେ ପକ୍ଷ ରଖୁଥିବା ଲ' ଫର୍ମ ଟିଏଲଟି ଏଲଏଲପି ବାରିଷ୍ଟର ମର୍ସିଆ ଶେକରଡେମିୟନ ଭାରତୀୟ ବ୍ୟାଙ୍କର ସପକ୍ଷରେ ପଳାତକ ବ୍ୟବସାୟୀଙ୍କୁ ଦେବାଳିଆ ଘୋଷଣା ଆଦେଶ ଦେବାକୁ ଅନୁରୋଧ କରିଥିଲେ । ଏପଟେ ଯେପର୍ଯ୍ୟନ୍ତ ଗୋପନୀୟ ଆଇନ ମାମଲାରେ ସମାଧାନ ନହେଉଛି, ସେଯାଏଁ ମାଲ୍ୟା ବ୍ରିଟେନରେ ଜାମିନ ନେଇ ରହିପାରିବେ ।

ଏହାପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ଏକ କନ୍ସର୍ଟିୟମ ଏପ୍ରିଲ ମାସରେ ଲଣ୍ଡନ ହାଇକୋର୍ଟରେ ଶୁଣାଣି ସମୟରେ ପଳାତକ ବ୍ୟବସାୟୀଙ୍କୁ ଦେବାଳିଆ ଘୋଷଣା କରିବାକୁ ଭରପୁର ପ୍ରୟାସ କରିଥିଲେ । ବିଜୟ ମାଲ୍ୟାଙ୍କ ଉପରେ ବନ୍ଦ ହୋଇଯାଇଥିବା କିଙ୍ଗଫିସର ଏୟାରଲାଇନ୍ସ ପାଇଁ ନିଆଯାଇଥିବା ଋଣ ବାବଦକୁ ହଜାର ହଜାର କୋଟି ଟଙ୍କା ବକେୟା ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.